ରୋଗୀଙ୍କୁ ଇଞ୍ଜେକ୍ସନ ବଦଳରେ ଡିଷ୍ଟିଲ ୱାଟର୍ ଦେଲେ ନର୍ସ; ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ରୋଗୀଙ୍କୁ ଭୁଲ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ସୂଚନା ଅନୁଯାୟୀ ୮୪ ବର୍ଷୀୟ ନଗେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ତାଙ୍କ ପୁଅ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଇଞ୍ଜେକ୍ସନ ଦେବାକୁ ଆଣିଥିଲେ ।

ରୋଗୀଙ୍କୁ ଇଞ୍ଜେକ୍ସନ ବଦଳରେ ଡିଷ୍ଟିଲ ୱାଟର୍ ଦେଲେ ନର୍ସ

ରୋଗୀଙ୍କୁ ଇଞ୍ଜେକ୍ସନ ବଦଳରେ ଡିଷ୍ଟିଲ ୱାଟର୍ ଦେଲେ ନର୍ସ

  • Share this:
News18 Odia Digital

ଭଦ୍ରକ: ଗୁରୁବାର ଦିନ ଜଣେ ୮୪ ବର୍ଷୀୟ ରୋଗୀଙ୍କୁ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ବାରା ଭୁଲ ଇଞ୍ଜେକ୍ସନ ଦିଆଯିବା ପରେ ବାସୁଦେବପୁର କମ୍ୟୁନିଟି ହେଲ୍ଥ ସେଣ୍ଟରରେ (CHC) ଉତ୍ତେଜନା ଦେଖିବାକୁ ମିଳିଥିଲା । ଏହି ରୋଗୀ ଜଣକ ବାସୁଦେବପୁର ପୌରପାଳିକାର ନ୍ୟୁଇଣ୍ଡିଆ ସାହି ଗ୍ରାମର ୮୪ ବର୍ଷୀୟ ନଗେନ୍ଦ୍ର ପ୍ରସାଦ ମହାନ୍ତି ବୋଲି ଜଣାପଡ଼ିଛି।

ସୂଚନାନୁସାରେ, ନାଗେନ୍ଦ୍ରଙ୍କ ପୁଅ ସୁବାଶିଷ ମହାନ୍ତି ତାଙ୍କୁ ଡାକ୍ତରଙ୍କ ପରାମର୍ଶ ପରେ ଇଞ୍ଜେକ୍ସନ ଦେବା ପାଇଁ ବାସୁଦେବପୁର CHCକୁ ଆଣିଥିଲେ। ତେବେ, CHCର ଜଣେ ନର୍ସ ନିର୍ଦ୍ଦିଷ୍ଟ ଇଞ୍ଜେକ୍ସନ୍ ବଦଳରେ ତାଙ୍କ ପିତାଙ୍କୁ ଡିଷ୍ଟିଲ୍ ପାଣି ଦେଇଥଲେ ବୋଲି ସୁବାଶିଷ ଅଭିଯୋଗ କରିଛନ୍ତି।

ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ନର୍ସଙ୍କୁ ନିର୍ଦ୍ଦିଷ୍ଟ ଇଞ୍ଜେକ୍ସନକୁ ଡିଷ୍ଟିଲ୍ ପାଣିରେ ମିଶ୍ରଣ କରିବାକୁ ପଡୁଥିଲା, ତଥାପି ସେ କେବଳ ଡିଷ୍ଟିଲ୍ ପାଣି ଇଞ୍ଜେକ୍ସନ ଦେଇଥିଲେ ଓ ନିର୍ଦ୍ଦିଷ୍ଟ ଇଞ୍ଜେକ୍ସନ୍ ଦେଇନଥିଲେ ବୋଲି ସୁବାଶିଷ ଦାବି କରିଛନ୍ତି।

ତାଙ୍କ ବାପାଙ୍କୁ କେବଳ ଡ଼ିଷ୍ଟିଲ ୱାଟର ଦିଆଯାଉଥିଲା ଓ ସେମାନେ ଇଞ୍ଜେକ୍ସନ୍ ରଖିଥିଲେ ବୋଲି ସୁବାଶିଷ କହିଛନ୍ତି। ଏହି ଘଟଣା ପରେ ଡାକ୍ତରଖାନା ପରିସରରେ ନର୍ସଙ୍କ ଅବହେଳା ଅଭିଯୋଗରେ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ତେବେ ଅଭିଯୁକ୍ତ ନର୍ସ ରୋଗୀର ପରିବାରଙ୍କ ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ ସେ କେବଳ ଇଞ୍ଜେକ୍ସନ୍ ଲୋଡ୍ କରିଛନ୍ତି କିନ୍ତୁ ଏହାକୁ ପରିଚାଳନା କରିନାହାଁନ୍ତି। ସେ କହିଛନ୍ତି ଯେ ତାଙ୍କର ଅନ୍ୟ ଜଣେ ସହକର୍ମୀ ଏହାକୁ ଇଞ୍ଜେକ୍ସନ ଦେଇଛନ୍ତି।

ଅନ୍ୟପକ୍ଷରେ ମେଡିକାଲ ଅଧିକାରୀ ଡାକ୍ତର ସୁଭଜିତ ରାହୁଲ କହିଛନ୍ତି ଯେ ଏହି ରିପୋର୍ଟ ଦାଖଲ ନହେବା ପର୍ଯ୍ୟନ୍ତ ସେ ରୋଗୀଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ଗ୍ରହଣ କରିନାହାଁନ୍ତି। ସେ କହିଛନ୍ତି ଯେ ଯଦି ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରନ୍ତି ତେବେ ସେ ସେମାନଙ୍କ ଦାୟିତ୍ୱରେ ଥିବା ସୂଚନା ଦେବେ ଓ ଏହି ଘଟଣାର ତଦନ୍ତ କରିବେ।
Published by:Lipina Das
First published: