ନିଜ କାହାଣୀରେ ଓଡ଼ିଶାର ଚି଼ତ୍ର ଓ ଚ଼ରିତ୍ରଙ୍କୁ ସ୍ଥାନ ଦେବେ ଔପନ୍ୟାସିକ ଚ଼େତନ ଭଗତ

ଅନେକ ସମୟରେ ଓଡ଼ିଶାର ଘଟଣା ଓ ବ୍ୟକ୍ତିତ୍ବକୁ ନେଇ ନେଇ କାହାଣୀ ଲେଖିବାକୁ ଭାବିଛନ୍ତି ଚେତନ ଭଗତ । ଓଡ଼ିଶାରେ କାହାଣୀ ପାଇଁ ଭରପୁର ପୃଷ୍ଠଭୂମି ଅଛି ବୋଲି କହିଛନ୍ତି ‘ଫାଇଭ ପଏଣ୍ଟ୍ ସମୱାନ୍’ ଓ ‘ହାଫ୍ ଗାର୍ଲ ଫ୍ରେଣ୍ଡ୍’ ପରି ଲୋକପ୍ରିୟ ଉପନ୍ୟାସଗୁଡ଼ିକର ଲେଖକ ।

ନିଜ କାହାଣୀରେ ଓଡ଼ିଶାର ଚି଼ତ୍ର ଓ ଚ଼ରିତ୍ରଙ୍କୁ ସ୍ଥାନ ଦେବେ ଔପନ୍ୟାସିକ ଚ଼େତନ ଭଗତ
ଚ଼େତନ ଭଗତ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • News18 Odia
  • Last Updated: December 15, 2019, 9:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: ଆଗକୁ ନିଜର କାହାଣୀରେ ଓଡ଼ିଶାର ଚି଼ତ୍ର ଓ ଚ଼ରିତ୍ରକୁ ସ୍ଥାନ ଦେବେ ଖ୍ୟାତନାମା ଯୁବ ଇଂରାଜୀ ଔପନ୍ୟାସିକ ଚ଼େତନ ଭଗତ । ବିଶେଷ କରି ଲୋକଙ୍କ ମନକୁ ଛୁଇଁ ପାରିଥିବା ଅଥବା ଚ଼ର୍ଚ୍ଚାରେ ଥିବା ଓଡ଼ିଶାର ଘଟଣା, ସ୍ଥାନ ଓ ଚ଼ରିତ୍ରକୁ ନେଇ ସେ ଲେଖିବେ ଉପନ୍ୟାସ ।

ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ଭଗତ ନ୍ୟୁଜ ୧୮କୁ କହିଛନ୍ତି: ‘‘ବିଭିନ୍ନ ସ୍ଥାନକୁ ଯିବା ସମୟରେ ସବୁ ଅଞ୍ଚଳର କଥା, କାହାଣୀ ଓ ଚରିତ୍ରକୁ ମୁଁ ପାଖରୁ ଅବଲୋକନ କରେ । ବୁଝିବାକୁ ଚେଷ୍ଟାକରେ ପ୍ରତିଟି ଚରିତ୍ରକୁ । ଏସବୁ ଭିତରେ ଓଡ଼ିଶାର ଚି଼ତ୍ର ଓ ଚ଼ରିତ୍ର ପ୍ରତି ଅଛି ମୋର ସ୍ବତନ୍ତ୍ର ଆକର୍ଷଣ’’ ।

‘‘ସାରା ଭାରତ ହେଉଛି ମୋ’ କାହାଣୀ କଳା ପାଇଁ ପ୍ରେରଣା ଭୂମି । ଭାରତବର୍ଷର ସବୁ ଅଞ୍ଚଳର ଚି଼ତ୍ର ଓ ଚ଼ରିତ୍ର ମୋ’ କାହାଣୀରେ ସ୍ଥାନ ପାଉ ତାହା ମୁଁ ଚ଼ାହେଁ । ଅନେକ ସମୟରେ ଭାବିଛି ଓଡ଼ିଶାର ଘଟଣା ଓ ବ୍ୟକ୍ତିତ୍ବକୁ ନେଇ ନେଇ କାହାଣୀ ଲେଖିବାକୁ କାରଣ ଓଡ଼ିଶାରେ କାହାଣୀ ପାଇଁ ଅଛି ଭରପୁର ପୃଷ୍ଠଭୂମି,’’ କହିଛନ୍ତି ‘ଫାଇଭ ପଏଣ୍ଟ୍‌ ସମୱାନ୍‌’ ଓ ‘ହାଫ୍‌ ଗାର୍ଲ ଫ୍ରେଣ୍ଡ୍‌’ ପରି ଲୋକପ୍ରିୟ ଉପନ୍ୟାସଗୁଡ଼ିକର ଲେଖକ ଭଗତ ।

ଓଡ଼ିଶାର ପ୍ରସିଦ୍ଧ କ୍ଷେତ୍ର ଓ କୀର୍ତ୍ତି ତାଙ୍କର ଅନେକ କାହାଣୀ ପାଇଁ ଉପାଦାନ ହୋଇପାରେ ବୋଲି ସେ କହିଛନ୍ତି । ‘‘ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ମୋର ବିଶେଷ ଶ୍ରଦ୍ଧା ଓ ସମ୍ମାନ ଅଛି । ଜୟ ଜଗନ୍ନାଥ...ଜୟ ଜଗନ୍ନାଥ,’’ ଦୁଇ ହାତ ଉପରକୁ ଟେକି ଆଉ ସ୍ମିତ ହସି କହିଛନ୍ତି ସେ ।

ଭୁବନେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ ଚ଼େତନ ଭଗତ


ନିଜର ଅନେକ ଖୁବ୍‌ ଆଦୃତ ସମସାମୟିକ ଉପନ୍ୟାସ ପାଇଁ କିଛି ବର୍ଷ ଧରି ସାରା ଦେଶରେ ଚର୍ଚ୍ଚାରେ ରହି ଆସିଛନ୍ତି ଚେତନ ଭଗତ । ଜଣେ ଆଇଆଇଟିଆନ ହୋଇ ମଧ୍ୟ କାହାଣୀ କଳାରେ ସେ ତିଆରି କରିପାରିଛନ୍ତି ନିଜର ସ୍ବତନ୍ତ୍ର ପରିଚୟ ।

ଭଗତଙ୍କ ଲିଖିତ ଉପନ୍ୟାସଗୁଡ଼ିକ ଭିତରେ ଚର୍ଚ୍ଚିତ ପୁସ୍ତକଗୁଡିକ ହେଉଛନ୍ତି ‘ହାଫ୍‌ ଗାର୍ଲ ଫ୍ରେଣ୍ଡ୍‌’, ‘ଟୁ ଷ୍ଟେଟସ୍‌ - ଦି ଷ୍ଟୋରୀ ଅଫ୍‌ ମାଇଁ ମ୍ୟାରେଜ୍‌’, ‘ଦି ଥ୍ରୀ ମିସଷ୍ଟେକସ୍ ଅଫ୍‌ ମାଇଁ ଲାଇଫ୍‌’, ‘ୱାନ ଇଣ୍ଡିଆନ୍‌ ଗାର୍ଲ’, ‘ଫାଇଭ ପଏଣ୍ଟ୍‌ ସମୱାନ୍‌’, ‘ଦି ଗାର୍ଲ ଇନ୍‌ ରୁନ୍‌ ନଂ ୧୦୫’, ‘ରିଭୋଲୁ୍ସନ୍‌ ୨୦୨୦’ ଓ ‘ୱାନ୍ ନାଇଟ୍‌ @ ଦି କଲ୍‌ ସେଣ୍ଟର’ ଆଦି ।

୧୯୯୫ରେ ଦିଲ୍ଲୀ ଆଇଆଇଟିରୁ ସ୍ନାତକ ହେବା ପରେ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ୍‌ (IIM), ଅହମ୍ମଦାବାଦରୁ ସେ ଉତ୍ତୀର୍ଣ୍ଣ ହେଲେ । ଏହି ସମୟରେ ଉପନ୍ୟାସ ଲେଖିବା ପ୍ରତି ଆଗ୍ରହୀ ହୋଇଥିଲେ ଚେତନ । ୨୦୦୪ ମସିହାରେ ପ୍ରକାଶ ପାଇଥିଲା ତାଙ୍କ ଲିଖିତ ପ୍ରଥମ ଇଂରାଜୀ ଉପନ୍ୟାସ ‘ଫାଇଭ୍‌ ପଏଣ୍ଟ୍‌ ସମୱାନ୍‌’ । ଆଉ ତା ପରେ ସେ ପଛକୁ ଫେରି ଚାହିଁନାହାନ୍ତି ।

ଭଗତଙ୍କ ଲିଖିତ ୮ଟି ଉପନ୍ୟାସ ମଧ୍ୟରୁ ୫ଟି ହିନ୍ଦୀ ସିନେମାର ରୂପ ନେଇଛି । ଫିଲ୍ମଗୁଡିକ ହେଲା ‘୩ ଇଡିଅଟସ୍‌’ (ପୁସ୍ତକ- ଫାଇଭ ପଏଣ୍ଟ୍‌ ସମୱାନ୍‌), ‘ହେଲୋ’ (ପୁସ୍ତକ - ‘ୱାନ୍ ନାଇଟ୍‌ @ ଦି କଲ୍‌ ସେଣ୍ଟର’), ‘କାଇ ପୋ ଚେ’ (ପୁସ୍ତକ - ‘ଦି ଥ୍ରୀ ମିସଷ୍ଟେକସ୍ ଅଫ୍‌ ମାଇଁ ଲାଇଫ୍‌), ‘ଟୁ ଷ୍ଟେଟସ୍‌’ ( ପୁସ୍ତକ - ‘ଟୁ ଷ୍ଟେଟସ୍‌ - ଦି ଷ୍ଟୋରୀ ଅଫ୍‌ ମାଇଁ ମ୍ୟାରେଜ୍‌’), ‘ହାଫ୍‌  ଗାର୍ଲଫ୍ରେଣ୍ଡ୍‌’ (ପୁସ୍ତକ - ‘ହାଫ୍‌ ଗାର୍ଲଫ୍ରେଣ୍ଡ୍‌’) ଆଦି ।

କେବଳ କଥାକାର ନୁହନ୍ତି, ଚେତନ ଭଗତ ଜଣେ ସୁବକ୍ତା ମଧ୍ୟ । ବିଶ୍ବର ୫୦ରୁ ଅଧିକ ଦେଶରେ ନିଜ ପ୍ରେରଣାଦାୟୀ ବକ୍ତବ୍ୟ ପାଇଁ ସେ ଚର୍ଚ୍ଚିତ ଅଛନ୍ତି ।

ଭୁବନେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ ଭଗତ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଖାପାଖି ବସିଥିଲେ । ଦୁହେଁ ଅଳ୍ପ କିଛି ବାର୍ତ୍ତାଳାପ କରିଥିବାର ଦେଖାଯାଇଥିଲା ।
First published: December 15, 2019, 9:05 PM IST
corona virus btn
corona virus btn
Loading