ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା; ହଷ୍ଟେଲରୁ ମିଳିଲା ଝୁଲନ୍ତା ମୃତଦେହ

ରାଜଧାନୀରେ ଆତ୍ମହତ୍ୟା ଜନିତ ମୃତ୍ୟୁ ଥମିବାର ନାଁ ନେଉନି । ଆଜି ପୁଣିଥରେ ଖଣ୍ଡଗିରି ଅଞ୍ଚଳରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଉଦ୍ଧାର କରାଯାଇଛି ।

ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା; ହଷ୍ଟେଲରୁ ମିଳିଲା ଝୁଲନ୍ତା ମୃତଦେହ

ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା; ହଷ୍ଟେଲରୁ ମିଳିଲା ଝୁଲନ୍ତା ମୃତଦେହ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜଧାନୀରେ ଆତ୍ମହତ୍ୟା ଜନିତ ମୃତ୍ୟୁ ଥମିବାର ନାଁ ନେଉନି । ଏ ଖବର ସତରେ ଯେମିତି ଦେହସୁହା ହୋଇଗଲାଣି । ଆତ୍ମହତ୍ୟା ରୋକିବାକୁ ବିଭିନ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ତାହା ସତେ ଯେମିତି ଫେଲ୍ ମାରିଛି । ଆଜି ପୁଣିଥରେ ଖଣ୍ଡଗିରି ଅଞ୍ଚଳରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଉଦ୍ଧାର କରାଯାଇଛି ।

ମୃତ ଯୁବତୀ ଜଣକଙ୍କ ନାମ ଦୀପ୍ତି ପାଣି । ସେ ପୁରୀ ଜିଲ୍ଲାର ତିରିପଦାଗଡ଼ରୁ ଆସି ଭୁବନେଶ୍ୱରରେ ଏକ ହଷ୍ଟେଲରେ ରହୁଥିଲେ । ଖଣ୍ଡଗିରି ବାରଭୁଜା ଅଞ୍ଚଳରେ ଥିବା ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ ଦୀପ୍ତି । ତେବେ କିପରି ଓ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କଲେ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ ମିଳିଥିବା ସୂଚନା ରହିଛି । ଖବର ପାଇବା ପରେ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଆତ୍ମହତ୍ୟା ପଛରେ ବ୍ୟକ୍ତିଗତ କାରଣ ନା ଆଉ କିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।
Published by:Soubhagya Mishra
First published: