World Kidney Day 2021: ଆଜି ହେଉଛି ବିଶ୍ୱ କିଡନୀ ଦିବସ; ଏହା ହେଉଛି ପାଳନ କରିବାର ଉଦ୍ଦେଶ୍ୟ

World Kidney Day 2021: କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଅନେକ ଥର କିଡନୀ ସ୍ୱାସ୍ଥ୍ୟକୁ ଅଣଦେଖା କରିବା ଦ୍ୱାରା ରୋଗ ବୃଦ୍ଧି ପାଇଥାଏ । ଏଭଳି ପରିସ୍ଥିତିରେ କିଡନୀ ସମ୍ବନ୍ଧୀୟ ରୋଗ ନ ବୃଦ୍ଧି ପାଉ ସେଥିପାଇଁ ଏହାର ଧ୍ୟାନ ରଖିବା ଜରୁରୀ ।

World Kidney Day 2021: ଆଜି ହେଉଛି ବିଶ୍ୱ କିଡନୀ ଦିବସ; ଏହା ହେଉଛି ପାଳନ କରିବାର ଉଦ୍ଦେଶ୍ୟ
ଆଜି ହେଉଛି ବିଶ୍ୱ କିଡନୀ ଦିବସ
  • News18 Odia
  • Last Updated: March 11, 2021, 11:37 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
World Kidney Day 2021: ପ୍ରତିବର୍ଷ ୧୧ ମାର୍ଚ୍ଚରେ ବିଶ୍ୱ କିଡନୀ ଦିବସ ପାଳନ କରାଯାଏ । ଏହାର ଉଦ୍ଦେଶ୍ୟ ହେଉଛି ଦୁନିଆରେ କିଡନୀ ସମ୍ବନ୍ଧୀୟ ରୋଗର (Kidney Diseases) ବଢୁଥିବା ମାମଲା ବିଷୟରେ ଲୋକଙ୍କୁ ଅବଗତ କରାଇବା । ଯାହା ଦ୍ୱାରା ସେମାନେ ଏହାକୁ ନିୟନ୍ତ୍ରିତ ହୋଇପାରିବେ । ଏଥି ସହିତ ଏହାର ଉଦ୍ଦେଶ୍ୟ ହେଉଛି ସାରା ବିଶ୍ୱରେ କିଡନୀ ସମ୍ବନ୍ଧୀୟ ରୋଗର ବିସ୍ତାରକୁ ବନ୍ଦ କରିବା । ଏହି କାରଣରୁ ବିଶ୍ୱ କିଡନୀ ଦିବସ ଅବସରରେ ସଚେତନତା ଅଭିଯାନର (Awareness Campaign) ଆୟୋଜନ କରାଯାଏ ଓ ଅନେକ ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାର ଦିନ ବିଶ୍ୱ କିଡନୀ ଦିବସ ପାଳନ କରାଯାଏ ।

ଏହିବର୍ଷର ଥିମ୍
ବିଶ୍ୱ କିଡନୀ ଦିବସ ୨୦୦୬ ରେ ଆନ୍ତର୍ଜାତୀୟ ସୋସାଇଟି ଅଫ୍ ନେଫ୍ରୋଲୋଜି (ISN) ଓ ୬୬ଟି ଦେଶରେ ଆନ୍ତର୍ଜାତୀୟ କିଡନୀ ଫାଉଣ୍ଡେସନ୍ ଦ୍ୱାରା ଆରମ୍ଭ ହୋଇଥିଲା । ଏଥର ବିଶ୍ୱ କିଡନୀ ଦିବସର ବିଷୟବସ୍ତୁ ହେଉଛି 'କିଡନୀ ହେଲ୍ଥ ଫର ଏଭ୍ରୀୱାନ ଏଭ୍ରୀୱୟାର' । ଅର୍ଥାତ କିଡନୀ ରୋଗ ସହିତ କିପରି ଭଲରେ ରହିବା । ଉନ୍ନତ ସ୍ୱାସ୍ଥ୍ୟ ପାଇଁ କିଡନୀ ପାଇଁ ସଠିକ୍ ରହିବା ଜରୁରୀ ଅଟେ । ଏଥିପାଇଁ ଏକ ଭଲ ଡାଏଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନେକ ଥର କିଡନୀ ସ୍ୱାସ୍ଥ୍ୟକୁ ଅଣଦେଖା କରିବା ଦ୍ୱାରା ରୋଗ ବୃଦ୍ଧି ପାଇଥାଏ । କାରଣ ଆମେ ଆମର ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ସକ୍ଷମ ନୁହଁନ୍ତି ।

କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଶରୀରର ମଇଳା ବାହାର କରିବା ପାଇଁ ଏହା କାମ କରିଥାଏ । ଏପରିକି ଯେତେବେଳେ କିଡନୀରେ ଏକ ପ୍ରକାର ସମସ୍ୟା ଦେଖାଦିଏ ସେତେବେଳେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ପାରିନଥାଏ ଓ ଅନେକ ରୋଗ ହେବାର ଆଶଙ୍କା ବଢ଼ିବାକୁ ଲାଗେ ।

ଏହା ହେଉଛି ଉଦ୍ଦେଶ୍ୟ
ବିଶ୍ୱ କିଡନୀ ଦିବସରେ ଏହି ଅଭିଯାନ ମାଧ୍ୟମରେ ଲୋକଙ୍କୁ କିଡନୀ ରୋଗ ବିଷୟରେ ଓ ଏହାକୁ ଭଲରଖୁଥିବା ଖାଦ୍ୟ ବିଷୟରେ କୁହାଯାଏ । ଯାହାଦ୍ୱାରା ବିଶ୍ୱରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା କିଡନୀ ରୋଗର ମାମଲାକୁ କମ କରାଯାଇ ପାରିବ । ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ଅନେକ ପ୍ରକାରର ସଚେତନତା ଅଭିଯାନ କରାଯାଏ । ଦୂର ଦୂରାନ୍ତରେ ରହୁଥିବା ଲୋକଙ୍କୁ କିଡନୀ ରୋଗ ବିଷୟରେ ମଧ୍ୟ ଅବଗତ କରାଯାଏ ।
Published by: Jagdish Barik
First published: March 11, 2021, 11:37 AM IST