ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସ; ବାଲୁକା କଳା ନିର୍ମାଣ କଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ

ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସ ଅବସରରେ ମାନସ କୁମାର ସାହୁ ବାଲିରେ ଛୋଟ କୋଣାର୍କ ମନ୍ଦିରର ପ୍ରତିମୂର୍ତ୍ତି ନିର୍ମାଣ କରି ସାରା ବିଶ୍ୱରେ ଓଡ଼ିଶାକୁ ପରିଚିତ କରାଇବାକୁ ପ୍ରୟାସ କରିଛନ୍ତି।

ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସ

ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ପୁରୀ: ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସ ଅବସରରେ ଓଡ଼ିଶାର କଳା ସଂସ୍କୃତିକୁ ସାରା ବିଶ୍ୱରେ ପରିଚିତ କରିବା ପାଇଁ ପୁରୀ ବେଳାଭୂମିରେ ନିର୍ମାଣ କଲେ ବାଲିର ଛୋଟ କୋଣାର୍କ ମିନ୍ଦିର। ଏହି ବାଲୁକା କଳାଟିକୁ ଅତି ସୁନ୍ଦର ଭାବରେ ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ।

ସେ ଓଡ଼ିଶାର ଐତିହ୍ୟ ଭାସ୍କର୍ଯ୍ୟ ଓ କଳା ନୈପୁଣ୍ୟକୁ ବାଲୁକା କଳା ମାଧ୍ୟମରେ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ପ୍ରୟାସ କରିଛନ୍ତି। କୋଣାର୍କ ମନ୍ଦିର ବିଶ୍ୱ ଦରବାରରେ ଓଡ଼ିଆମାନଙ୍କର ପରିଚୟ ସୃଷ୍ଟି କରେ।

ବାଲୁକା କଳା


ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସ ଅବସରରେ ମାନସ କୁମାର ସାହୁ ବାଲିରେ ଛୋଟ କୋଣାର୍କ ମନ୍ଦିରର ପ୍ରତିମୂର୍ତ୍ତି ନିର୍ମାଣ କରି ସାରା ବିଶ୍ୱରେ ଓଡ଼ିଶାକୁ ପରିଚିତ କରାଇବାକୁ ପ୍ରୟାସ କରିଛନ୍ତି ଓ ସମସ୍ତ ବିଶ୍ୱବାସୀଙ୍କୁ ଓଡ଼ିଶାକୁ ଆସି ଓଡ଼ିଶାର କଳା ନୈପୁର୍ଣ୍ୟକୁ ଉପଭୋଗ କରିବା ପାଇଁ ଆହ୍ୱାନ ମଧ୍ୟ ଦେଇଛନ୍ତି। ଏହି ବାଲୁକା କଳାଟି ୩ ଫୁଟ ଓସାର ବିଶିଷ୍ଟ ଓ ଏଥିରେ ୩ କ୍ୟୁଣ୍ଟାଲ ବାଲି ଉପଯୋଗ କରାଯାଇଛି। ଏହାସ ଏଥିରେ "welcome to Odisha" ଓ "world Tourism day"ର ବାର୍ତ୍ତା ଦେଇଥିଲେ ସେ।

ସୁଦର୍ଶନ ପଟ୍ଟନାୟକଙ୍କ ସ୍ୟାଣ୍ଡଆର୍ଟ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଗଢ଼ିଛନ୍ତି ଏକ ଆକର୍ଷଣୀୟ ବାଲୁକାକୃତି


ମାନସଙ୍କ ବ୍ୟତୀତ ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସ ଅବସରରେ ପୁରୀ ନିଳାଦ୍ରୀ ବେଳାଭୂମୀରେ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୟାଣ୍ଡଆର୍ଟ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଗଢ଼ିଛନ୍ତି ଏକ ଆକର୍ଷଣୀୟ ବାଲୁକାକୃତି। ମାଆଙ୍କ ଧରାବତରଣ ଦୃଷ୍ଟିରୁ ଦେବୀ ଦୁର୍ଗାଙ୍କ ପ୍ରତିମୂର୍ତ୍ତିଙ୍କ ସହ ପ୍ରଦର୍ଶିତ କରିଛନ୍ତି ବୁଦ୍ଧଦେବଙ୍କ ପ୍ରତିଛବି। ବିଶ୍ୱର ବିଭିନ୍ନ ଦେଶକୁ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ିବା ଭଳି ଦୃଶ୍ୟ ବାଲୁକକୃତିରୁ ପ୍ରତିଫଳିତ ହୋଇଛି। ଯାହା ବର୍ତ୍ତମାନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
Published by:Lipina Das
First published: