ଉନ୍ନତ ପ୍ରଣାଳୀରେ କପା ଚାଷ ; କମ ଖର୍ଚ୍ଚରେ ଅଧିକ ଲାଭ ପାଇପାରିବେ ଆପଣ

ଉନ୍ନତ ପ୍ରଣାଳୀରେ କପା ଚାଷ

ଉନ୍ନତ ପ୍ରଣାଳୀରେ କପା ଚାଷ

  • Share this:
News 18 Odia Digital

ଭୁବନେଶ୍ୱର; ଯଦି ଆପଣ କପା ଚାଷ କରିବାକୁ ଇଚ୍ଛୁକ ତେବେ ଏହି ସୂଚନା ଆପଣଙ୍କ ପାଇଁ ଲାଭଦାୟକ । କମ ଖର୍ଚ୍ଚରେ ଆପଣ କେମିତି ଅଧିକ ଲାଭ ପାଇପାରିବେ ତାହା ଜାଣନ୍ତୁ ।

ଉନ୍ନତ ପ୍ରଣାଳୀରେ କପା ଚାଷ
ଅନ୍ତଃଫସଲ
କପା ବିହନ ଲଗାଇବା ସମୟରେ ସବୁଜ ସାର ହିସାବରେ ଏକର ପ୍ରତି ୮ରୁ ୧୦ କି. ଗ୍ରା ଛଣି ମଞ୍ଜି ବୁଣନ୍ତୁ । ୨୦ରୁ ୨୫ ଦିନ ପରେ କୋଡ଼ା ଖୋସା କରି ଘାସ ସହ ଛଣିକୁ ମାଟିରେ ମିଶାଇ ଦିଅନ୍ତୁ । ଛଣି ପ୍ରାରମ୍ଭିକ ଅବସ୍ଥାରେ ଘାସ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରେ ଏବଂ ଯବକ୍ଷାରଜାନ ସାର ଯୋଗାଇଥାଏ । ୮ ଧାଡ଼ି କପା ପରେ ୨ଧାଡ଼ି ହରଡ ବ୍ୟବଧାନରେ ଅନ୍ତଃଫସଲ ହିସାବରେ ଚାଷ କଲେ ଯବକ୍ଷାରଜାନ ସାର ମିଳିବା ସହିତ ଉପକାରୀ କୀଟ ମାନଙ୍କର ସଂରକ୍ଷଣ ଓ ବଂଶ ବୃଦ୍ଧି ହୋଇଥାଏ ।

ଘାସ ନିୟନ୍ତ୍ରଣ

କପା ଫସଲରେ ପ୍ରାରମ୍ଭିକ ଅବସ୍ଥାରେ ଘାସ ନିୟନ୍ତ୍ରଣ ପାଇଁ ମଞ୍ଜି ଲଗାଇବାର ୩ଦିନ ମଧ୍ୟରେ ମାଟିରେ ବତର ଥାଇ ପ୍ରାକ୍- ତୃଣକମାରି ହିସାବରେ ଏକର ପ୍ରତି ୧ ଲିଟର ପେଣ୍ଡିମେଥାଲିନ୍ ନାମକ ଘାସ ମରା ଔଷଧ ୨୦୦ ମିଟର ପାଣିରେ ଅବସ୍ଥିତ ମିଶାଇ ସିଞ୍ଚନ କରନ୍ତୁ । ମୌସୁମୀ ବର୍ଷା ଆରମ୍ଭ ହୋଇଗଲା ପରେ ଶୁଖିଲା ପାଗ ଦେଖି ଜୁନ ମାସ ଭିତରେ ବିହନ ବୁଣିବା କାମ ସାରନ୍ତୁ । ଅଧିକ ଅମଳକ୍ଷମ ଉନ୍ନତ କିସମ ବିହନକୁ ଧାଡିକୁ ଧାଡ଼ି ୯୦ ସେମି ଏବଂ ଗଛକୁ ଗଛ ୬୦ ସେମି ଦୂରତାରେ ଲଗାନ୍ତୁ । ଶଙ୍କର ବା ହାଇବ୍ରିଡ କିସମ ହୋଇଥିଲେ ଧାଡିକୁ ଧାଡ଼ି ୯୦ ସେମି ଏବଂ ଗଛକୁ ଗଛ ୯୦ ସେମି ବ୍ୟବଧାନ ରଖନ୍ତୁ । ବୁଦା ପ୍ରତି ୨ଟି ଲେଖାଏଁ ମଞ୍ଜି ୪ରୁ ୫ ସେମି ଗଭୀରରେ ଲଗାଇ ମାଟି ଘୋଡାଇ ଦିଅନ୍ତୁ ।



ସାର ପ୍ରୟୋଗ
ବିହନ ବୁଣିବା ସମୟରେ ମୂଳସାର ହିସାବରେ ଏକର ଜମିରେ ୫୨ କିଗ୍ରା ଡି.ଏ .ପି., ୭ କିଗ୍ରା ୟୁରିଆ ଏବଂ ୨୦ କିଗ୍ରା ପଟାସ ସାର ପ୍ରୟୋଗ କରନ୍ତୁ । ଏହି ସମୟରେ କିଛି କପା ମଞ୍ଜିକୁ ପତ୍ର ଠୋଲାରେ ମାଟି ଦେଇ ଲଗାନ୍ତୁ । ବିହନ ଲଗାଇବାର ୧୦ ରୁ ୧୨ ଦିନ ପରେ ଗଛ ଉଠିନଥିବା ଖାଲି ସ୍ଥାନରେ କିମ୍ବା ଦୁର୍ବଳ ଗଛ ବଦଳରେ ଏହି ପତ୍ର ଠୋଲା ସହିତ ଚାରାକୁ ଲଗାନ୍ତୁ । ଯାହା ଦ୍ଵାରା ଜମିରେ ଗଛ ସଂଖ୍ୟା ଠିକ୍ ରହିଥାଏ ।

ସୂଚନା: କୃଷିବିଭାଗ, ଓଡ଼ିଶା
Published by:Soubhagya Mishra
First published: