ପ୍ରେମରେ ପ୍ରତାରିତ ହୋଇ ଆତ୍ମହତ୍ୟା କଲେ ଯୁବକ; ମୃତ୍ୟୁ ପୂର୍ବରୁ ମୋବାଇଲରେ ରେକର୍ଡ଼ କଲେ ଡେମୋ

ପ୍ରେମିକା ଆଉ ଜଣକୁ ବାହା ହେବାକୁ ନିଷ୍ପତ୍ତି ନେବା ପରେ ବଞ୍ଚିବା ଅପେକ୍ଷା ମୃତ୍ୟୁ ଅଧିକ ଉଚ଼ିତ ଲାଗିଲା କଟକର ଏହି ଯୁବକଙ୍କୁ । ତେଣୁ ସେ ଆତ୍ମହତ୍ୟା ଭଳି ଏକ ଘୃଣ୍ୟ ପଥକୁ ବାଛି ନେଲେ ବୋଲି ସ୍ପଷ୍ଟ କହିଛନ୍ତି ରେକର୍ଡ଼ କରିଥିବା ଭିଡିଓରେ । ତା’ପରେ ଚ଼ଳନ୍ତା ଟ୍ରେନ ଆଗକୁ ଡେଇଁ ଅତି ନୃଶଂସଭବେ ନିଜ ଜୀବନ ଲୀଳା ଅନ୍ତ କରିଛନ୍ତି ସେ ।

ଆତ୍ମହତ୍ୟା କରିଥିବା ମନୋଜ ସ୍ବାଇଁ

ଆତ୍ମହତ୍ୟା କରିଥିବା ମନୋଜ ସ୍ବାଇଁ

  • Share this:
News18 Odia Digital

କଟକ: ପ୍ରେମରେ ପ୍ରତାରିତ ଅନୁଭବ କରି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ । ଆତ୍ମହତ୍ୟା କରିବାର କିଛି ଘଣ୍ଟା ପୂର୍ବରୁ କଟକର ରାଉସାପାଟଣାରେ ରହୁଥିବା ଏହି ଯୁବକ ମନୋଜ ସ୍ବାଇଁ ରେଳ ଧାରଣାରେ ବସି ନିଜ ମୋବାଇଲ ଫୋନରେ ଏକ ଭିଡିଓ ରେକଡିଂ କରି ଛାଡ଼ିଯାଇଛନ୍ତି ।

ପ୍ରେମରେ ପ୍ରତାରିତ ହେବା ପରେ ବଞ୍ଚିବା ଅପେକ୍ଷା ମୃତ୍ୟୁ ତାଙ୍କୁ ଅଧିକ ସହଜ ଲାଗିଲା ଏବଂ ଆତ୍ମହତ୍ୟା ଭଳି ଏକ ଘୃଣ୍ୟ ପଥକୁ ବାଛି ନେଲେ ବୋଲି ସ୍ପଷ୍ଟ କହିଛନ୍ତି ମନୋଜ । ଚ଼ଳନ୍ତା ଟ୍ରେନ ଆଗକୁ ଡେଇଁ ଅତି ନୃଶଂସଭାବେ ନିଜ ଜୀବନ ଲୀଳା ଅନ୍ତ କରିଛନ୍ତି ସେ ।

ଆତ୍ମହତ୍ୟା କରିବା ପୂର୍ବରୁ ଚ଼ଳନ୍ତା ଟ୍ରେନର ଟ୍ରାକ ଆଗରେ ବସି ନିଜ ଭିଡିଓ ନିଜେ ସୁଟ କରିବା ସହ ଏହାକୁ ନିଜର ଅନେକ ବନ୍ଧୁମାନଙ୍କୁ ହ୍ବାଟ୍ସଆପରେ ମଧ୍ୟ ପଠେଇଥିଲେ ମନୋଜ।

‘‘ସେ (ପ୍ରେମିକା) ମୋତେ ଆଭଏଡ୍ କରୁଥିବା ମୁଁ ଜାଣି ପାରୁ ନ ଥିଲି… ମୋତେ ଆଜି କହିଲା ଯେ ମୋ ଲାଇଫ୍‌ରୁ ଦୂରେଇ ଯାଅ… ମୁଁ ମୋ’ ଲଭରକୁ ବାହା ହେବି… ତେଣୁ ମୁଁ କେବଳ ଏତିକି କହୁଛି ଯେ ଜୀବନରେ କେବେ କାହାରିକୁ ଏତେ ଭଲ ପାଇବନି… ଥାଙ୍କ ୟୁ…।’’ ଏହା ଥିଲା ଗୋଟେ ମିନିଟ ୪୨ ସେକେଣ୍ଡ୍‌ର ସେହି ଭିଡିଓ ବାର୍ତ୍ତା ଯାହାକୁ ନିଜେ ମନୋଜ ହିଁ ରେକର୍ଡ କରିଥିଲେ ।

ଦୁଃଖରେ ଭାଙ୍ଗି ପଡ଼଼ିଥିବା ମନୋଜଙ୍କ ପରିଜନ


ରେଭେନସା ବିଶ୍ବବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ସେହି ଠାରେ ଅଧ୍ୟୟନ କରୁଥିବା ଜଣେ ଛାତ୍ରୀଙ୍କୁ ସେ ଭଲ ପାଇଥିଲେ । ପାଠପଢ଼ା ଶେଷ ହେବା ପରେ କିଛି ଦିନ ତଳେ ଏକ ବେସରକାରୀ ସଂସ୍ଥାରେ ଚାକିରି କରୁଥିଲେ ମନୋଜ । ଦୁଇ ଜଣଙ୍କ ସମ୍ପର୍କ ବିଷୟରେ ଉଭୟଙ୍କ ପରିବାର ମଧ୍ୟ ଜାଣିଥିଲେ ।

କିନ୍ତୁ ମନୋଜ ଭଲ ପାଉଥିବା ସମ୍ପୃକ୍ତ ଯୁବତୀ ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଇବସିଲେ ଓ ତାଙ୍କୁ ହିଁ ବିବାହ କରିବେ ବୋଲି କହିବା ପରେ ଭାଙ୍ଗି ପଡିଥିଲେ ମନୋଜ । ମାନସିକ ଅବସାଦଗ୍ରସ୍ତ ହୋଇ ସେ ଶୁକ୍ରବାର (ଜାନୁଆରୀ ୧୦) ଅପରାହ୍‌ଣରେ କଟକ ତାଳଦଣ୍ଡା କେନାଲ ଦେଇ ଯାଇଥିବା ରେଳ ଧାରଣାରେ ବସି ଏହି ଭିଡିଓଟିକୁ ସୁଟ କରିବା ସହ ଏକ ସୁଇସାଇଡ୍ ନୋଟ ବି ଲେଖିଥିଲେ । ଭିଡିଓ କ୍ଲିପ୍‌କୁ ସେ ନିଜର କିଛି ଘନିଷ୍ଠ ବନ୍ଧୁମାନଙ୍କୁ ହ୍ୱାଟ୍ସଆପ୍‌ରେ ପଠେଇ ଦେଇଥିଲେ ।

‘‘ଏବେ ମୁଁ ପଲାଇ ଆସିଲି ହେଲେ ନେକ୍ସ୍ଟ ଡେ’ରେ ମୁଁ ଆଉ ନ ଥିବି, କାରଣ ସୀମା (ଛଦ୍ମ ନାମ)ର ବାହାଘର ତା’ ନୂଆ ଲଭର ସହିତ ହେଉଛି,’’ ମନୋଜ ରେକର୍ଡ଼ କରିଥିବା ଭିଡିଓରେ ଗୋଟେ ସ୍ଥାନରେ କହିଛନ୍ତି ।

ଏହି ଭିଡିଓଟିକୁ ଦେଖିବା ପରେ ମନୋଜଙ୍କ କେତେକ ବନ୍ଧୁ ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିଲେ । କିନ୍ତୁ ଭିଡିଓଟି କେଉଁଠି ସୁଟ ହୋଇଛି ଜଣା ନ ଥିବା ଯୋଗୁଁ ମଧ୍ୟ ରାତ୍ରିର ଅନ୍ଧାରରେ କଟକ ଦେଇ ଯାଇଥିବା ରେଳ ଧାରଣାର ଅନେକ ସ୍ଥାନରେ ଖୋଜା ଖୋଜି କରି ନିରାଶ ହୋଇଥିଲେ ତାଙ୍କ ପରିବାର ଲୋକେ । ଶନିବାର ସକାଳେ ତାଳଦଣ୍ଡା କେନାଲ ଦେଇ ଯାଇଥିବା ରେଳ ଧାରଣାରୁ ମନୋଜଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର କରିଥିଲା ଜିଆରପି ।

ନିଜ ଫୋନ୍‌ର ଲକିଂ ପ୍ୟାଟର୍ଣ୍ଣ ଆତ୍ମହତ୍ୟା ପୂର୍ବରୁ ରେଖାଙ୍କିତ କରିଯାଇଥିଲେ ମନୋଜ ।


ନିଜ ମୋବାଇଲ ଫୋନ୍‌ରେ ଥିବା ସମ୍ପୃକ୍ତ ଯୁବତୀଙ୍କ ଫଟୋ ଓ ଭିଡିଓକୁ ପାଇବା ପାଇଁ କାହାରି ଅସୁବିଧା ନ ହେଉ ବୋଲି ସେ ମୋବାଇଲର ଲକିଂ ପ୍ୟାଟର୍ଣ୍ଣକୁ ଖଣ୍ଡେ କାଗଜରେ ରେଖାଙ୍କିତ କରି ନିଜ ପକେଟରେ ରଖିଯାଇଥିଲେ ।

‘‘ସମ୍ପୃକ୍ତ ଯୁବତୀ ତାକୁ ଭୀଷଣ ମାନସିକ ଆଘାତ ଦେଇଛି, ଯେଉଁଥି ପାଇଁ ସେ ମୋତେ, ଆମ ପିରବାର ଏବଂ ମୋ ମା’କୁ ମଧ୍ୟ ଅନେଇଲା ନାହିଁ,’’ କହିଛନ୍ତି ମୃତ ମନୋଜଙ୍କ ବଡ଼ ଭାଇ ।

‘‘ଏ ଘଟଣାକୁ ନେଇ ଆମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛୁ,’’ କହିଛନ୍ତି କଟକ ଜିଆରପି ଥାନା ଅଧିକାରୀ ଉମାକାନ୍ତ ବିଶ୍ବାଳ ।
Published by:Anand Shankar Thankur Das
First published: