News 18 Odia Digital
ବ୍ରହ୍ମପୁର: ଦିନକୁ ଦିନ ଲୋପ ପାଇବାରେ ବସିଲାଣି ଘରଚଟିଆ (sparrow) । ଘରଚଟିଆ ମାନଙ୍କର ବଂଶବୃଦ୍ଧି କରିବା ସହିତ ଏହାର ସୁରକ୍ଷା (security) ନିମନ୍ତେ ଆଜିର ଦିନକୁ ବିଶ୍ୱ ଘରଚଟିଆ ଦିବସ ଭାବେ ପାଳନ କରାଯାଉଛି । ସେହିକ୍ରମରେ ଆଜି ବ୍ରହ୍ମପୁରର (bramhapur) ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବିଶ୍ୱ ଘରଚଟିଆ ଦିବସ ପାଳନ କରାଯାଇଛି । ସହରର ୯ ନମ୍ବର ଓ୍ବାର୍ଡ଼ରେ ସାହିବାସିନ୍ଦାଙ୍କୁ ଘରଚଟିଆ ମାନଙ୍କର ସୁରକ୍ଷା ଓ ବଂଶବୃଦ୍ଧି କିଭଳି କରାଯିବ ସେ ନେଇ ସଚେତନତା (awareness) କରାଯାଇଥିଲା । ଏହାସହିତ ସ୍ଥାନୀୟ ବାସିନ୍ଦାମାନଙ୍କୁ ଘରଚଟିଆ ମାନଙ୍କ ନିମନ୍ତେ କୃତ୍ରିମ ଗୃହ ଓ ଖାଦ୍ୟ (food) ସାମଗ୍ରୀ ଓ ପାଣି ରହିବା ନିମନ୍ତେ ମାଟି ପାତ୍ର ବଣ୍ଟନ କରାଯାଇଥିଲା । ଏହାସହ କିଛି ଘରେ ମଧ୍ୟ ଘରଚଟିଆଙ୍କ କୃତ୍ରିମ ଗୃହ ଓ ଖାଦ୍ୟ ସାମଗ୍ରୀ ନିମନ୍ତେ ପାତ୍ର ଲଗାଯାଇଥିଲା ।
‘‘ ଘରଚଟିଆଙ୍କ ବଂଶ ଧିରେ ଧିରେ ଲୁପ୍ତ ହେବାକୁ ବସିଲାଣି । ବନବିଭାଗ (forest department) ଏହାକୁ ନେଇ ତତ୍ପର ରହିବା ସହିତ ଏହାର ବଂଶବୃଦ୍ଧି ନେଇ ଅନେକ ପଦକ୍ଷେପ ନିଆଯାଉଛି । ଖରାଦିନ ସମୟରେ ନିଜ ନିଜ ଛାତ ଉପରେ କୌଣସି ଏକ ପାତ୍ରରେ ପାଣି ନିହାତି ଭାବେ ରଖନ୍ତୁ । ଯାହାଫଳରେ ଏଭଳି ଛୋଟ ଛୋଟ ପକ୍ଷୀମାନେ ପାଣି ପିଇ ନିଜର ତୃଷାକୁ ମେଣ୍ଟାଇପାରିବେ ବୋଲି କହିଛନ୍ତି,‘‘ ବ୍ରହ୍ମପୁର ଡ଼ିଏଫଓ ସନି ଖୋଖର ।
‘‘ବର୍ତ୍ତମାନର ସ୍ଥିତିରେ ଏହି ଘରଚଟିଆମାନଙ୍କର ସୁରକ୍ଷା କରିବା ନିତାନ୍ତ ଆବଶ୍ୟକ । ଘରଚଟିଆ ମାନଙ୍କର ସୁରକ୍ଷା ଓ ବଂଶବୃଦ୍ଧି ନିମନ୍ତେ ଏଭଳି ଦିବସ ପାଳନ କରାଯାଉଛି । ଯଦିଓ ପୂର୍ବରୁ ଏହି ଘରଚଟିଆ ମାନଙ୍କୁ ଶହ ଶହ ସଂଖ୍ୟାରେ ଦେଖିବାକୁ ମିଳୁଥିଲା କିନ୍ତୁ ବର୍ତ୍ତମାନ ତାହା ଦେଖିବାକୁ ମିଳୁନାହିଁ । ତେଣୁ ସାଧାରଣ ଲୋକେ ମଧ୍ୟ ସଚେତନ ହୋଇ ଘରଚଟିଆମାନଙ୍କର ସଂରକ୍ଷଣ କରିବା ଦିଗରେ ଆଗେଇ ଆସିବା ଆବଶ୍ୟକ ବୋଲି କହିଛନ୍ତି,‘‘ ବ୍ରହ୍ମପୁର ରେଞ୍ଜର ରଜତ ମିଶ୍ର ।
‘‘୨୦୧୧ ମସିହାରୁ ସହରର ଆଞ୍ଚଳିକ ବିକାଶ ପରିଷଦ ଘରଚଟିଆମାନଙ୍କ ନିମନ୍ତେ କାମ ଆରମ୍ଭ କରିଛନ୍ତି । ପ୍ରଥମେ ବ୍ରହ୍ମପୁର ଉପକଣ୍ଠ ଗାଁ ଗୁଡ଼ିକରେ ଘରଚଟିଆ କିଭଳି ବଂଶବୃଦ୍ଧି କରିବେ ଓ ସୁରକ୍ଷିତ ଭାବେ ରହିପାରିବେ ତାହାକୁ ନେଇ ବିଭିନ୍ନ ଗାଁରେ ଗ୍ରାମବାସୀମାନଙ୍କୁ ସଚେତନ କରାଯିବା ସହିତ ବାଇଚଢ଼େଇମାନଙ୍କ କୃତ୍ରିମ ଗୃହ, ଖାଦ୍ୟ ସାମଗ୍ରୀ ଥଳି ବଣ୍ଟନ କରାଯାଇଥିଲା । ସହରକୁ ଲାଗି ରହିଥିବା ବିଭିନ୍ନ ଗାଁ ଗୁଡ଼ିକରେ ବର୍ତ୍ତମାନ ଘରଚଟିଆ ମାନଙ୍କର ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁରର ୯ ନମ୍ବର ଓ୍ବାର୍ଡ଼ରେ ବିଶ୍ୱ ଘରଚଟିଆ ଦିବସ ପାଳିତ ହୋଇଯାଇଛି । ଗାଁ ଗୁଡ଼ିକରେ ଏହା ସଫଳ ହେବା ପରେ ଏବେ ସହରର ସାହି ସାହିରେ କିଭଳି ଭାବେ ଅଧିକରୁ ଅଧିକ ଘରଚଟିଆଙ୍କ ଉପସ୍ଥିତି ଦେଖିବାକୁ ମିଳିବ ସେ ନେଇ ପ୍ରୟାସ ଜାରୀ ରହିଥିବା କହିଛନ୍ତି,‘‘ ଆଞ୍ଚଳିକ ବିକାଶ ପରିଷଦର ସମ୍ପାଦକ ବିଜେନ୍ଦ୍ର ମାଝି ।
‘‘ଯଦିଓ ଦୀର୍ଘ ବର୍ଷ ଧରି ଘରଚଟିଆମାନଙ୍କ ନିମନ୍ତେ ଆଞ୍ଚଳିକ ବିକାଶ ପରିଷଧ ଲାଗିଛି ତାହାର କାମକୁ ସମର୍ଥନ କରି ସବୁଜ ବାହିନୀର ସମସ୍ୟମାନେ ମଧ୍ୟ ଆଜିର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆଜି ପ୍ରାୟ ୧୫ ଜଣଙ୍କୁ କୃତ୍ରିମ ଗୃହ, ଖାଦ୍ୟ ସାମଗ୍ରୀ ଥଳି ଓ ପାଣି ନିମନ୍ତେ ପାଣି ପାତ୍ର ପ୍ରଦାନ କରାଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ବୃଦ୍ଧି କରାଯିବା ନେଇ ସୂଚନା ଦେଇଛନ୍ତି, ‘‘ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ।
ଏହି ଖବର ପଢ଼ନ୍ତୁ -
ଚାଷ କରି କମାଲ୍ କଲେ ୭୨ ବର୍ଷର କୃଷକ: ୬ହଜାର ଖର୍ଚ୍ଚ କରି ୩ ମାସରେ ୨ଲକ୍ଷ ଲାଭଲୋପ ପାଉଥିବା ଘରଚଟିଆ ପକ୍ଷୀମାନଙ୍କର ସୁରକ୍ଷା ଓ ବଂଶବୃଦ୍ଧି ନିମନ୍ତେ ଦୁଇଟି ସଙ୍ଗଠନ ସହ ବନବିଭାଗ ଏକତ୍ରିତ ହୋଇ କାମ କରୁଛି । ତଥାପି ଜନସାଧାରଣ ଯଦି ଏଥିରେ ସହଯୋଗ କରନ୍ତି ତେବେ ନିହାତି ଭାବେ ପୂର୍ବରୁ ଯେଉଁଭଳି ଭାବରେ ଘରଚଟିଆ ମାନଙ୍କର କିଚିରି ମିଚିର ଶବ୍ଦ ଶୁଭୁଥିଲା ଠିକ୍ ସେହିପରି ଶବ୍ଦ ଶୁଭିବ ବୋଲି ଆଶା କରିଛନ୍ତି ଲୋକେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।