ଦୁଇ ନିଯୋଗ ମଧ୍ୟରେ ବିବାଦ; ଉପବାସ ରହିଲେ ମହାପ୍ରଭୁ ଲିଙ୍ଗରାଜ

ବୁଧବାର ଦିନ ସକାଳୁ ରାତି ପର୍ଯ୍ୟନ୍ତ ମହାପ୍ରଭୁ ଥିଲେ ଉପବାସରେ । କଳିକୁ ନେଇ ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି ବନ୍ଦ ।

ଦୁଇ ନିଯୋଗ ମଧ୍ୟରେ ବିବାଦ; ଉପବାସ ରହିଲେ ମହାପ୍ରଭୁ ଲିଙ୍ଗରାଜ

ଦୁଇ ନିଯୋଗ ମଧ୍ୟରେ ବିବାଦ; ଉପବାସ ରହିଲେ ମହାପ୍ରଭୁ ଲିଙ୍ଗରାଜ

  • Share this:
News 18 Odia Digital

ଭୁବନେଶ୍ୱର; ବଡ଼ୁ ନିଯୋଗ ଏବଂ ପୂଜା ପଣ୍ଡାଙ୍କ ମଧ୍ୟରେ ବିବାଦ ହେବାରୁ ଉପବାସ ରହିଲେ ଭଗବାନ । ପାଇତା ଲାଗି ନୀତିକୁ ନେଇ ଦୁଇ ନିଯୋଗଙ୍କ ମଧ୍ୟରେ କଳି । ସେପଟେ ବିବାଦକୁ ସମାଧାନ କରିବା ବଦଳରେ ହାତ ବାନ୍ଧି ବସିଛି ଲିଙ୍ଗରାଜ ମନ୍ଦିର ପ୍ରଶାସନ।

ବୁଧବାର ଦିନ ସକାଳୁ ରାତି ପର୍ଯ୍ୟନ୍ତ ମହାପ୍ରଭୁ ଥିଲେ ଉପବାସରେ । କଳିକୁ ନେଇ ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି ବନ୍ଦ । ପ୍ରଭୁ ଲିଙ୍ଗରାଜଙ୍କ ପବିତ୍ରାର୍ପଣ ଯାତ୍ରା ଚାଲିଛି । ଏ ଯାତ୍ରା ସମୟରେ ଲିଙ୍ଗରାଜଙ୍କୁ ପାଇତା ଲାଗି କରାଯାଏ । ହେଲେ ପାଇତା ଲାଗି ନୀତିକୁ ନେଇ ଦୁଇ ନିଯୋଗ ମଧ୍ୟରେ ଟଣାଓଟରା । ମହାପ୍ରଭୁଙ୍କ ପାଖରେ ୨୭ ଗୋଟି ପଇତା ଲାଗି ନୀତି ମଧ୍ୟରୁ ତିନି ଗୋଟି ପଇତା ଲାଗି ପୂଜାପଣ୍ଡା କରିବେ । ଆଉ ୨୪ ଗୋଟି ପଇତା ଲାଗି ବଡୁ ନିଯୋଗ କରିବେ । ଏହାକୁ ନେଇ ପୂର୍ବରୁ ନିଷ୍ପତି ହୋଇଥିଲା । ପରେ ପୂଜା ପଣ୍ଡା ନିଯୋଗ ପଇତା ଲାଗି କରିବା ପାଇଁ ଯିବା ସମୟରେ ବଡୁ ନିଯୋଗ ଏହାକୁ ବିରୋଧ କରୁଛି । ଯାହାକୁ ନେଇ ମଙ୍ଗଳବାର ରାତିରୁ ନୀତି କାନ୍ତି ବନ୍ଦ ରହିଥିଲା ବୋଲି ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚିକାନ୍ତ ପୂଜାପଣ୍ଡା କହିଛନ୍ତି ।

ସେପଟେ ବିବାଦକୁ ସାମାଧାନ କରିବା ବଦଳରେ ହାତ ବାନ୍ଧି ବସିଛି ଲିଙ୍ଗରାଜ ମନ୍ଦିର ପ୍ରଶାସନ। ନା ପୂଜାପଣ୍ଡା ନିଯୋଗ ସହ କରୁଛି ଆଲୋଚନା । ନା ବଡୁ ନିଯୋଗ ସଦସ୍ୟଙ୍କ ସହ ବିଚାରବିମର୍ଷ କରୁଛି । ତେବେ ବଡୁ ନିଯୋଗ ନିଜ ଜିଦରେ ଅଟଳ ରହିଛନ୍ତି । ପାଇତା ଲାଗି ପରମ୍ପରା ଅନୁସରା ବଡୁ ନିଯୋଗ କରି ଥାଆନ୍ତି । ପ୍ରଭୁଙ୍କର ୨୭ ଟି ପଇତାଲାଗି ନୀତିକୁ ବଡୁ ନିଯୋଗ ହିଁ ସମାପନ କରି ଥାଆନ୍ତି । କିନ୍ତୁ ଗତ ତିନି ବର୍ଷ ଧରି ଏହି ବିବାଦ ଲାଗି ରହିଛି । ପୂଜାପଣ୍ଡା ନିଯୋଗ ଏହାକୁ ନେଇ ବିବାଦ କରୁଛନ୍ତି । ପରମ୍ପରା ଅନୁସାରେ ଆରମ୍ଭରୁ ହିଁ ମହାପ୍ରଭୁ ଲିଙ୍ଗରାଜଙ୍କ ପାଇତା ଲାଗି ନୀତି ବଡୁ ନିଯୋଗ କରି ଆସୁଛନ୍ତି । ଏହା ସେବା ସ୍ୱତ୍ୱ ଜିନିଷ । ରଜାଙ୍କ ଅମଳରୁ ହେଇ ଆସୁଛି ବୋଲି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ କହିଛନ୍ତି ।

ବିବାଦ ପାଇଁ ମହାପ୍ରଭୁଙ୍କୁ ଉପାସ ରହିବା କଥା ଭକ୍ତଙ୍କ ମନରେ କଷ୍ଟ ଦେଇଛି । ତେଣୁ ତୁରନ୍ତ ଏହାର ସମାଧାନ କରାଯାଉ ବୋଲି କିଛି ଭକ୍ତ ମତ ଦେଇଛନ୍ତି । ବଡ଼ୁ ନିଯୋଗ ଏବଂ ପୂଜା ପଣ୍ଡାଙ୍କ ମଧ୍ୟରେ ଉତ୍ତମ ବୁଝାବଣା ରହିଲେ ହିଁ ଏହାର ସମାଧାର ରାସ୍ତା ବାହାରିବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।
Published by:Soubhagya Mishra
First published: