ପ୍ରେମ ହେଲା, ବିବାହ କେମିତି ହେବନି? ଭୁବନେଶ୍ୱରରେ ରାସ୍ତା ଉପରେ ପ୍ରେମୀ ଯୁଗଳ ଖୁବ୍ ଝଗଡ଼ା କଲେ

ଯୁବତୀ ପୂର୍ବରୁ ବିବାହିତା ଓ ଗୋଟିଏ ପିଲାର ମା' ବୋଲି ଜାଣିବା ପରେ ତାଙ୍କ ସହ ଲିଭ୍-ଇନରେ ରହୁଥିବା ଯୁବକ ତାଙ୍କୁ ବିବାହ କରିବାକୁ ରାଜି ନୁହନ୍ତି ବୋଲି କହିଥିଲେ । ହେଲେ ଯୁବତୀ ତାଙ୍କୁ ବାହା ନ ହୋଇ ଛାଡ଼ିବେନି ବୋଲି ଜିଦ୍ ଧରିଥିଲେ ।

ପ୍ରେମ ହେଲା, ବିବାହ କେମିତି ହେବନି? ଭୁବନେଶ୍ୱରରେ ରାସ୍ତା ଉପରେ ପ୍ରେମୀ ଯୁଗଳ ଖୁବ୍ ଝଗଡ଼ା କଲେ
ଇନ୍ଦିରା ଗାନ୍ଧୀ ପାର୍କ ନିକଟରେ ଏହି ପ୍ରେମୀ ଯୁଗଳ ପରସ୍ପର ସହ ଝଗଡ଼ା କରୁଥିଲେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପ୍ରେମରେ ଆଗକୁ ବଢ଼ିବା ପରେ ତାହା ବିବାହରେ ପରିଣତ ନ ହେବାରୁ ସେହି ପ୍ରେମ ସମ୍ପର୍କରେ ଜଡ଼ିତ ଥିବା ଯୁବକ ଓ ଯୁବତୀଙ୍କୁ ରାସ୍ତା ଉପରେ ସର୍ବ ସମ୍ମୁଖରେ ପରସ୍ପର ସହ ନିତାନ୍ତ ଅଶୋଭନୀୟ ଢଙ୍ଗରେ ଝଗଡ଼ା କରୁଥିବା ଦେଖାଯାଇଥିଲା । ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କ ନିକଟରେ ଏହି ପ୍ରେମ କାହାଣୀର ହାଇ ଡ୍ରାମା ଦେଖିବାକୁ କିଛି ସମୟ ପାଇଁ ଭିଡ଼ ଜମିଥିଲା ଓ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ।

ଶୁକ୍ରବାର ମଧ୍ୟାନ୍ନ ପାଖାପାଖି ସାଢ଼େ ୧୨ଟା ବେଳେ ଆଇ.ଜି. ପାର୍କର ପଛ ଗେଟ୍‌ ନିକଟରେ ଏହି ପ୍ରେମୀ ଯୁଗଳ ପାଟିତୁଣ୍ଡ କରିବା ସହ ଜୋରରେ କଥା କଟାକଟି ହେଉଥିବା ଦେଖିବାକୁ ମିଳିଥିଲା । ଯୁବତୀ ଜଣକ କାନ୍ଦି କାନ୍ଦି ବିବାହ ପାଇଁ ଜିଦ୍‌ ଧରୁଥିବା ବେଳେ ଯୁବକ ଜଣକ ସମାନ ଜିଦରେ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢ଼ନ୍ତୁ | ବାନ୍ଧବୀ ସହ ମଦ ପିଇବା ବେଳେ କଳି ହେଲା, ଆତ୍ମହତ୍ୟା କଲେ ବଙ୍ଗାଳୀ ସିରିଏଲ୍ ନିର୍ଦ୍ଦେଶିକା ପୂଜା ଗାୟେନ୍

ଯୁବତୀଙ୍କ କହିବା ମୁତାବକ ରାଉଲକେଲାର ବାସିନ୍ଦା ଏହି ୨୮ ବର୍ଷୀୟ ଯୁବକ ଗତ ବର୍ଷ ଅକ୍ଟୋବରରୁ ତାଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ସମ୍ପର୍କ ଅତି ନିବିଡ଼ ହେବା ପରେ ସେ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେ ସେ ତାଙ୍କୁ ବିବାହ କରିବାକୁ ରାଜି ହେଉ ନ ଥିବା କହିଥିଲେ ଏହି ଯୁବତୀ ।

ଖବର ପାଇ କ୍ୟାପିଟାଲ୍ ଥାନାରୁ କେତେକ ପୋଲିସ କର୍ମୀ ସେଠାରେ ପହଞ୍ଚିଥିଲେ ।


‘‘ଆମେ ଶାରୀରିକ ସମ୍ପର୍କ ରଖିବା ସହ ବିଭିନ୍ନ ହୋଟେଲରେ ଲିଭ୍‌-ଇନ୍‌ ରିଲେସନସିପରେ ରହୁଥିଲୁ । ହେଲେ ଗତ କିଛି ଦିନ ହେବ ସେ ଦୂରେଇ ଯାଉଥିବା ମୁଁ ଲକ୍ଷ କରିଥିଲି । ମୋ’ ଫୋନ୍‌ ବି ରିସିଭ୍‌ କରୁ ନ ଥିଲେ ସେ । ତେଣୁ ବାଧ୍ୟ ହୋଇ ତାଙ୍କ ଗାଁକୁ ବି ଯାଇଥିଲି । ସେଠି ତାଙ୍କ ପରିବାର ଲୋକେ ମୋତେ ସପୋର୍ଟ କରି ନ ଥିଲେ,’’ କହିଥିଲେ ଭୁବନେଶ୍ୱର ଭରତପୁର ଅଞ୍ଚଳର ଯୁବତୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯାହାକୁ ରଖିବେ ଅନନ୍ତ: ଟ୍ରକ୍ ପଛ ଚକ ତଳେ ବାଇକ୍ ପଶିଗଲା, ଅଳ୍ପକେ ବଞ୍ଚିଲେ ଯୁବକ

ଏହି କଳିର ଦିନକ ପୂର୍ବରୁ ଉଭୟ ରାଉଲକେଲାରୁ ଟ୍ରେନରେ ଭୁବନେଶ୍ୱର ଆସିଥିଲେ । ଭୁବନେଶ୍ୱରରେ ଯୁବତୀ ତାଙ୍କୁ ବିବାହ କରିବାକୁ ବାଧ୍ୟ କରିବାରୁ ଯୁବକ ଖସିଯିବାକୁ ଉଦ୍ୟମ କରିଥିଲେ ବୋଲି ସେ କହିଛନ୍ତି । ହେଲେ ଯୁବତୀ ଜଣକ ନିଜ ପ୍ରେମିକକୁ ଛାଡି଼ ନ ଥିଲେ । ସେମାନଙ୍କ ଜୋର୍‌ ଜୋର୍‌ ପାଟିତୁଣ୍ଡ ଶୁଣି ଲୋକଙ୍କ ଭିଡ଼ ଜମିଥିଲା । ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା ଏହି ପ୍ରେମୀ ଯୁଗଳଙ୍କ ଡ୍ରାମା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ନିଜ ଯୌନ ଜୀବନ କେମିତି ସକ୍ରିୟ ରଖିବେ? VIDEOରେ ଦେଖାଇଲେ ବିଦ୍ୟୁତ୍ ଜାମୱାଲ୍

‘‘ଇଏ (ସମ୍ପୃକ୍ତା ଯୁବତୀ) ପୂର୍ବରୁ ବିବାହିତା । ତାଙ୍କର ଗୋଟେ ଝିଅ ବି ଅଛି । ହେଲେ ଏ କଥା ମୁଁ ଜାଣି ନଥିଲେ । ଏବେ ଜାଣିବା ପରେ ବି ତାକୁ ମୁଁ ସପୋର୍ଟ କରୁଛି । ହେଲେ ମୋ’ ପରିବାରର ବିନା ଅନୁମତିରେ କେମିତି ତାକୁ ବିବାହ କରିପାରିବି? ପ୍ରଥମେ ସେ ନିଜ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ଆଣନ୍ତୁ । ତା’ ପରେ ବିବାହ କରିବି । ଯଦି ଏତେ ବାଧ୍ୟ କରିବେ ତେବେ ଗୋଟେ ଫୁଲମାଳ ଆଣି ଏଇଠି ବିବାହ କରିବି, ମୁଁ ରାଜି ଅଛି । ହେଲେ ତା’ ପରେ ଯଦି ମୁଁ ଷ୍ଟେଶନ୍‌ କଡ଼ରେ ଶୋଇବି ତାହେଲେ ଏ ଭଦ୍ର ବ୍ୟକ୍ତି ବି ଷ୍ଟେଶନ୍‌ କଡ଼ରେ ଶୋଇବେ,’’ କହିଥିଲେ ଯୁବକ ।



ଏହି ପାଟିତୁଣ୍ଡର ଖବର ପାଇ ଆଇ.ଜି. ପାର୍କ ପାଖରେ କ୍ୟାପିଟାଲ ଥାନାରୁ କେତେକ ପୋଲିସ କର୍ମୀ ପହଞ୍ଚିଥିଲେ ଓ ପ୍ରେମୀ ଯୁଗଳଙ୍କୁ ଗାଡ଼ିରେ ବସାଇ ଥାନାକୁ ନେଇଯାଇଥିଲେ । କ୍ୟାପିଟାଲ୍‌ ଥାନା ଅଧିକାରୀ ମାନସ ଗଡ଼ନାୟଙ୍କ କହିଛନ୍ତି, ‘‘ଉଭୟଙ୍କ ସମସ୍ୟାକୁ ଅନୁଧ୍ୟାନ କରାଯିବ । ତାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଖବର ଦିଆଯାଇଛି । ପରିବାର ଲୋକେ ପହଞ୍ଚିବା ପରେ ସମାଧାନ କରିବେ । ଥାନାରେ ଏ ନେଇ କୌଣସି ରିପୋର୍ଟ ହୋଇନି ।’’
Published by: Anand ST Das
First published: June 4, 2021, 11:58 PM IST