ବିଷ ଇଞ୍ଜେକନସ ଦେଇ ଆତ୍ମହତ୍ୟା କଲେ ଯୁବ ଡାକ୍ତର; ୨୨ ଦିନ ତଳେ କରିଥିଲେ ବିବାହ

ମେଡ଼ିକାଲ ଚାମ୍ବରରେ ମୃତ୍ୟୁ। ବିଷ ଇଞ୍ଜେକସନ ଦେଇ ଆତ୍ମହତ୍ୟା କଲେ ଯୁବ ଡାକ୍ତର। ବିବାହକୁ ୨୨ ଦିନ ପୁରିନି, ଆତ୍ମହତ୍ୟା ପରି ନେଇଗଲେ ଚରମ ନିଷ୍ପତ୍ତି।

ବିଷ ଇଞ୍ଜେକନସ ଦେଇ ଆତ୍ମହତ୍ୟା କଲେ ଯୁବ ଡାକ୍ତର

ବିଷ ଇଞ୍ଜେକନସ ଦେଇ ଆତ୍ମହତ୍ୟା କଲେ ଯୁବ ଡାକ୍ତର

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମେଡ଼ିକାଲ ଚାମ୍ବର ଭିତରେ ଜଣେ ଯୁବ ଡାକ୍ତରଙ୍କ ଆତ୍ମହତ୍ୟା ନେଇ ସମସ୍ତେ ଆଶ୍ଚର୍ଯ୍ୟ। ବିବାହର ୨୨ଦିନ ପରେ କାହିଁକି ଆତ୍ମହତ୍ୟା କଲେ ଯୁବ ଡାକ୍ତର ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଆତ୍ମହତ୍ୟା କରିଥିବା ଡାକ୍ତର ହେଉଛନ୍ତି ଅର୍ଥପେଡିକ ବିଭାଗର ଶିଶିର ସାହୁ। ଗୁରୁବାର ଡ୍ୟୁଟି କରୁଥିବା ସମୟରେ ଚାମ୍ବର ଭିତରେ ନିଜେ ନିଜକୁ ବିଷ ଇଞ୍ଜେକସନ ଦେଇ ଆତ୍ମହତ୍ୟା କରିଛନ୍ତି ସେ। ଖବର ପାଇ ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ଆତ୍ମହତ୍ୟାର ତଦନ୍ତ ଆରମ୍ଭ କରିଛି।

ଆତ୍ମହତ୍ୟା କରିଥିବା ଡାକ୍ତର ହେଲେ ଶିଶିର ସାହୁ। ତାଙ୍କ ଘର ଖୋର୍ଦ୍ଧା ନିରାକାରପୁର ଅଞ୍ଚଳରେ। ଶିଶିର ରାଜଧାନୀର ଭରତପୁର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଅର୍ଥ ପେଡିକ ଵିଭାଗର ଆସୋସିଏଟ ଡାକ୍ତର ଥିଲେ। ଗୁରୁବାର ସନ୍ଧ୍ୟା ସମୟରେ ନିଜର ଚାମ୍ବର ଭିତରେ ନିଜ ଦେହରେ ନିଜେ ବିଷ ଇଞ୍ଜେକସନ ଦେଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ଭରତପୁର ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଅବଗତ କରିଥିଲା।
କାହିଁକି ବିବାହର ୨୨ଦିନରେ ଶିଶିର ଆତ୍ମହତ୍ୟା କଲେ ତାହାର କାରଣ ଖୋଜୁଛନ୍ତି ପରିବାର ଲୋକେ। ସେପଟେ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ।

"ଡାକ୍ତରଙ୍କ ହତ୍ୟାକାଣ୍ଡର କାରଣ ଖୋଜୁଛି ପୋଲିସ। ଯେଉଁଠି ଡାକ୍ତର ଶିଶିର ଆତ୍ମହତ୍ୟା କରିଥିଲେ ସେ ସ୍ଥାନକୁ ଯାଇ ତଦନ୍ତ କରିଛି ଭରତପୁର ଥାନା ପୋଲିସ। ଘଟଣା ଦିନ ତାଙ୍କ ସହ କାମ କରୁଥିବା ସହଯୋଗୀ ଓ ଷ୍ଟାଫମାନଙ୍କର ବୟାନ ରେକର୍ଡ କରାଯାଇଛି। ଏବେ ଆତ୍ମହତ୍ୟାର କାରଣ ଜଣା ପଡ଼ିନି। ତାଙ୍କ ପରିବାର କୋକଙ୍କ ବାୟନ ରେକର୍ଡ କରିବା ପରେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ିବ.’’ କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ପ୍ରକାଶ ଥାଉକି ମୃତ ଡାକ୍ତର ଶିଶିର ଗତ ଏପ୍ରିଲ ମାସ ୨୦ ତାରିଖରେ ସେ ବିବାହ କରିଥିଲେ। ବିବାହ ପରେ ଘାଟିକିଆ ଅଞ୍ଚଳରେ ଏକ ଅପାର୍ଟମେଣ୍ଟରେ ପତ୍ନୀଙ୍କ ସହ ରହୁଥିଲେ। ତାଙ୍କ ବାପା ମଧ୍ୟ ଜଣେ ଡାକ୍ତର। ସେ ଝାରସୁଗୁଡାରେ ରୁହନ୍ତି। ପ୍ରଶ୍ନ ଉଠୁଛି କାହିଁକି ଆତ୍ମହତ୍ୟା କଲେ ଯୁବ ଡାକ୍ତର? ଏମିତି କଣ ହେଲା ଯେ ବିବାହର ୨୨ ଦିନ ପରେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଲେ? ଆତ୍ମହତ୍ୟା ପଛରେ ପାରିବାରିକ କଳହ ନା ଆଉ କିଛି? ଯଦି ପାରିବାରିକ କଳହ, ତେବେ କଣ ସେହି କାରଣ। ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ଭରତପୁର ଥାନା ପୋଲିସ।
Published by:Lipina Das
First published: