ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବୟସ ୨୫ ବର୍ଷ, ଓଜନ ୧୦୦ କିଲୋରୁ ଅଧିକ, ଧମନୀରେ ୯୯% ବ୍ଲକେଜ୍; ସର୍ଜରୀ କରି ଜୀବନ ବଞ୍ଚାଗଲା

ବୟସ ୨୫ ବର୍ଷ, ଓଜନ ୧୦୦ କିଲୋରୁ ଅଧିକ, ଧମନୀରେ ୯୯% ବ୍ଲକେଜ୍; ସର୍ଜରୀ କରି ଜୀବନ ବଞ୍ଚାଗଲା

A young obese man’s life is saved by surgery in new process in Delhi | ଏହି ୨୫-ବର୍ଷୀୟ ବ୍ୟକ୍ତିଙ୍କୁ ମଧୁମେହ ନ ଥିଲା କି ଉଚ୍ଚ ରକ୍ତ ଚାପ ବି ନ ଥିଲା, କିନ୍ତୁ ସେ ଧୂମପାନକାରୀ ଥିଲେ ଓ ତାଙ୍କ ଓଜନ ୧୦୦ କିଲୋଗ୍ରାମରୁ ଅଧିକ ଥିଲା । ରେଡିଆଲ୍ ଆଞ୍ଜିଓପ୍ଲାଷ୍ଟି (Radial Angioplasty) ତାଙ୍କ ଜୀବନ ବଞ୍ଚାଇଲା ।

ବୟସ ୨୫ ବର୍ଷ, ଓଜନ ୧୦୦ କିଲୋରୁ ଅଧିକ, ଧମନୀରେ ୯୯% ବ୍ଲକେଜ୍; ସର୍ଜରୀ କରି ଜୀବନ ବଞ୍ଚାଗଲା
ରେଡିଆଲ୍ ଆଞ୍ଜିଓପ୍ଲାଷ୍ଟିରେ ଧମନୀଗୁଡ଼ିକ ଛିଦ୍ର ହେବାର ଆଶଙ୍କା ନ ଥାଏ । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 27, 2021, 11:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଏହି ବ୍ୟକ୍ତିଙ୍କ ବୟସ ମାତ୍ର ୨୫ବର୍ଷ । ହେଲେ ତାଙ୍କ ଓଜନ ୧୦୦ କିଲୋଗ୍ରାମରୁ ଅଧିକ । ତା’ ସହିତ ସେ ହୃଦୟ ରୋଗରେ ବି ପୀଡି଼ତ ଥିଲେ । ତାଙ୍କୁ ଅସ୍ତ୍ରୋପଚାର କରି ଏକ ନୂଆ ଜୀବନ ଦିଆଯାଇଛି । ଦିଲ୍ଲୀର ଏକ ଅଗ୍ରଣୀ ଘରୋଇ ହସପିଟାଲରେ ସର୍ବନିମ୍ନ କାଟିବା ପ୍ରଣାଳୀର (minimally invasive approach) ସର୍ଜରୀ କରାଯାଇଥିଲୀ ।

ରୋଗୀ ଜଣକ ହୃଦୟ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଦକ୍ଷିଣ ଦିଲ୍ଲୀର ସାକେତ୍‌ ମ୍ୟାକ୍ସ ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ପରୀକ୍ଷାରେ ତାଙ୍କ ବାମ ପାର୍ଶ୍ୱ ଅବତରଣ ଧମନୀରେ (left anterior descending artery - LAD) ୯୯% ବାଧା ଥିବା ଜଣାପଡ଼ିଥିଲା । ଅବରୋଧିତ କରୋନାରୀ ଧମନୀ ଖୋଲିବା ଓ ରକ୍ତ ପ୍ରବାହକୁ ପୁନଃସ୍ଥାପିତ କରିବା ପାଇଁ ଡାକ୍ତରମାନେ ତାଙ୍କ ଉପରେ ରେଡିଆଲ୍ ଆଞ୍ଜିଓପ୍ଲାଷ୍ଟି କରିଥିଲେ । ଏହା ସେହି ଧମନୀ ମାଧ୍ୟମରେ ହୋଇଥିଲା ଯିଏ ହୃଦୟରୁ ହାତକୁ ରକ୍ତ ଯୋଗାଇଥାଏ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ରେଡିଆଲ୍ ଆଞ୍ଜିଓପ୍ଲାଷ୍ଟି (Radial Angioplasty) ହେଉଛି ଏକ ସର୍ବନିମ୍ନ ଆକ୍ରମଣକାରୀ ଉପାୟ (minimally invasive approach) ଯାହା ବିଶେଷଜ୍ଞ ଡାକ୍ତରମାନଙ୍କୁ ହାତରେ ଥିବା ରେଡିଆଲ୍ ଧମନୀ ମାଧ୍ୟମରେ ହୃଦୟରେ ପହଞ୍ଚାଇଥାଏ ।ଏହା କ୍ଲିନିକାଲ୍ ପାରଦର୍ଶୀତା ଆବଶ୍ୟକ କରେ ଓ ଫେମେରାଲ୍ ଉପାୟ ଅପେକ୍ଷା ଅଧିକ ନିରାପଦ ବୋଲି ବିବେଚନା କରାଯାଏ କାରଣ ଏଥିରେ ଶିରା ଓ ଧମନୀଗୁଡ଼ିକ ଛିଦ୍ର ହେବାର ଆଶଙ୍କା ନ ଥାଏ । ଡାକ୍ତରମାନେ କହିଛନ୍ତି ଯେ ରୋଗୀଙ୍କୁ ଏହି ପ୍ରକ୍ରିୟା ଦ୍ୱାରା ଶୀଘ୍ର ଚଲାବୁଲା କରିବାରେ ବି ସାହାଯ୍ୟ ମିଳିଥାଏ ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ ବାତ୍ୟା ପରେ ୨ ମହିଳା ନବଜାତ ଝିଅଙ୍କ ନାଁ ରଖିଲେ ‘ଗୁଲାବ’; ବାତ୍ୟାର ନାଁ କିଏ ଦେଇଥିଲା?

ଶୀଘ୍ର ହସ୍ତକ୍ଷେପ କରି ଷ୍ଟେଣ୍ଟ ପ୍ଲେସମେଣ୍ଟ କରିବା ପରେ ଡାକ୍ତରମାନେ ଏହି ଯୁବ ରୋଗୀଙ୍କ ଅବସ୍ଥା ସୁଧାରିବାରେ ଓ ତାଙ୍କୁ ସ୍ଥିର ସ୍ଥିତିକୁ ଆଣିବାରେ ସଫଳ ହୋଇଥିଲେ ବୋଲି ଡାକ୍ତରଖାନା ଏକ ବିବୃତ୍ତିରେ କହିଛି ।

‘‘ଏହି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ରୋଗୀ ମୋଟା ଥିବାରୁ ଏହି ପ୍ରକ୍ରିୟା ଗୁରୁତ୍ୱପୂର୍ଣ୍ଣ ହୋଇପଡି଼ଥିଲା । ରକ୍ତ କ୍ଷୟକୁ ହ୍ରାସ କରିବା ପାଇଁ ଆମେ ରେଡିଆଲ୍ ଆଞ୍ଜିଓପ୍ଲାଷ୍ଟି ବାଛିଥିଲୁ । ତାଙ୍କ ଭଳି ମେଦବହୁଳ ରୋଗୀମାନଙ୍କ ସ୍ଥିତି ଜଟିଳ ହେବାର ଆଶଙ୍କା ଥିବାରୁ ଆମେ ସେ ଶୀଘ୍ର ଚଲାବୁଲା କରନ୍ତୁ ବୋଲି ଚାହୁଁଥିଲୁ,’’ କହିଛନ୍ତି ଏହି ସର୍ଜରୀର ନେତୃତ୍ୱ କରିଥିବା କ୍ୟାଥ୍ ଲ୍ୟାବ୍ସର (ପାନ୍ ମ୍ୟାକ୍ସ) ମୁଖ୍ୟ ନିର୍ଦ୍ଦେଶକ ତଥା ମୁଖ୍ୟ ଡଃ ବିବେକ କୁମାର ।

ଏହା ବି ପଢ଼ନ୍ତୁ | ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ଭାଷାରେ ଅନୁବାଦ ହେବ; AICTE ଭାଷା ବିଶେଷଜ୍ଞ ଆଲୋଚନା କଲେ

ପାରମ୍ପରିକ ଭାବରେ ଫେମୋରାଲ୍ ଧମନୀ ମାଧ୍ୟମରେ କରୋନାରୀ ଆଞ୍ଜିଓପ୍ଲାଷ୍ଟି କରାଯାଇଥାଏ, ଯେଉଁଥିରେ ରୋଗୀଙ୍କ ପିଚାରୁ ପ୍ରବେଶ କରାଯାଇଥାଏ ।ଅବଶ୍ୟ ଏହି କ୍ଷେତ୍ରରେ ଜଟିଳତା ଓ ରକ୍ତସ୍ରାବ ହେବାର ସମ୍ଭାବନା ଅଧିକ ଥାଏ । ରେଡିଆଲ୍ ଆଞ୍ଜିଓପ୍ଲାଷ୍ଟୀରେ ହାତରେ ଥିବା ସଙ୍କୀର୍ଣ୍ଣ ରକ୍ତବାହୀ ମାଧ୍ୟମରେ ଅବରୋଧିତ ଧମନୀରେ ପହଞ୍ଚିବାକୁ ହେଉଥିବାରୁ ଏହା ଡାକ୍ତରମାନଙ୍କ ପାଇଁ ଏକ କଷ୍ଟକର ପ୍ରଣାଳୀ, ହେଲେ ଏହି ପ୍ରଣାଳୀ ଫେମେରାଲ୍ ମାର୍ଗ ଅପେକ୍ଷା ଅଧିକ ନିରାପଦ ବୋଲି ସେ କହିଛନ୍ତି କାରଣ ଏଥିରେ ପ୍ରମୁଖ ରକ୍ତଭଣ୍ଡାରରେ (blood vessels) ଛିଦ୍ର ହେବାର ସମ୍ଭାବନା କମ୍ ଥାଏ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବରଗଡ଼ରେ ସ୍ତ୍ରୀର କୋହ: ‘‘ପୋଲିସ ମୋର୍ ବରକେ ମାରିଛନ୍ମୋ ନ୍ୟାୟ ଦରକାର, ଟଙ୍କା ନୁହେଁ’’

ଡଃ ବିବେକ କୁମାର ଆହୁରି ମଧ୍ୟ କହିଛନ୍ତି ଯେ ରୋଗୀର ବୟସକୁ ଦୃଷ୍ଟିରେ ରଖି ତାଙ୍କୁ ଏକ ଅବଶୋଷିତ ଷ୍ଟେଣ୍ଟ୍‌ (absorbable stent) ଲଗାଯାଇଥିଲା ଯାହା ଦୁଇ ବର୍ଷ ମଧ୍ୟରେ ଅବଶୋଷିତ ହେବ (absorbed) ଓ ରୋଗୀଙ୍କୁ ଜୀବନ ସାରା ରକ୍ତ ପତଳା କରିବା ଔଷଧ (blood thinners) ନେବାକୁ ପଡି଼ବ ନାହିଁ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଇଞ୍ଜିନିଅରିଂ ପଢୁଥିବା ବିହାରୀ ଛାତ୍ରକୁ ତାବନ୍ଧୁ ଛାତିରେ ଗୁଳି ମାରି ହତ୍ୟା କଲା

ରେଡିଆଲ୍ ଆଞ୍ଜିଓପ୍ଲାଷ୍ଟି ପ୍ରଣାଳୀରେ ଏକ ତାରକୁ ଅବରୋଧିତ କରୋନାରୀ ଧମନୀକୁ ନିଆଯାଏ । ତା’ପରେ ଅବରୋଧିତ ସ୍ଥାନରେ ଏକ ବେଲୁନ୍ ଫୁଲାଯାଇ ସେଠାରେ ଷ୍ଟେଣ୍ଟ୍‌ ପାଇଁ ଜାଗା ତିଆରି କରାଯାଏ ।

ଏହି ୨୫-ବର୍ଷୀୟ ରୋଗୀଙ୍କୁ ମଧୁମେହ ନ ଥିଲା କି ଉଚ୍ଚ ରକ୍ତ ଚାପ ବି ନ ଥିଲା, କିନ୍ତୁ ସେ ଧୂମପାନକାରୀ ଥିଲେ ଓ ତାଙ୍କ ଓଜନ ୧୦୦ କିଲୋଗ୍ରାମରୁ ଅଧିକ ଥିଲା । ଜରୁରୀକାଳୀନ ପରିସ୍ଥିତିରେ ତାଙ୍କୁ ଆଣ୍ଟି-ପ୍ଲେଟଲେଟ୍ (ଜମାଟ ବାନ୍ଧିବାକୁ ରୋକିବା ପାଇଁ) ଓ ଆଣ୍ଟି-ଆଙ୍ଗିନାଲ୍ ଔଷଧ ଦିଆଯାଇଥିଲା ।
Published by: Anand S.T. Das
First published: September 27, 2021, 11:30 PM IST