କଟକରେ ପୁଣି ଏକ ନକଲି ଘିଅ କାରଖାନା ଠାବ ହେଲା; ୬ ମାସ ଧରି ଚାଲିଥିଲା; ମାଲିକ ଗିରଫ

ଏହି ନକଲି ଘିଅ କାରଖାନାକୁ ମିଶାଇ କଟକରେ ଠାବ ହୋଇଥିବା ନକଲି ସାମଗ୍ରୀ କାରଖାନାର ସଂଖ୍ୟା ଏବେ ୨୬ରେ ପହଞ୍ଚିଛି । ନଭେମ୍ବର ମାସରୁ ଫେରାର ଥିବା ସୁବାଷ ଘିଅର ମାଲିକ ସୁବାଷ ସାହୁକୁ ବି ଗିରଫ କରିଛି ପୋଲିସ ।

କଟକରେ ପୁଣି ଏକ ନକଲି ଘିଅ କାରଖାନା ଠାବ ହେଲା; ୬ ମାସ ଧରି ଚାଲିଥିଲା; ମାଲିକ ଗିରଫ
ନକଲି ଘିଅର ଏକ ଡବା ଦେଖୁଛନ୍ତି ଜଣେ ପୋଲିସ ଅଧିକାରୀ; (ଡାହାଣ) କାରଖାନାରେ ନକଲି ଘିଅ ପ୍ରସ୍ତୁତ ସାମଗ୍ରୀ
  • News18 Odia
  • Last Updated: January 30, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକରେ ଚାଲିଥିବା ନକଲି ସାମଗ୍ରୀ ଧରପକଡ଼ କ୍ରମରେ ଶନିବାର ଦିନ ସିଡିଏ ସେକ୍ଟର ୯ରେ ଥିବା ଏକ ନକଲି ଘିଅ ତିଆରି କାରଖାନା ଠାବ କରିଛି ମର୍କତନଗର ପୋଲିସ । ପ୍ରାୟ ଛଅ ମାସ ଧରି ଚାଲିଥିବା ଏହି କାରଖାନାରୁ ୨୪୮ ଲିଟର ନକଲି ଘିଅ ସହିତ କଞ୍ଜାମାଲ ମଧ୍ୟ ଜବତ ହୋଇଛି । ଏହି ନକଲି କାରଖାନା ଚଲାଇବା ଅଭିଯୋଗରେ ପୋଲିସ ଏହାର ମାଲିକ ଦୀପକ ଅଗ୍ରୱାଲକୁ ଗିରଫ କରିଛି ।

ପୋଲିସ ଠାରୁ ମିଳିଥିବା ସୂଚନା ମୁତାବକ ଅଗ୍ରୱାଲ ମୁଳତଃ ଢେଙ୍କାନାଳ ବାସିନ୍ଦା । ସେ ନକଲି ଘିଅ ତିଆରି ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ ବା ରାଇସ ବ୍ରାଣ୍ଡ ତେଲ, ରିଫାଇନ୍‌ ତେଲ ଓ ଘିଅର ରଙ୍ଗ ସୃଷ୍ଟି ପାଇଁ ବ୍ୟବହାର ହେଉଥିବା ଏକ ରାସାୟନିକକୁ କୋଲକତାରୁ ଆମଦାନୀ କରୁଥିଲା ବୋଲି ପୋସିଲ କହିଛି । ସିଡିଏରେ ଥିବା ନିଜ କାରଖାନାରେ ସେ ଏହି ସବୁ ସାମଗ୍ରୀକୁ ମିଶାଇ ଘିଅ ପ୍ରସ୍ତୁତ କରୁଥିଲା ଓ ସେହି ଘିଅକୁ ଚୌଧୁରୀ ବଜାର ଜରିଆରେ କଟକ ସହରରେ ଓ ମାଲଗୋଦାମ ଜରିଆରେ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ବିକ୍ରି ପାଇଁ ପଠାଉଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | ଯୁବତୀର ମୁଣ୍ଡକଟା ଉଲଗ୍ନ ଶବ ମିଳିଲା; ଗୁପ୍ତାଙ୍ଗରେ ଗଭୀର କ୍ଷତ; ପୋଲିସ ତଦନ୍ତ ଜାରି; ପୋଲିସ ପୁରସ୍କାର ଘୋଷଣା କଲା

ଢେଙ୍କାନାଳରେ ମଧ୍ୟ ଅଗ୍ରୱାଲର ଏକ ନକଲି ଘିଅ କାରଖାନା ରହିଛି ବୋଲି ପୋଲିସ ଜାଣିପାରିଛି । ସେଠାରେ ପୂର୍ବରୁ ତା’ ନାଁରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ନକଲି ଘିଅ କାରଖାନା ଉଦ୍ଭେଦନ ସମୟରେ ପୋଲିସ ଅଧିକାରୀମାନେ


ଏହି ନକଲି ଘିଅ କାରଖାନାକୁ ମିଶାଇ କଟକରେ ଠାବ ହୋଇଥିବା ନକଲି ସାମଗ୍ରୀ କାରଖାନାର ସଂଖ୍ୟା ଏବେ ୨୬ରେ ପହଞ୍ଚିଛି । ନଭେମ୍ବର ମାସରୁ ଫେରାର ଥିବା ସୁବାଷ ଘିଅର ମାଲିକ ସୁବାଷ ସାହୁକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ନଭେମ୍ବର ୩୦ ତାରିଖ ଦିନ ଜଗତପୁର ଠାରେ ଥିବା ସୁବାଷ ଘିଅ କାରଖାନା ଉପରେ ପୋଲିସ ରେଡ କରି ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ନକଲି ଘିଅ ଜବତ କରିଥିଲା । ସେହି ଦିନ ଠାରୁ ଫେରାର ଥିବା ସୁବାଷ ସାହୁକୁ ଶୁକ୍ରବାର ଦିନ ପୋଲିସ ଗିରଫ କରିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | CCTV: ଇଣ୍ଡିକେଟର୍ ଦେଇ ଗାଡ଼ି ମୋଡ଼ିଦେଲା; ପଛରୁ ଆକ୍ଟିଭାରେ ଆସୁଥିବା ଝିଅଟିର ମୃତ୍ୟୁ ହେଲା

କଟକରେ ଏ ପର୍ଯ୍ୟନ୍ତ ଜବତ ହୋଇଥିବା ୨୬ଟି ନକଲି ସାମଗ୍ରୀ ମଧ୍ୟରୁ ୧୮ଟିର ନମୁନା ପରୀକ୍ଷା ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ସମସ୍ତ ନମୁନାରେ କ୍ଷତିକାରକ ରାସାୟନିକ ମିଶିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ସେହି ଜବତ ସାମଗ୍ରୀଗୁଡ଼ିକୁ ନଷ୍ଟ କରିବା ପାଇଁ ପୋଲିସକୁ କୋର୍ଟଙ୍କ ଅନୁମତି ମିଳିବା ପରେ ଏବେ ସେଗୁଡ଼ିକୁ ନଷ୍ଟ କରିବା ପାଇଁ ଯୋଜନା ଆରମ୍ଭ ହୋଇଛି । ଜବତ ହୋଇଥିବା ଏହି ସବୁ ସାମଗ୍ରୀର ଆନୁମାନିକ ଓଜନ ପ୍ରାୟ ୨୦ କ୍ୟୁଣ୍ଟାଲ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।



ଏହା ବି ପଢ଼ନ୍ତୁ | ସିଟ୍ରେ ବସିବାକୁ ନେଇ ଝଗଡ଼ା ପରେ ହାଇ ସ୍କୁଲ୍ ଛାତ୍ର ନିଜ ସାଥିକୁ କ୍ଲାସ୍ରେ ଗୁଳି ମାରି ହତ୍ୟା କଲା

‘‘କୋର୍ଟଙ୍କ ଅନୁମତି ମିଳିବା ପରେ ଆମେ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼କୁ ଚିଠି ଲେଖିଛୁ । ଏହି ସବୁ ସାମଗ୍ରୀ ବିଷାକ୍ତ ହୋଇଥିବାରୁ ସେଗୁଡ଼ିକୁ ନଷ୍ଟ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଏସ.ଓ.ପି. ରହିଛି । ତାହା ପାଳନ କରି ଜବତ ହୋଇଥିବା ସାମଗ୍ରୀକୁ ନଷ୍ଟ କରାଯିବ ଓ ତା’ପରେ ମାଟିରେ ପୋତି ଦିଆଯିବ,’’ କହିଛନ୍ତି କଟକ କମିଶନରେଟ ପୋଲିସର ଜୋନ୍‌୧ ଏସିପି ଅମରେନ୍ଦ୍ର ପଣ୍ଡା ।
Published by: Anand Shankar Thankur Das
First published: January 30, 2021, 11:59 PM IST