• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ପୁରୀରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ; ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ଜିଲ୍ଲାପାଳ

ପୁରୀରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ; ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ଜିଲ୍ଲାପାଳ

ପୁରୀ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଠାରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ପର୍ଯ୍ୟଟନ ସ୍ଥାନ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବହୁବିଧ ବ୍ୟବସ୍ଥା କରାଯାଉଛି ।

ବିଶ୍ଵ ପର୍ଯ୍ୟଟନ ଦିବସ

ବିଶ୍ଵ ପର୍ଯ୍ୟଟନ ଦିବସ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ପୁରୀ: ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟଠାରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ପର୍ଯ୍ୟଟନ ସ୍ଥାନ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବହୁବିଧ ବ୍ୟବସ୍ଥା କରିଥିଲେ। ତେବେ ସାଧାରଣ ଜନତାଙ୍କ ସହଭାଗିତା ପର୍ଯ୍ୟଟନକୁ ଅଧିକ ପରିବ୍ୟାପ୍ତ କରିଥାଏ ବୋଲି ସେ କହିଥିଲେ। ପରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ପୁରସ୍କୃତ ମଧ୍ୟ କରିଥିଲେ।

ବିଦ୍ୟାଳୟ ସ୍ତରରେ ବକ୍ତୃତା ପ୍ରତିଯୋଗିତାରେ ପୁରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଶୁଭ୍ର ଶ୍ରେୟ ମିଶ୍ର ପ୍ରଥମ,ସରସ୍ବତୀ ଶିଶୁ ବିଦ୍ୟମନ୍ଦିରର ଛାତ୍ର ରୁଦ୍ର ପ୍ରସାଦ ଦାଶ ଦ୍ୱିତୀୟ, ବ୍ଲେସ୍ଡ ସେକ୍ରେମେଣ୍ଟ ଉଚ୍ଚ ବିଦ୍ୟାଳୟର ଛାତ୍ର ତୃତୀୟ, ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ରେ ସୁରଜମଲ ସାହା ମହବିଦ୍ୟାଳୟର ଛାତ୍ରୀ ଇଶାନୀ ବାନାର୍ଜୀ ପ୍ରଥମ, କଲେଜ ଅଫ ମ୍ୟାନେଜମେଣ୍ଟ ଟେକ୍ନୋଲୋଜିର ଛାତ୍ରୀ କଲ୍ୟାଣୀମୟୀ ଜେନା ଦ୍ୱିତୀୟ, କୁଇଜ ପ୍ରତିଯୋଗିତାରେ ଭାର୍ଗବୀ ଉଚ୍ଚ ବିଦ୍ୟାଳୟ ବୀର ନରସିଂହପୁରର ଛାତ୍ର ମହେଶ କୁମାର ବେହେରା ପ୍ରଥମ, ପିପିଲି ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ସୃଷ୍ଟି ସ୍ମିତା ନନ୍ଦ ଦ୍ୱିତୀୟ, ବ୍ଲେସ୍ଡ ସେକ୍ରେମେଣ୍ଟ ଉଚ୍ଚ ବିଦ୍ୟାଳୟର ଛାତ୍ର ଅରମାନ ଚୌଧୁରୀ ତୃତୀୟ, ଓ ମହାବିଦ୍ୟାଳୟ କୁଇଜ ରେ ଏସ ସି ଏସ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ଶୈଳବାଳା ଓଝା ପ୍ରଥମ, ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ଋତୁପର୍ଣ୍ଣା ସାହୁ ଦ୍ୱିତୀୟ, ସୁରଜମଲ ସାହା ମହାବିଦ୍ୟାଳୟର ଛାତ୍ରୀ ସୁପର୍ଣ୍ଣା ପ୍ରିୟଦର୍ଶିନୀ ତୃତୀୟଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ପର୍ଯ୍ୟଟନ ବିଭାଗର କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।
Published by:Soumyashree Mishra
First published: