News18 Odia Digital
ଭୁବନେଶ୍ୱର: ରାଜଧାନୀରେ ବାଜା,ବାଣ, ବିବାହ କି ଶୁଦ୍ଧିଘର ହେଉ ପୋଲିସ ଅନୁମତି ପାଇଁ ଏଣିକି ଆଉ ଦୌଡ଼ିବାକୁ ପଡ଼ିବନି। ଘଣ୍ଟା ଘଣ୍ଟା ଧରି ଲାଇସେନ୍ସ ସେଲ୍ ସାମ୍ନାରେ ଧାଡ଼ିରେ ଠିଆ ହେବାକୁ ପଡ଼ିବନି। କାରଣ ଏଣିକି ଅନଲାଇନରେ ଲାଇସେନ୍ସ ପାଇପାରିବେ। ଏଥିପାଇଁ କମିସନରେଟ ପୋଲିସ ପକ୍ଷରୁ ଫେବୃଆରୀ ମାସରୁ ଅନଲାଇନ ଲାଇସେନ୍ସ ସେବା ଆରମ୍ଭ ହୋଇଛ।
ଜନସାଧାରଣଙ୍କ ସୁବିଧା ପାଇଁ କମିସନରେଟ ପୋଲିସ ଏହି ସେବା ଆରମ୍ଭ କରିଛି । କିଭଳି ଘରେ ବସି ଏହି ଆବେଦନ କରିବାକୁ ହେଲେ, ପ୍ରଥମେ ଆବେଦନକାରୀ ଯେ କୌଣସି ୱେବ ବ୍ରାଉଜରରେରେ, https://bhubaneswarcuttackpolice.gov.in/ ସାଇଟକୁ ଖୋଲିବେ । ଏହାପର scroll ଡାଉନ କରି Citizen Services ଟ୍ୟାବ୍କୁ ଯାଇ COMPLAINT/ REGISTRATIONର ତଳେ ଥିବା Apply For Marriage License କିମ୍ବା Apply for funeral ritual Licenseକୁ ଚୟନ କରିବେ। ଏହାପରେ Programme ଖୋଲି ଉଲେଖ କରାଯାଇଥିବା ନିର୍ଦ୍ଦେଶ ଅନୁସାରେ ଆବେଦନ କରିପାରିବେ ।

"ଏହି ସଂକ୍ରାନ୍ତୀୟ ତଥ୍ୟ ବିଷୟରେ ଅଧିକ ଜାଣିବା ପାଇଁ ତଥା ଆବେଦନକାରୀଙ୍କ ସହାୟତା ପାଇଁ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ପୋଲିସ ତରଫରୁ ହେଲ୍ପଲାଇନ ନମ୍ବର ୮୧୪୪୨୦୭୧୦୦ ଜାରି କରାଯାଇଛି। ଜନ ସାଧାରଣମାନେ ଦ୍ଵିତୀୟ, ଚତୁର୍ଥ ଶନିବାର, ରବିବାର ତଥା ଅନ୍ୟ ଛୁଟିଦିନ ଛଡ଼ା ପ୍ରତି ଦିନ ସକାଳ ୧୦ ଟାରୁ ସନ୍ଧ୍ୟା ୫.୩୦ ମିନିଟ ପର୍ଯ୍ୟନ୍ତ ଏହି ନମ୍ବରରେ ଯୋଗାଯୋଗ କରି ଆବେଦନ କରିବା ପ୍ରଣାଳୀ ବିଷୟରେ ସବିଶେଷ ତଥ୍ୟ ହାସଲ କରିପାରିବେ," ଲାଇସେନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ମାସରେ ଭୁବନେଶ୍ବର ସହରାଞ୍ଚଳ ପୁଲିସ ତରଫରୁ ଜନସାଧାରଣମାନଙ୍କର ସହାୟତା ପାଇଁ ବିବାହ, ଶୋଭାଯାତ୍ରା ତଥା ଅନ୍ତ୍ୟେଷ୍ଟିକ୍ରିୟା ସମାପନ ନିମନ୍ତେ ଆବେଦନ ପତ୍ର ଗ୍ରହଣ କରାଯାଇ ସର୍ବମୋଟ ୬୮୯ଟି ସୀକୃତି ବା ଲାଇସେନ୍ସ ଜାରି କରାଯାଇଥିଲା। ସେଥିମଧ୍ୟରୁ ବିବାହ ସମାରୋହ ତଥା ଶୋଭାଯାତ୍ରା ପାଇଁ ୬୪୭ଟି, ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୧୪ଟି, ଭାରି ଯାନକୁ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାରେ ପ୍ରବେଶ ପାଇଁ ୧୪ଟି, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୫ଟି, ଯାତ୍ରା ବା ମେଳା ପାଇଁ ଗୋଟିଏ, ଆତସବାଜି ପ୍ରଦର୍ଶନ ପାଇଁ ଗୋଟିଏ ଓ ଅନ୍ୟାନ୍ୟ ମେଳା ତଥା ପ୍ରଦର୍ଶନୀ ପାଇଁ ୭ଟି ଆବେଦନ ପତ୍ରକୁ ସେଲ ପକ୍ଷରୁ ସୀକୃତି ପ୍ରଦାନ କରାଯାଇଥିଲା ।
ଫେବୃଆରୀ ମାସ ଠାରୁ ଭୁବନେଶ୍ଵର ସହରାଞ୍ଚଳ ଜିଲ୍ଲା ପାଇଁ ବିବାହ ତଥା ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟ ପାଇଁ ଅନଲାଇନ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇ ଏଯାବତ ସର୍ବମୋଟ ୬୨୭ଟି ଆବେଦନ ପତ୍ର ଗ୍ରହଣ କରାଯାଇଥିବା ବେଳେ ସେଥି ମଧ୍ୟରୁ ୪୭୧ଟି ଆବେଦନ ପତ୍ରକୁ ସୀକୃତି ପ୍ରଦାନ କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।