ଭୁବନେଶ୍ୱରରେ କାଠ ଫାଳିଆରେ ପିଟି ପିଟି ଯୁବକଙ୍କୁ ହତ୍ୟା; ସନ୍ଦିଗ୍ଧ ହତ୍ୟାକାରୀ ଗିରଫ

ଯୁବକ ନିଜ ଘର ସାମନାରେ ବସିଥିବା ବେଳେ ଅଭିଯୁକ୍ତ ସେଠାକୁ ଆସି ତା’ ସହ ଝଗଡ଼ା କରିଥିଲା । ଝଗଡ଼ା ବଢ଼ିବା ପରେ ଅଭିଯୁକ୍ତ ଗୋଟେ କାଠ ଫାଳିଆରେ ଯୁବକକୁ ନିସ୍ତୁକ ପିଟି ହତ୍ୟା କରିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଭୁବନେଶ୍ୱରରେ କାଠ ଫାଳିଆରେ ପିଟି ପିଟି ଯୁବକଙ୍କୁ ହତ୍ୟା; ସନ୍ଦିଗ୍ଧ ହତ୍ୟାକାରୀ ଗିରଫ
ଘଟଣା ସ୍ଥଳରେ ପୋଲିସ ଓ ଫରେନସିକ ସାଇନ୍ସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ପିଟି ପିଟି ହତ୍ଯା କରାଯାଇଛି l ଘଟଣା ଚନ୍ଦ୍ରଶେଖପୁର ଡମଣା କଲ୍ୟାଣ ମଣ୍ଡପ ପଛ ପଟେ ଥିବା ବସ୍ତିରେ ଘଟିଛି l ପୋଲିସ ଓ ଫରେନସିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସନ୍ଦିଗ୍ଧ ହତ୍ୟାକାରୀକୁ ଗିରଫ ବି କରାଯାଇଛି ।

ମୃତକଙ୍କ ନାଁ ରାହାସ ବେହେରା (୪୫ ବର୍ଷ) ଓ ସେ ସେହି ବସ୍ତିର ବାସିନ୍ଦା । ସେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡ଼ିଛି ଯେ ଗତ କାଲି ବିଳମ୍ବିତ ରାତିରେ ରାହାସ ନିଜ ଘର ସାମନାରେ ବସିଥିବା ବେଳେ ଅଭିଯୁକ୍ତ ସନାତନ ମୁଣ୍ଡା ସେଠାକୁ ଆସି ତାଙ୍କ ସହ ଝଗଡ଼ା କରିବା ଆରମ୍ଭ କରିଥିଲେ ।

‘‘ଝଗଡ଼ା ଆଗକୁ ବଢ଼ିଯିବା ପରେ ଅଭିଯୁକ୍ତ ସନାତନ ମୁଣ୍ଡା ଗୋଟେ କାଠ ଫାଳିଆରେ ରାହାସକୁ ନିସ୍ତୁକ ପିଟିଥିବା ଜଣା ପଡ଼ିଛି । ରାହାସର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଓ ସନାତନ ମୁଣ୍ଡାକୁ ଗିରଫ କରି ପଚରା ଉଚରା କରାଯାଉଛି । ଏହି ମାମଲାରେ ତଦନ୍ତ ଚାଲିଛି,’’ କହିଛନ୍ତି ଚନ୍ଦ୍ରଶେଖରପୁର ଥାନାର ଜଣେ ଅଧିକାରୀ ।

ପୋଲିସ ସେହି ଅଞ୍ଚଳର ଲୋକଙ୍କ ସହ ଘଟଣା ବିଷୟରେ ପଚରାଉଚରା କରିବା ଆରମ୍ଭ କରିଛି ।


ହତ୍ଯାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଏହା ପୂର୍ବ ଶତ୍ରୁତାକୁ ନେଇ ଘଟିଥିବା ସନ୍ଦେହ କରାଯାଉଛି l

ଲକଡାଉନ୍‌ ନିୟମ କୋହଳ ହେବା ପରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଆପରାଧିକ ଘଟଣାର ଖବର ମିଳିବାରେ ଲାଗିଛି । ବଢ଼ୁଥିବା ଆପରାଧିକ ଘଟଣାଗୁଡ଼ିକ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛନ୍ତି ।

ଗୋଟିଏ ପଟେ କରୋନା ସଂକ୍ରମଣ ଯୋଗୁଁ ଲୋକେ ବାହାରକୁ ବାହାରୁ ନ ଥିବା ବେଳଏ ଓ ସାବଧାନ ହୋଇ ଚଳୁଥିବା ବେଳେ ବଢ଼ି ଚାଲିଥିବା ଅପରାଧ ଯୋଗୁଁ ପୋଲିସ ଉପରେ ଅଧିକ ଚାପ ପଡ଼ିଛି । କଟକ ଓ ଭୁବନେଶ୍ୱରରେ ରାତ୍ରୀକାଳୀନ ପାଟ୍ରୋଲିଂ ବଢ଼େଇବା ପାଇଁ ପୋଲିସ ପକ୍ଷରୁ ଯୋଜନା ହେଉଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 12, 2020, 3:04 PM IST
corona virus btn
corona virus btn
Loading