ବଦଳିଲା ନିୟମ; ଭୋଟର କାର୍ଡ ପାଇଁ ଏଣିକି ବର୍ଷକୁ ଚାରିଥର କରିପାରିବେ ଆବେଦନ

ବର୍ଷକୁ ଥରେ ନୁହେଁ ଏଣିକି ଭୋଟର ତାଲିକାରେ ନା ଅନ୍ତର୍ଭୁ୍କ୍ତ ପାଇଁ ବର୍ଷରେ ୪ ଥର ଆବେଦନ କରିହେବ ।  ଜାନୁଆରୀ ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖ ସୁଦ୍ଧା ୧୮ ବର୍ଷ ପୁରୁଥିଲେ ନା ସାମିଲ ପାଇଁ ଆବେଦନ କରିପାରିବେ ।

ବଦଳିଲା ନିୟମ; ଭୋଟର କାର୍ଡ ପାଇଁ ଏଣିକି ବର୍ଷକୁ ଚାରିଥର କରିପାରିବେ ଆବେଦନ

ବଦଳିଲା ନିୟମ; ଭୋଟର କାର୍ଡ ପାଇଁ ଏଣିକି ବର୍ଷକୁ ଚାରିଥର କରିପାରିବେ ଆବେଦନ

  • Share this:
News 18 Odia Digital

ଭୁବନେଶ୍ୱର;  ବର୍ଷକୁ ଥରେ ନୁହେଁ ଏଣିକି ଭୋଟର ତାଲିକାରେ ନା ଅନ୍ତର୍ଭୁ୍କ୍ତ ପାଇ ବର୍ଷରେ ୪ ଥର ଆବେଦନ କରିହେବ । ୧୮ ବର୍ଷ ହେଲେ ଭୋଟର ଲିଷ୍ଟରେ ନାଁ ସାମିଲ ପାଇଁ  ଆଉ ବର୍ଷେ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ବର୍ଷକୁ ୪ ଥର ଆବେଦନ କରିପାରିବେ ନୂଆ ଭୋଟର । ଜାନୁଆରୀ ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖ ସୁଦ୍ଧା ୧୮ ବର୍ଷ ପୁରୁଥିଲେ ନା ସାମିଲ ପାଇଁ ଆବେଦନ କରିପାରିବେ ।

ପୂର୍ବରୁ କେବଳ ଜାନୁଆରୀ ମାସରେ ଆବେଦନ କରିହେଉଥିଲା।  ଫେବୃଆରୀକୁ ୧୮  ବର୍ଷ ପୂରିଲେ ବି  ଭୋଟର ତାଲିକାରେ ନାଁ ସାମିଲ ପାଇଁ ପରବର୍ତ୍ତୀ ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା । ଯାହା ଦ୍ଵାରା ବର୍ଷକ ମଧ୍ୟରେ ଯଦି କୌଣସି ନିର୍ବାଚନ ହୁଏ ମତଦାନରୁ ବଞ୍ଚିତ ହେଉଥିଲେ ନୂଆ ଭୋଟର ।  ଏହାସହ ୯ ନଭେମ୍ବର ଡ୍ରାଫ୍ଟ ପବ୍ଲିଶ ହେବ।ଯଦି କୌଣସି ବ୍ୟକ୍ତିଙ୍କର ଏହି ୪ ଟି ତାରିଖ ସୁଦ୍ଧା ୧୮ ବର୍ଷ ପୁରୁଥିବ ସେମାନେ ଆଗୁଆ ଆବେଦନ କରିପାରିବେ ।  ପରବର୍ତୀ ପର୍ଯ୍ୟାୟରେ ସେମାନଙ୍କୁ ଆଉ ଆବେଦନ କରିବାକୁ ପଡ଼ିବନି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ କହିଛନ୍ତି " ଭୋଟର ତାଲିକାରେ ନା ସାମିଲ, କିମ୍ବା ବାଦ ଦେବା ଓ ଭୋଟର ତାଲିକାରେ ସଂଶୋଧନ ପାଇଁ କିଛି ପରିବର୍ତ୍ତନ କରାଯାଇଛି । ଭୋଟର ତାଲିକାରେ ଫଟୋ କିମ୍ବା   ଅନ୍ୟ କିଛି ପରିବର୍ତ୍ତନ କରିବାକୁ ହେଲେ ଫର୍ମ ୮ ରେ କରାଯାଇପାରିବ । ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡ ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି । ୨୦୨୩ ପାଇଁ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି । ନିର୍ବାଚନ କମିଶନଙ୍କ ଦ୍ୱାରା ପରିବର୍ତ୍ତିତ ଗାଇଡଲାଇନ ଆଧାରରେ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ଡିଜିଟାଲ ବା ଅନଲାଇନ ଉପରେ ଫୋକସ କରାଯାଉଛି । ଜଣେ ବ୍ୟକ୍ତି ଘରେ ବସି ୱେବ ପୋର୍ଟାଲ ବା ମୋବାଇଲ ଆପ ଜରିଆରେ ନିଜ ଭୋଟର ପରିଚୟପତ୍ର ତ୍ରୁଟି ସଂଶୋଧନ ସହ ନିଜ ପସନ୍ଦ ମୁତାବକ ବୁଥ ବି ବାଛିପରିବ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ଶେଷ ଦିନରେ  ମଧୁସୂଦନ ଏକାଡେମୀ ଠାରେ ସବ କଲେକ୍ଟର ମାନଙ୍କୁ ନେଇ ଆୟୋଜିତ କର୍ମଶାଳାରେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି ।
Published by:Soubhagya Mishra
First published: