ବର୍ଷାଦିନେ କରନ୍ତୁ ପୋଟଳ ଚାଷ; କମ ବ୍ୟୟରେ ପାଇବେ ଅଧିକ ଲାଭ

ବର୍ଷା ଦିନିଆ ପୋଟଳ ଚାଷ ।

ବର୍ଷା ଦିନିଆ ପୋଟଳ ଚାଷ ।

  • Share this:
News 18 Odia Digital

ଭୁବନେଶ୍ୱର; ପୋଟଳ ଏକ ଲାଭଦାୟକ ଫସଲ ସବୁ ଋତୁରେ ପୋଟଳ ବଜାରରେ ମିଳିଥାଏ । ହେଲେ ବର୍ଷା ଦିନେ ଏହାର ଚାଷ ଅଧିକ ହୁଏ । ଆମେ ସାଧାରଣତଃ ବଜାରରେ ୨ପ୍ରକାରର ପୋଟଳ ଦେଖିଛେ । ସ୍ଵର୍ଣ୍ଣ ଆଲୌକିକ ଓ ଆର୍କା ନୀଳାଚଳ କୀର୍ତ୍ତି ପୋଟଳ । ବୈଜ୍ଞାନିକ ପଦ୍ଧତିରେ ପୋଟଳ ଚାଷ କରି ଚାଷୀ ମାନେ କମ ବ୍ୟୟରେ ଅଧିକ ଲାଭ ପାଇପାରିବେ । ଆସନ୍ତୁ ଜାଣିବା ବୈଜ୍ଞାନିକ ପଦ୍ଧତିରେ କିପରି କରିବା ପୋଟଳ ଚାଷ ।

ମୃତ୍ତିକା : ପୋଟଳ ଚାଷ ପାଇଁ ଉଷ୍ଣ ଆର୍ଦ୍ର ଜଳବାୟୁ ଦରକାର ହୋଇଥାଏ । ବସନ୍ତ ଓ ବର୍ଷା ଋତୁରେ ପୋଟଳ ଗଛ ଗୁଡ଼ିକ ଭଲ ଭାବେ ବଢିଥାଏ । ଶୀତ ଦିନ ଓ ଖରା ଦିନରେ ଅଧିକ ଗରମରେ ଗଛରେ ଫୁଲ ଫଳ ହେବାରେ ବାଧା ସୃଷ୍ଟି ହୋଇଥାଏ । ଓଡିଶାର ଜଳବାୟୁ ପୋଟଳ ଚାଷ ପାଇଁ ଉପଯୁକ୍ତ ଅଟେ । ବାଲିଆ ଦୋରସା ମାଟି ପୋଟଳ ଚାଷ ପାଇଁ ଉପଯୁକ୍ତ ହୋଇଥାଏ । ପଟୁ ପଡୁଥିବା ଜମି ଏବଂ ଖତସାର ମିଶା ମାଟିରେ ଏହା ଭଲ ବଢିଥାଏ । ପୋଟଳ ଚାଷ ପାଇଁ ଉପଯୁକ୍ତ ଭାବେ ଜଳସେଚନ ସହ ନିଷ୍କାସନ ଆବଶ୍ୟକ ହୋଇଥିବାରୁ ଏହାକୁ ସାଧାରଣତଃ ଉଚ୍ଚ ସ୍ଥାନରେ ଚାଷ କରାଯାଇଥାଏ ।



ଓଡ଼ିଶାରେ ପୋଟଳ ଚାଷ ପାଇଁ ଉପଯୁକ୍ତ କିସମ ଗୁଡିକ ହେଲା :
୧- ସ୍ଵର୍ଣ୍ଣ ଆଲୌକିକ, ୨ - ଆର୍କା ନୀଳାଚଳ କୀର୍ତ୍ତି

ସ୍ଵର୍ଣ୍ଣ ଆଲୌକିକ :- ଏହି କିସମର ଫଳକ ଆୟତାକାର ହୋଇଥାଏ । ଏହି କିସମର ରଙ୍ଗ ହାଲକା ସବୁଜ ଏବଂ ଶୀର୍ଷଭାଗ ମୁଣ୍ଡାଳିଆ ହୋଇଥାଏ । ଏହି କିସମ ଫଳର ଲମ୍ବ ୫-୮ ସେମି ପର୍ଯ୍ୟନ୍ତ ଥାଏ । ରଞ୍ଜା ଚେର ପଦ୍ଧତିରେ ଚାଷ କଲେ ଏହି କିସମରେ ଅମଳ ହେକ୍ଟର ପ୍ରତି ୨୩-୨୮ ଟନ ହୋଇଥାଏ ।

ଆର୍କା ନୀଳାଚଳ କୀର୍ତ୍ତି :- ପୋଟଳ ଚାଷ ପାଇଁ ଏହା ଅଧିକ ଅମଳ କ୍ଷମ କିସମ ହୋଇଥାଏ । ଏହି କିସମ ଉପରେ ଉପରେ ସବୁଜ ରଙ୍ଗର ଲାମ୍ବା ଦାଗ ଥାଏ । ଏହି କିସମର ଫଳର ଲମ୍ବ ୮-୧୦ ସେମି ପର୍ଯ୍ୟନ୍ତ ଥାଏ ଏବଂ ରଞ୍ଜା ପଦ୍ଧତିରେ ଚାଷ କଲେ ଅମଳ ହେକ୍ଟର ପ୍ରତି ୨୫-୩୦ ଟନ ହୋଇଥାଏ ।

ପୋଟଳ ମଞ୍ଜିରୁ (Pointed Gourd seed)ଗଛ ପ୍ରସ୍ତୁତ ହେଲେ ପ୍ରାୟ ଶତକଡା ୫୦ ଭାଗ ଅଣ୍ଡିରା ଗଛ ହୁଏ । ମାଈ ପୋଟଳ ଗଛରେ ଭଲ ଫଳ ଆସିନଥାଏ , ତେଣୁ ବ୍ୟବସାୟିକ ପଦ୍ଧତିରେ ପୋଟଳ ଚାଷ ପାଇଁ ଏହାର ଡଙ୍କ ଓ ଚେରକୁ ବିହନ ରୂପେ ବ୍ୟବହାର କରାଯାଇଥାଏ ।

ସାଧାରଣତଃ ପୋଟଳ ଗଛକୁ ହୁଡାରେ ଲଗାଇ ଏହାର ଡଙ୍କକୁ ମାଟିରେ ମଡାଯାଇଥାଏ କିନ୍ତୁ ଏହାର ଫୁଲ ଓ ଫଳ ମାଟିରେ ଲାଗିଲେ ଜଲଦି ନଷ୍ଟ ହୋଇଯାଇଥାଏ । ପୋଟଳ ଗଛରେ ଔଷଧ ସିଞ୍ଚନ କଳାବେଳେ ଏହା ପତ୍ରର ତଳ ଭାଗକୁ ସ୍ପର୍ଶ କରିପାରେ ନାହିଁ ତେଣୁ ପତ୍ରର ତଳଭାଗ ରୋଗପୋକ ଦ୍ଵାରା ଆକ୍ରାନ୍ତ ହୋଇଥାଏ । ଏହିସବୁ ଅସୁବିଧାକୁ ଦ୍ରୁଷ୍ଟିରେ ରଖି ପୋଟଳ ଗଛକୁ ରଞ୍ଜା ପ୍ରଣାଳୀରେ ଚାଷ କରିବା ଉଚିତ । ରଞ୍ଜା ପ୍ରଣାଳୀରେ ପୋଟଳ ଗଛ ମଡାଇଲେ ଜମିରେ ଜଳସେଚନ ସୁବିଧା ହେବାସହ ରୋଗ ପୋକ ଦମନ ପାଇଁ ଔଷଧ ସିଞ୍ଚନରେ ମଧ୍ୟ ସୁବିଧା ହୋଇଥାଏ ।



ଜଳ ପରିଚାଳନା : - ପୋଟଳ ଚାଷ ପାଇଁ ସଠିକ ଜଳ ପରିଚାଳନା ବିଶେଷ ଭାବରେ ଦୃଷ୍ଟି ରଖିବା ଆବଶ୍ୟକ । ଋତୁ ଅନୁଯାୟୀ ଜଳର ଆବଶ୍ୟକତାକୁ ନଜରରେ ରଖି ଜଳ ପରିଚାଳନା କରାଯିବ ଆବଶ୍ୟକ । ଶୀତ ଦିନେ ୮-୧୦ ଦିନ ବ୍ୟବଧାନରେ ଓ ଖରା ଦିନେ ୪-୫ ଦିନ ବ୍ୟବଧାନରେ ଜଳସେଚନ କରାଯାଏ । ଜମିର ଜଳ ନିଷ୍କାସନ ବ୍ୟବସ୍ଥା ନିତ୍ୟାନ୍ତ ଆବଶ୍ୟକ କାରଣ ଜମିରେ ପାଣି ଜମି ରହିଲେ ଚେର ପାଚିଯାଏ ଓ ଗଛ ଗୁଡିକ ଫ୍ୟୁଜାରିଆମ ଫିମ୍ପିର ଆକ୍ରାନ୍ତ ହୁଏ ।

ଅମଳ: - ପୋଟଳ ଚାଷରୁ ଭଲ ଲାଭ ପାଇଁ ପ୍ରକୃଷ୍ଟ ସମୟରେ ହିଁ ଅମଳ କରିବା ଉଚିତ । ରୋପଣର ୪୦-୫୦ ଦିନ ମଧ୍ୟରେ ଫୁଲ ଆସିଥାଏ ଏବଂ ୬୦-୭୦ ଦିନ ମଧ୍ୟରେ ଅମଳ ଆରମ୍ଭ ହୋଇଥାଏ । ପୋଟଳ ହେକ୍ଟର ପିଛା ୨୫-୩୫ ଟନ ପର୍ଯ୍ୟନ୍ତ ଅମଳ ହୁଏ ।  ଅମଳ ପରେ ପୋଟଳକୁ ରଖିବା ପାଇଁ ବାଉଁଶ ବାକ୍ସ ସବୁଠାରୁ ଭଲ ହୋଇଥାଏ । ଏହି ବାକ୍ସର ତଳ ଓ ଉପରି ଭାଗରେ କଦଳୀ ପତ୍ର ଦିଆଯାଇ ବନ୍ଧାଯାଇଥାଏ , ଏହା ଦ୍ଵାରା ଫଳ ନଷ୍ଟ ନହୋଇ ରପ୍ତାନି ପାଇଁ ପଠାଯାଇପାରେ । ପୋଟଳଚାଷରେ ଏକର ପିଛା ହାରାହାରି ୪୦,୦୦୦ ଟଙ୍କା ଖର୍ଚ୍ଚ ହେଉଥିବା ସ୍ଥଳେ ଲକ୍ଷେରୁ ଊର୍ଦ୍ଧ୍ଵ ଆୟ ହୋଇଥାଏ ।
Published by:Soubhagya Mishra
First published: