- News18 Odia
- Last Updated :
- New Delhi, India
News 18 Odia Digital
Wrestlers Mee too Protest: ଭାରତୀୟ କୁସ୍ତି ସଂଘ(WFI)ର ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତି ଯୋଦ୍ଧାଙ୍କ ଧାରଣା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାରେ ମନ୍ତ୍ରାଳୟ ପକ୍ଷରୁ WFI ଅଧ୍ୟକ୍ଷଙ୍କୁ ନୋଟିସ୍ କରି ୭୨ ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ମଗାଯାଇଛି। ତେବେ ମାମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର(Anurag Thakur)। ମନ୍ତ୍ରୀ କହିଛନ୍ତି ଯେ ସେ ତେଣୁ ଦିଲ୍ଲୀ ଯାଇ ଆନ୍ଦୋଳନରତ ରେସଲରଙ୍କୁ ଭେଟିବେ।
ସୂଚନା ଅନୁଯାୟୀ ଅନୁରାଗ ଠାକୁର ଏକ ସରକାରୀ କାର୍ଯ୍ୟକ୍ରମରେ ହମିରପୁର ଗସ୍ତରେ ଅଛନ୍ତି। ଆଜି ଦ୍ୱିତୀୟ ଦିନ ପାଇଁ କୁସ୍ତିଯୋଦ୍ଧାମାନେ WFI ଅଧ୍ୟକ୍ଷଙ୍କ ବିରୋଧରେ ଜାରି ରଖିଛନ୍ତି। ଏହି ଅନ୍ଦୋଳନରେ ବିନେଶ ଫୋଗାଟ, ରବି କୁମାର ଦହିଆ, ବଜରଙ୍ଗ ପୁନିଆ, ଏବଂ ଶାକ୍ଷୀ ମଲ୍ଲିକ ସାମିଲ୍ ହୋଇଛନ୍ତି। WFI ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ସେ ମହିଳା ରେସଲରମାନଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି ବୋଲି ବିନେଶ ଫୋଗାଟ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଲକ୍ଷ୍ନୌନ ଜାତୀୟ କ୍ୟାମ୍ପରେ କିଛି ମହିଳା ଖେଳାଳିଙ୍କୁ କୋଚ୍ ଓ ଅଧ୍ୟକ୍ଷ ନିର୍ଯାତନା ଦେଇଥିଲେ ବୋଲି ଫୋଗାଟ ମିଡିଆ ଆଗରେ କହିବା ସହିତ କାନ୍ଦି ପକାଇଥିଲେ।
ତେବେ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ। WFI ଅଧ୍ୟକ୍ଷଙ୍କୁ ପଦରୁ ହଟାଇବା ସହ WFI ଅନେକ ରାଜ୍ୟ କୁସ୍ତି ସଂଘ ସହିତ ମିଶିବ ବୋଲି ସେମାନେ ଦାବି କରିଛନ୍ତି। ସୂଚନା ଅନୁଯୟୀ ଘଟଣାକୁ ନେଇ WFI ଏକ ଜରୁରିକାଳୀନ କାଉନସେଲିଂ ବୈଠକ ଡାକିଛି। ଜାନୁଆରୀ ୨୨ ତାରିଖରେ ଏହି ବୈଠକ ହେବ। ଏଥିରେ ବ୍ରିଜ ଭୂଷଣ ଇସ୍ତଫା ଦେଇପାରନ୍ତି ଓ ତାଙ୍କୁ ପୁନଃ ଲଢ଼େଇ ପାଇଁ ଅଯୋଗ୍ୟ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି। ୨୦୧୧ ପରଠାରୁ ବ୍ରିଜ ଭୂଷଣ WFI ଅଧ୍ୟକ୍ଷ ନିର୍ବାଚିତ ହୋଇ ଆସୁଛନ୍ତି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।