ଓଡ଼ିଶା ବଜାରରେ ୟାମାହା ମ୍ୟୁଜିକ୍ ସ୍କୋୟାର; ରାଜ୍ୟରେ ପ୍ରଥମ ଏକ୍ସକ୍ଲୁସିଭ ରିଟେଲ ଆଉଟଲେଟ

ଦେଶରେ ୟାମାହା ମ୍ୟୁଜିକ କମ୍ପାନୀର ଉପସ୍ଥିତି ରହିଥିବା ବେଳେ ଭୁବନେଶ୍ୱରରେ ଖୋଲିଛି ରାଜ୍ୟର ପ୍ରଥମ ଏକ୍ସକ୍ଲୁସିଭ ରିଟେଲ ଆଉଟଲେଟ । ଏଠାରେ ୟାମାହାର ବିସ୍ତୃତ ବର୍ଗର ମ୍ୟୁଜିକ୍ ଇନ୍‌ଷ୍ଟ୍ରୁମେଣ୍ଟ ଉପଲବ୍ଧ ହେଉଛି ।

ଓଡ଼ିଶା ବଜାରରେ ୟାମାହା ମ୍ୟୁଜିକ୍ ସ୍କୋୟାର; ରାଜ୍ୟରେ ପ୍ରଥମ ଏକ୍ସକ୍ଲୁସିଭ ରିଟେଲ ଆଉଟଲେଟ

ଓଡ଼ିଶା ବଜାରରେ ୟାମାହା ମ୍ୟୁଜିକ୍ ସ୍କୋୟାର; ରାଜ୍ୟରେ ପ୍ରଥମ ଏକ୍ସକ୍ଲୁସିଭ ରିଟେଲ ଆଉଟଲେଟ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: କଳ୍ପନା ଛକ ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଶୁଭାରମ୍ଭ ହୋଇଛି ୟାମାହା ମ୍ୟୁଜିକ୍ ଇଣ୍ଡିଆ ଏବଂ ୟାମାହା କର୍ପୋରେସନ୍‌ର ‘ୟାମାହା ମ୍ୟୁଜିକ୍ ସ୍କୋୟାର’ । ଷ୍ଟୋରଟି ଅଧିକୃତ ଡ଼ିଲର ପାର୍ଟନର ଆକ୍ୱାର୍ଡ଼ ଭେଞ୍ଚର୍ସ ପ୍ରାଇଭେଟ ଲିମିଟେଡ଼ ଆନୁକୂଲ୍ୟରେ ଖୋଲିଛି ।

ବୁଧବାର ଅପରାହ୍ନରେ ଏହି ବଜାର ପ୍ରବେଶ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ୟାମାହା ମ୍ୟୁଜିକ ଇଣ୍ଡିଆର ସେଲ୍ସ ୟୁନିଟ୍ ମୁଖ୍ୟ ତାକାଓ ସୁଜୁକି ଉଦଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ସହିତ ୟମାହା  ବାଣିଜ୍ୟିକ ମୁଖ୍ୟ ରୋହନ ସିଦ୍ଦିକି, ପ୍ରବନ୍ଧକ ୟୁତାରୁ ୱାଟାନାବେ, ଆଉଟଲେଟର ସ୍ୱତ୍ତ୍ୱାଧିକାରି ଅଭିଷେକ କୁମାର ଏବଂ ମଲ୍‌ର ମାର୍କେଟିଂ ମୁଖ୍ୟ ଦୁଲାଲ ଚନ୍ଦ୍ର ସାହୁ  ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନା ଅନୁସାରେ, ଏବେ ସୁଧା ସାରା ଦେଶରେ ୟାମାହା ମ୍ୟୁଜିକ କମ୍ପାନୀର ଉପସ୍ଥିତି ରହିଥିବା ବେଳେ ଏହା ହେଉଛି ଓଡ଼ିଶାର ପ୍ରଥମ ଏକ୍ସକ୍ଲୁସିଭ ରିଟେଲ ଆଉଟଲେଟ । ଏଠାରେ ୟାମାହାର ବିସ୍ତୃତ ବର୍ଗର ମ୍ୟୁଜିକ୍ ଇନ୍‌ଷ୍ଟ୍ରୁମେଣ୍ଟ ଉପଲବ୍ଧ ହେଉଛି । ସେ ମଧ୍ୟରେ ପୋର୍ଟେବୁଲ କି-ବୋର୍ଡ଼, ଡ଼ିଜିଟାଲ ୱାର୍କ ଷ୍ଟେଶନ, ବିଭିନ୍ନ ବର୍ଗର ଗିଟାର, ଡ଼ିଜିଟାଲ ପିଆନୋ, ଆକୋଷ୍ଟିକ ପିଆନୋ, ସିନ୍ଥେସାଇଜର ଏବଂ ଆସେସୋରିଜ, ୱିଣ୍ଡ୍ ଇନ୍‌ଷ୍ଟ୍ରୁମେଣ୍ଟ, ପର୍କସନ ଓ ଡ଼୍ରମ ସାମିଲ ରହିଛି । ଏହା ସହ ବିଭିନ୍ନ ଅଡ଼ିଓ ଭିଜୁଆଲ୍ ସାଉଣ୍ଡ ବାର୍ ଯଥା ହେଡ଼୍‌ଫୋନ୍‌, ଇୟରଫୋନ୍‌, ପୋର୍ଟେବୁଲ ପିଏ ସିଷ୍ଟମ, ଡ଼ି ଆଡ଼ାରିଓ ଗିଟାର ଷ୍ଟ୍ରଙ୍ଗ, ସ୍ପେକ୍ଟ୍ରମ, ଗିଟାର ଷ୍ଟ୍ରାପ, ଗିଟାର କ୍ୟାପୋ, ଡ଼୍ରମ ଷ୍ଟିକ୍ ଭଳି ଅନ୍ୟ ଉତ୍ପାଦ ଏଠାରେ ଗ୍ରାହକ ପାଇପାରିବେ ।

ଏହା ୟାମାହାର ଏକ୍ସପେରିଏନ୍ସ ଜୋନ୍ ହୋଇଥିବା ବେଳେ ଗ୍ରାହକ ପ୍ରିମିୟମ୍ ଉତ୍ପାଦଗୁଡ଼ିକର ଟଚ୍ ଆଣ୍ଡ୍ ଫିଲ୍ ଲାଭ କରିପାରିବେ । ମୁଖ୍ୟତଃ ୟମାହା ମ୍ୟୁଜିକର ବିଭିନ୍ନ ଇନଷ୍ଟ୍ରମେଣ୍ଟ  ପାଇଁ ଅନ୍ୟ ବଡ଼ ବଡ଼ ସହର ଉପରେ ନିର୍ଭର କରୁଥିବା ବେଳେ ଏବେ ତାହା ଭୁବନେଶ୍ୱରରେ ମିଳିପାରିବ ଓ ଏହା ସଲ୍ୟୁସନ ସେଣ୍ଟର ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଆଗକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଏଭକି ସଲ୍ୟୁସନ ସେଣ୍ଟର ଖୋଲିବା ଉପରେ ଅଧିକ ଗୁରୁତ୍ଵ ଦିଆଜିବା ସହିତ ବ୍ୟବସାୟିକ ପାରିସରକୁ ବ୍ୟାପକ କରାଯିବ ବୋଲି କୁହାଯାଇଛି ।

ଏହି ଅବସରରେ ୟାମାହା ଡ଼ିଟିଏକ୍ସ ଡ଼୍ରମ ଆର୍ଟିଷ୍ଟ ଜୁଡ଼ ପିଟର, ୱାର୍କ ଷ୍ଟେସନ ସିରିଜର ଡ଼େମନଷ୍ଟ୍ରେଟର ଗ୍ଲେନ ଫର୍ଣ୍ଣାଣ୍ଡିଜ, ପିଆନୋର ଇନ୍‌ହାଉସ ପ୍ରଡ଼କ୍ଟ ସ୍ପେଶାଲିଷ୍ଟ ଦେବବ୍ରତ ଦେ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
Published by:Soubhagya Mishra
First published: