ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»୧୪୩ଟି ଦେଶର ମୁଦ୍ରା ସଂଗ୍ରହ କରିଛନ୍ତି ୟୀରେସ; ଗିନିଜ ବୁକ ଅଫ ୱାର୍ଲ୍ଡରେ ସାମିଲ ପାଇଁ ରହିଛି ଲକ୍ଷ୍ୟ

୧୪୩ଟି ଦେଶର ମୁଦ୍ରା ସଂଗ୍ରହ କରିଛନ୍ତି ୟୀରେସ; ଗିନିଜ ବୁକ ଅଫ ୱାର୍ଲ୍ଡରେ ସାମିଲ ପାଇଁ ରହିଛି ଲକ୍ଷ୍ୟ

କେବଳ ଭାରତ ବର୍ଷର ନୁହେଁ ୧୪୩ଟି ଦେଶର ମୁଦ୍ରା ଓ ନୋଟ ସଂଗ୍ରହ କରିଛନ୍ତି ରାଜଧାନୀ ଚିନ୍ତାମଣିଶ୍ୱରର ଯୁବ ପ୍ରତିଭା ୟୀରେସ ରୋସନ ସ୍ୱାଇଁ।ଲକ୍ଷ୍ୟ ରହିଛି ଅଛି ଗିନିଜ ବୁକ ଅଫ ୱାର୍ଲ୍ଡରେ ନିଜକୁ ସାମିଲ କରିବା।

୧୪୩ଟି ଦେଶର ମୁଦ୍ରା ସଂଗ୍ରହ କରିଛନ୍ତି ୟୀରେସ; ଗିନିଜ ବୁକ ଅଫ ୱାର୍ଲ୍ଡରେ ସାମିଲ ପାଇଁ ରହିଛି ଲକ୍ଷ୍ୟ
୧୪୩ଟି ଦେଶର ମୁଦ୍ରା ସଂଗ୍ରହ କରିଛନ୍ତି ୟୀରେସ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 8, 2021, 5:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଦି ଅନାଦି କାଳର ମୁଦ୍ରା ଆପଣ ଦେଖିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। କେବଳ ଭାରତ ବର୍ଷର ନୁହେଁ ୧୪୩ଟି ଦେଶର ମୁଦ୍ରା ଓ ନୋଟ ସଂଗ୍ରହ କରିଛନ୍ତି ରାଜଧାନୀ ଚିନ୍ତାମଣିଶ୍ୱରର ଯୁବ ପ୍ରତିଭା ୟୀରେସ ରୋସନ ସ୍ୱାଇଁ।ଲକ୍ଷ୍ୟ ରହିଛି ଅଛି ଗିନିଜ ବୁକ ଅଫ ୱାର୍ଲ୍ଡରେ ନିଜକୁ ସାମିଲ କରିବା।

କେହି କେହି ପୁରୁଣା ଜିନିଷକୁ ସଂଗ୍ରହ କରିବାକୁ ଭଲ ପାଆନ୍ତି। ସେହିଭଳି ୟୀରେସ ସବୁ ଦେଶର ମୁଦ୍ରାକୁ ସଂଗ୍ରହ କରିବାକୁ ପସନ୍ଦ କରିଥାନ୍ତି। ୟୀରେସଙ୍କୁ ଏବେ ୨୨ ବର୍ଷ। କିଟରେ ଇଣ୍ଟିଗ୍ରେଟେଡ ଲ କରୁଛନ୍ତି। ଗଦା ଗଦା କଏନ ଫାଇଲ ଭିତରେ ଲାମିନେସନ ହୋଇ ରହିଛି। ପୁରୁଣା ନୂଆ ସବୁ କଏନକୁ ଫାଇଲ ଭିତରେ ସାଇତି ରଖିଛନ୍ତି। କେବଳ କଏନ ନୁହେଁ, ନୋଟ ବି ରହିଛି। ଆଈ ମାଆ କାହାଣୀ ଭଳି ଶୁଣିଥିବା ପୁରୁଣା କଏନ କାହିଁ କେଉଁ ଅନାଦି କାଳର ସବୁ ୟୀରେସ ପାଖରେ ସଂଗୃହିତ ହୋଇ ରହିଛି। ଇଣ୍ଡିଆର ଯେଭଳି ରୁପି, ସେହିଭଳି ଭୁଟାନର ନର୍ଗଟୁନ, ଦୁବାଇର ଦିରହାମ, ସାଉଦି ଆରବର ରିଆଲ, ଥାଇଲାଣ୍ଡ ବହତ, ଓମାନର ବୈସା, ସିଙ୍ଗାପୁରର ଡଲାର, ଇଣ୍ଡୋନେସିଆର ରୁପିଆ ଭଳି ଆହୁରି ଅନେକ ଦେଶର ମୁଦ୍ରାକୁ ସାଇତି ରଖିଛନ୍ତି। ୧୩୧୩ ମସିହାରେ ଚୀନର ଫାଷ୍ଟ ମେଣ୍ଟେଡ ସିଲଭର କଏନ ମଧ୍ୟ ୟୀରେସଙ୍କ ପାଖରେ ଅଛି। କେବଳ ସେତିକି ନୁହେଁ।

"୧୬୧୬ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ଵାରା ପ୍ରସ୍ତୁତ କଏନ, ୧୯୧୮ରେ ରାମ ଲକ୍ଷ୍ମଣ ହନୁମାନ ଚିତ୍ର ଥିବା ମୁଦ୍ରା ସହ ୧୯୦୧ରେ ଗଣେଶ, ୧୯୩୨ ମସିହାର ଗାନ୍ଧୀଙ୍କ ୩ ମାଙ୍କଡ ଚିତ୍ର ଥିବା ମୁଦ୍ରା ବି ରହିଛି। ୧୪୩ ଦେଶର ମୁଦ୍ରାକୁ ସଂଗୃହିତ କରିଛି। ଆଗକୁ ଆହୁରି ୪୦ଟି ଦେଶର ମୁଦ୍ରାକୁ ସଂଗୃହୀତ କରି ଗୀନଜ ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ପାଇଁ  ଲକ୍ଷ୍ୟ ରହିଛି," କହିଛନ୍ତି ୟୀରେସ।

ଏଥିପାଇଁ ୧୨ ବର୍ଷ ହେବ ମୁଦ୍ରା ସଂଗ୍ରହରେ ଲାଗିପଡିଛନ୍ତି ସେ। ତାଙ୍କର ବହୁତ ସାଙ୍ଗସାଥୀ ବିଦେଶ ଯାଉଥିବାରୁ ସେହି ଦେଶର ମୁଦ୍ରା ଓ ନୋଟ ମଗାନ୍ତି ୟୀରେସ। ଏହାସହ ସେ ୧୩ ଥର ବିଦେଶ ଯାତ୍ରା କରିଛନ୍ତି। ସେହିସବୁ ଦେଶରୁ ମଧ୍ୟ ନୋଟ୍ ସହ ମୁଦ୍ରା ଆଣିଛନ୍ତି। ଏହାସହ କିଛି ମୁଦ୍ରା ମଧ୍ୟ ଅକ୍ସନ ମାଧ୍ୟମରେ ଆଣିଛନ୍ତି। ଗୁଜୁରାଟ ନିୟମିସମ୍ୟାଟିକ ଓ ଓଡ଼ିଶା ନିୟମିସମ୍ୟାଟିକ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ୟୀରେସ। ସେତେବେଳେ ସେ ୬୦ ଦେଶର ମୁଦ୍ରା ସଂଗୃହିତ କରିଥିଲେ। ଏବେ ୧୪୩ ଦେଶର ମୁଦ୍ରା ଅଛି। ଆଗକୁ ଆହୁରି ୪୦ଟି ଦେଶର ମୁଦ୍ରାକୁ ସଂଗ୍ରହ କରିବାର ଲକ୍ଷ୍ୟ ରଖିଛନ୍ତି ୟୀରେସ।
Published by: Soumya Das
First published: November 8, 2021, 5:52 PM IST