ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଦୁର୍ଘଟଣା ପରେ ପଡ଼ିଥିବା ପୋଲିସ କର୍ମୀଙ୍କ ଜୀବନ ବଞ୍ଚେଇଲେ ଯୁବ ଇଞ୍ଜିନିଅର ଅଙ୍କିତ

ଦୁର୍ଘଟଣା ପରେ ପଡ଼ିଥିବା ପୋଲିସ କର୍ମୀଙ୍କ ଜୀବନ ବଞ୍ଚେଇଲେ ଯୁବ ଇଞ୍ଜିନିଅର ଅଙ୍କିତ

ଓଭରବ୍ରିଜ ତଳେ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ଗୁଲାମ ଅଲ୍ଲୀଙ୍କୁ ଅଙ୍କିତ ମହାନ୍ତି ନିଜ କାନ୍ଧରେ ଉଠାଇ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ନେଇଯାଇଥିଲେ ହସ୍ପିଟାଲ l

ଦୁର୍ଘଟଣା ପରେ ପଡ଼ିଥିବା ପୋଲିସ କର୍ମୀଙ୍କ ଜୀବନ ବଞ୍ଚେଇଲେ ଯୁବ ଇଞ୍ଜିନିଅର ଅଙ୍କିତ
ହସପିଟାଲରେ ଚିକିତ୍ସିତ ହେଉଥିବା ଗୁଲାମ ଅଲ୍ଲୀଙ୍କ ସହ ଅଙ୍କିତ ମହାନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଚାହିଁଥିଲେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ପୋଲିସ କର୍ମଚାରୀଙ୍କୁ ଛାଡି ପଳାଇ ପାରିଥାନ୍ତେ । କିନ୍ତୁ ତାହା କରିବାକୁ ଯୁବ ଇଞ୍ଜିନିୟର ଅଙ୍କିତ ମହାନ୍ତିଙ୍କ ବିବେକ ବାଧା ଦେଇଥିଲା l ତେଣୁ ସେ ସେହି ପୋଲିସ କର୍ମଚାରୀଙ୍କୁ ନିଜ କାନ୍ଧରେ ପକାଇ ହସ୍ପିଟାଲରେ ପହଞ୍ଚିଥିଲେ l ଅଙ୍କିତଙ୍କ ଯୋଗୁଁ ମରଣ ମୁହଁରୁ ବଞ୍ଚିଯାଇଛନ୍ତି ପୋଲିସ କର୍ମଚାରୀ ଗୁଲାମ ଅଲ୍ଲୀ l

ବର୍ଷକୁ ୩୬୫ ଦିନ ଆମ ସେବାରେ ଲାଗିଥିବା ଓ ଆମ ଧନ ସମ୍ପତ୍ତିର ସୁରକ୍ଷାରେ ନିୟୋଜିତ ରହିଥିବା ପୋଲିସ୍‌ କର୍ମୀମାନଙ୍କୁ ଦୁର୍ଘଟଣା ସମୟରେ ସହାୟତା ଓ ସେବା କରିବା ଆମର ଦାୟିତ୍ଵ ବୋଲି ଗୁଲାମ ଅଲ୍ଲୀଙ୍କୁ ବଞ୍ଚାଇ ସମାଜକୁ ଏହି ବାର୍ତ୍ତl ଦେଇଛନ୍ତି ଅଙ୍କିତ ।

ଶନିବାର ସକାଳ ପ୍ରାୟ ସାଢେ ୧୦ଟା ସମୟରେ ଯୁବ ଇଞ୍ଜିନିୟର ଅଙ୍କିତ ମହାନ୍ତି ନିଜର ଜଣେ ବନ୍ଧୁଙ୍କ ସହ ପଳାଶୁଣି ଓଭରବ୍ରିଜ ତଳେ ଠିଆ ହୋଇଥିଲେ l ଏତିକି ବେଳେ ହଠାତ ଏକ ଶବ୍ଦ ହୋଇଥିଲା l ଦୌଡ଼ି ଯାଇ ଦେଖିବା ବେଳକୁ ଓଭରବ୍ରିଜ ତଳେ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିଲେ ଗୁଲାମ ଅଲ୍ଲୀ l  ଆମ୍ବୁଲାନ୍ସକୁ କିମ୍ଵା ପିସିଆରକୁ  ଅପେକ୍ଷା ନ କରି ଅଙ୍କିତ ସଙ୍ଗେସଙ୍ଗେ ଗୁଲାମଙ୍କୁ ଚିକିତ୍ସା ପାଇଁ ନେଇଯାଇଥିଲେ ହସ୍ପିଟାଲ l ଘରୋଇ ହସ୍ପିଟାଲରେ ଆରମ୍ଭ ହୋଇଥିଲା ତାଙ୍କ ଚିକିତ୍ସା l ଏବେ ସୁସ୍ଥ ଅଛନ୍ତି ଗୁଲାମ l

ଯୁବ ଇଞ୍ଜିନିଅର୍ ଅଙ୍କିତ ମହାନ୍ତି (ମଝି)


‘‘ଅଙ୍କିତ ଠିକ ସମୟରେ ଗୁଲାମଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିବାରୁ ତାଙ୍କ ଜୀବନ ବଞ୍ଚିଯାଇଛି l କରୋନା ମହାମାରୀ ସମୟରେ ଜଣେ ଆଉ ଜଣକୁ ଛୁଇଁବାକୁ ଡରୁଛନ୍ତି l ମଣିଷ ମଣିଷ ଠାରୁ ଦୂରେଇ ରହୁଛି l ଏଭଳି ଅବସ୍ଥାରେ ଅଙ୍କିତଙ୍କ ଏଭଳି ସେବା ଜଣେ ମଣିଷଙ୍କ ଜୀବନ ବଞ୍ଚେଇ ଦେଇଛି,’’ କହିଛନ୍ତି ଗୁଲାମ ଅଲ୍ଲୀଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତର। ଅଙ୍କିତଙ୍କ କାର୍ଯ୍ୟକୁ ସବୁ ମହଲରୁ ପଶଂସା ମିଳୁଛି ।

ଗୁଲାମ ଅଲ୍ଲୀ କଟକରେ ଜିଆରପି ଥାନାରେ ସବଇନ୍ସପେକ୍ଟର ଅଛନ୍ତି l ସେ ରହନ୍ତି କଟକରେ l ଶନିବାର ସେ କଟକରୁ ନିଜ ବାଇକରେ ଭୁବନେଶ୍ୱର ଆସୁଥିଲେ ଡ୍ୟୁଟିରେ l ଏତିକି ବେଳେ ପଳାଶୁଣି ଓଭରବ୍ରିଜ ନିକଟରେ ପଛରୁ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା l ଫଳରେ ରାସ୍ତା ଉପରେ ଫୋପାଡି ହୋଇ ପଡିଥିଲେ ସେ ।

ବଡ କଥା ହେଲା ଯେ ଗୁଲାମଙ୍କୁ ଧକ୍କା ଦେଇଥିବା ଗାଡ଼ି ଏ ପର୍ଯ୍ୟନ୍ତ ଧରା ପଡ଼ିନି l ଗୁଲାମ କହିଛନ୍ତି ଯେ ଅଙ୍କିତଙ୍କ ପାଇଁ ତାଙ୍କ ଜୀବନ ବଞ୍ଚିଯାଇଛି l କିନ୍ତୁ ଧକ୍କା ଦେଇଥିବା ଗାଡ଼ି କୁଆଡେ ଗଲା ତା’ର ପତ୍ତା ମିଳୁନି l

‘‘ବର୍ତ୍ତମାନ ସମୟରେ ମାନବିକତା ହଜିଯାଇଛି l ଗୁଲାମ ରାସ୍ତାରେ ପଡ଼ି ସାହାଯ୍ୟ ମାଗୁଥିଲେ l କିନ୍ତୁ କେହି ବି ସାହାଯ୍ୟ କରି ନ ଥିଲେ,’’ କହିଛନ୍ତି ଅଙ୍କିତ । ତାଙ୍କର ଏହି କାର୍ଯ୍ୟକୁ ପୋଲିସ ବିଭାଗ ପ୍ରଶଂସା କରିଛି  l

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: 
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 24, 2020, 8:19 PM IST