ଧାନ ବିହନ କିଣାରେ ଠକିଯାଇପାରନ୍ତି ଆପଣ; କେନ୍ଦ୍ରାପଡ଼ାରୁ ଆସିଲା ବାସ୍ତବ ଚିତ୍ର

କିଣିଥିବା ବିହନ ତଳି ପକାଇଥିଲେ ଚାଷୀ କିନ୍ତୁ ତାହା ଯେତିକି ପରିମାଣର ଗଜା ହେବା କଥା ତାହା ହେଉନି । ଏପରି କିଛି ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାରେ । ସରକାରଙ୍କ ତରଫରୁ ସମବାୟ ସମିତି ମାଧ୍ୟମରେ ଯୋଗାଇ ଦିଆଯାଉଥିବା ବିହନ କିଣିଥିଲେ ଚାଷୀ ।

ଧାନ ବିହନ କିଣାରେ ଠକିଯାଇପାରନ୍ତି ଆପଣ; କେନ୍ଦ୍ରାପଡ଼ାରୁ ଆସିଲା ବାସ୍ତବ ଚିତ୍ର

ଧାନ ବିହନ କିଣାରେ ଠକିଯାଇପାରନ୍ତି ଆପଣ; କେନ୍ଦ୍ରାପଡ଼ାରୁ ଆସିଲା ବାସ୍ତବ ଚିତ୍ର

  • Share this:
News 18 Odia Digital

କେନ୍ଦ୍ରାପଡ଼ା; କିଣିଥିବା ବିହନ ତଳି ପକାଇଥିଲେ ଚାଷୀ କିନ୍ତୁ ତାହା ଯେତିକି ପରିମାଣର ଗଜା ହେବା କଥା ତାହା ହେଉନି । ଏପରି କିଛି ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାରେ । ସରକାରଙ୍କ ତରଫରୁ ସମବାୟ ସମିତି ମାଧ୍ୟମରେ ଯୋଗାଇ ଦିଆଯାଉଥିବା ବିହନ କିଣିଥିଲେ ଚାଷୀ । ୮୦ କେଜି ବିହନରୁ ମାତ୍ର ୨୦ କେଜି ବିହନ ଗଜା ହେଉଥିବା କହିଛନ୍ତି ଚାଷୀ । ଯାହାଦ୍ୱାରା ବିହନ ସମସ୍ୟା ପାଇଁ ଅନେକ ଚାଷୀ ଏବେ ନିରାଶ ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ।



ଧାନ ଚାଷ ପାଇଁ ବିହନକୁ ପ୍ରସ୍ତୁତ କରିଛି ଚାଷୀ । ପାଗ ମଧ୍ୟ ଉପଯୁକ୍ତ ରହିଛି । କିନ୍ତୁ ଯେଉଁ ପରିମାଣର ବିହନରୁ ଗଜା ହେବା କଥା ସେମିତି ହୋଇନି । ଫଳରେ ତଳି ମାଡ଼ ଖାଇଯାଇଛି ।୨୦କିଲୋ ଧାନ ବିହନରୁ ଯେତିକି ତଳି ବାହାରିବା କଥା ସେହି ପରିମାଣର ତଳି ବାହାରି ନାହିଁ । ଫଳରେ ଚାଷ ପାଇଁ ପ୍ରସ୍ତୁତି କରିଥିବା ଚାଷୀ ଏବେ ହତାଶ ହୋଇ ପଡିଛି ।ଅନିୟମିତ ଏବଂ ବିଳମ୍ବିତ ବୃଷ୍ଟିପାତ ଯୋଗୁଁ ଚାଷ କାର୍ଯ୍ୟ ମଧ୍ୟ ବିଳମ୍ବ ହୋଇ ହୋଇଛି । ଧାନ ବିହନ ସମସ୍ୟା ଚାଷ କାର୍ଯ୍ୟକୁ ଆହୁରି ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହୋଇଛି । ଜିଲ୍ଲାର ଚାଷୀମାନେ ମୁଖ୍ୟତଃ କନକ ପ୍ଳସ, ସାରଳା, ପୂଜା ପ୍ରଭୁତି ଧାନ ବିହନ ଚାଷ ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ଚଳିତ ବର୍ଷ ଏ ସମସ୍ତ ବିହନ ଚାଷୀଙ୍କୁ ହତାଶ କରିଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।

ଧାନ ବିହନ ପାଇଁ ଚାଷୀମାନେ ମୁଖ୍ୟତଃ ୩ଗୋଟି ଉତ୍ସ ଉପରେ ନିର୍ଭର କରନ୍ତି । କିଛି ଚାଷୀ ନିଜସ୍ଵ ଧାନରୁ ବିହନ ପ୍ରସ୍ତୁତ କରୁଥିବା ବେଳେ ଅଧିକାଂଶ ଚାଷୀ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିହନ ଏବଂ ଘରେଇ ବ୍ୟବସାୟିକ ପ୍ରତିଷ୍ଠାନରୁ ମଧ୍ୟ ବିହନ କ୍ରୟ କରି ଥାଆନ୍ତି । ପ୍ରତି ବିହନ ପ୍ୟାକେଟକୁ ୭୫୦ ଟଙ୍କାରେ କ୍ରୟ କରନ୍ତି ଚାଷୀ । ସେଥିରେ ୨୦ କେଜି ବିହନ ରହିଥାଏ । ୧ ଏକର ଚାଷ ଜମିରେ ୨୦କେଜି ବା ଗୋଟିଏ ପ୍ୟାକେଟ ବିହନ ବ୍ୟବହାର ହୋଇଥାଏ । ବିହନ ନିମ୍ନମାନର ହୋଇଥିବା ଯୋଗୁଁ ଚଳିତଥର ଏପରି ଉପୁଜିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ବିହନ ବାହାରିବା ବିଳମ୍ବ ହେଲେ ଚାଷ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ଚାଷୀ ମତ ଦେଇଛନ୍ତି । ତେବେ ଏ ନେଇ ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ବିହନ ଠିକ ଅଛି, କିନ୍ତୁ କିଛି ଦିନ ହେଲା ତାପମାତ୍ରା ହ୍ରାସ ଯୋଗୁଁ ଏଭଳି ହୋଇଥିବା ଅନୁମାନ କରାଯାଉଛି । ଚାଷୀମାନେ ଉଷୁମ ପାଣି ବ୍ୟବହାର କରି ଅଧିକ ଦିନ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।

ଚାଷୀମାନେ କହିଛନ୍ତି ତୁରନ୍ତ ଭଲ ବିହନ ଯୋଗାଇ ଦିଆନଗଲେ ଏଥର ଚାଷକାର୍ଯ୍ୟ ପ୍ରଭାବିତ ହେବାସହ ଅନେକ ଜମିରେ ଚାଷ ନହୋଇ ପଡ଼ିଆ ପଡ଼ିବ । ତେଣୁ ଏନେଇ କୃଷି ବିଭାଗ ଦୃଷ୍ଟିଦେବା ଆବଶ୍ୟକ ।
Published by:Soubhagya Mishra
First published: