ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଡିସେମ୍ବର 31 ରୁ ଆରମ୍ଭ ହେବ; କିଏ ହେବ କଂସ?

ମହୋତ୍ସବର ମୁକ୍ତାକାଶ ରଙ୍ଗମଞ୍ଚରେ କଂସ ଓ ପାତ୍ରମନ୍ତ୍ରୀଙ୍କ ଦୁର୍ବଳ ଅଭିନୟକୁ ନେଇ ପ୍ରଶ୍ନ ଉଠିଛି । ଏଥର ପୁରୁଣା କଳାକାର ବଦଳି କରି ନୂତନ କଳାକାରଙ୍କୁ ସୁଯୋଗ ଦେବାକୁ କମିଟି ଦାବି ହେଉଛି ।

ମହୋତ୍ସବର ମୁକ୍ତାକାଶ ରଙ୍ଗମଞ୍ଚରେ କଂସ ଓ ପାତ୍ରମନ୍ତ୍ରୀଙ୍କ ଦୁର୍ବଳ ଅଭିନୟକୁ ନେଇ ପ୍ରଶ୍ନ ଉଠିଛି । ଏଥର ପୁରୁଣା କଳାକାର ବଦଳି କରି ନୂତନ କଳାକାରଙ୍କୁ ସୁଯୋଗ ଦେବାକୁ କମିଟି ଦାବି ହେଉଛି ।

ମହୋତ୍ସବର ମୁକ୍ତାକାଶ ରଙ୍ଗମଞ୍ଚରେ କଂସ ଓ ପାତ୍ରମନ୍ତ୍ରୀଙ୍କ ଦୁର୍ବଳ ଅଭିନୟକୁ ନେଇ ପ୍ରଶ୍ନ ଉଠିଛି । ଏଥର ପୁରୁଣା କଳାକାର ବଦଳି କରି ନୂତନ କଳାକାରଙ୍କୁ ସୁଯୋଗ ଦେବାକୁ କମିଟି ଦାବି ହେଉଛି ।

  • Share this:
ବରଗଡ଼: ବରଗଡ଼ର ବିଶ୍ବପ୍ରସିଦ୍ଧ 71ତମ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର 31 ତାରଖରୁ ଆରମ୍ଭ ହେବ । 11ଦିନ ଧରି ଚାଲିଥିବା ଏହି ଧନୁଯାତ୍ରା ମହୋତ୍ସବ ଜାନୁୟାରୀ 10 ତାରିଖରେ ଉଦଯାପିତ ହେବ ବୋଲି ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ କାର୍ଯ୍ୟକାରୀ କମିଟିର ବୈଠକରେ ସ୍ଥିର କରାଯାଇଛି ।

ଏଥର ଧନୁଯାତ୍ରା ମହୋତ୍ସବର ମୁକ୍ତାକାଶ ରଙ୍ଗମଞ୍ଚ ପାଇଁ ନୂତନ କଳାକାର ଚୟନକୁ କମିଟି ଗୁରୁତ୍ବ ଦେଇଛି । ତେଣୁ ଗତବର୍ଷ ଧନୁଯାତ୍ରାରେ ନିଖୁଣ ଭାବେ କଂସ ଅଭିନୟ କରି ଦର୍ଶକଙ୍କ ମନମୁଗ୍ଧ କରିଥିବା ଅଭିନେତା ଭୁବନେଶ୍ବର ପ୍ରଧାନ ଏଥର ରହିବେ ନା ହଟିବେ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । କଂସ ଅଭିନୟ ପାଇଁ ପୁଣି ଥରେ ଅଭିନେତା ହୃଷିକେଶ ଭୋଇ, ସୁଶିଲ ମେହେରଙ୍କ ଭଳି ଦକ୍ଷ କଳାକାର ଦୌଡ଼ରେ ଥିବା ଜଣାପଡ଼ିଛି ।



ଆସନ୍ତା ଡିସେମ୍ବର 31 ତାରିଖରୁ ଜାନୁୟାରୀ 10 ତାରିଖ ପର୍ଯ୍ୟନ୍ତ 11 ଦିନ ଧରି ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ । ଏଥିପାଇଁ ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଆୟୋଜିତ ବୈଠକରେ ଧନୁଯାତ୍ରା ମହୋତ୍ସବ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏଥର ଧନୁଯାତ୍ରା ମହୋତ୍ସବର ମୁକ୍ତାକାଶ ରଙ୍ଗମଞ୍ଚରେ କଂସ ଏବଂ ପାତ୍ରମନ୍ତ୍ରୀଙ୍କ ଦୁର୍ବଳ ଅଭିନୟକୁ ନେଇ ପ୍ରଶ୍ନ ଉଠିଛି ଏବଂ ଏଥର ପୁରୁଣା କଳାକାର ବଦଳି କରି ନୂତନ କଳାକାରଙ୍କୁ ସୁଯୋଗ ଦେବାକୁ କମିଟି ଦାବି କରିଛି । ତେଣୁ 71ତମ ଧନୁଯାତ୍ରା ମହୋତ୍ସବରେ କିଏ ମହାରାଜା କଂସ ଓ ଏବଂ ମନ୍ତ୍ରୀ ହେବେ ତାକୁ ନେଇ ଆରମ୍ଭ ହୋଇଛି କଷରତ ।

ଅଭିନେତା ଭୁବନେଶ୍ବର ପ୍ରଧାନ


ଦୁଇ ବର୍ଷ ତଳେ ଧନୁଯାତ୍ରା ମହୋତ୍ସବ ପାଇଁ ହୋଇଥିଲା କଳାକାର ଚୟନ । ଏଥିରେ 22ଜଣ କଳାକାରଙ୍କୁ ପଛରେ ପକାଇ ଅଭିନେତା ଭୁବନେଶ୍ବର ପ୍ରଧାନ ବାଜିମାତ କରି କଂସ ଅଭିନୟ ପାଇଁ ମନୋନୀତ ହୋଇଥିଲେ । ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ତିନି ବର୍ଷ ପର୍ଯ୍ୟନ୍ତ ମନୋନୀତ କଳାକାର ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୟ କରିପାରିବେ ଓ ପରିବର୍ତ୍ତନ ହେବନାହିଁ ବୋଲି ସ୍ଥିର କରାଯାଇଥିଲା । କିନ୍ତୁ 2 ବର୍ଷ ପରେ ଏଥର କଳାକାର ଚୟନ ପାଇଁ କମିଟି ଆଣିଛି ପ୍ରସ୍ତାବ ।

ନୂତନ କଳାକାର ଚୟନ ପାଇଁ କଣ ପଦକ୍ଷେପ ନିଆଯିବ, କେଉଁ କଳାକାର ବଦଳିବେ, କେଉଁ କଳାକାର ରହିବେ ତାକୁ ନେଇ ଆର୍ଟିଷ୍ଟ କୋଅଡ଼ିନେସନ କମିଟି ବୈଠକରେ ଶୀଘ୍ର ନିଷ୍ପତ୍ତି ନେବ ବୋଲି ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ବର ଶତପଥୀ କହିଛନ୍ତି ।



ଗତବର୍ଷ ଅକ୍ଲାନ୍ତ ପରିଶ୍ରମ କରି ନିଖୁଣ ଭାବେ କଂସ ଅଭିନୟ କରିଥିବା ବେଳେ ଦର୍ଶକଙ୍କ ହୃଦୟକୁ ଜିଣିଛି ବୋଲି କହିଛନ୍ତି ଅଭିନେତା ଭୁବନେଶ୍ବର ପ୍ରଧାନ । ନିୟମ ଅନୁସାରେ ସେ ଏଥର କଂସ ଅଭିନୟ କରିବେ ବୋଲି ଦୃଢ଼ୋକ୍ତି କରିଥିବା ବେଳେ ଯଦି କମିଟି ଏହି ପରମ୍ପରାକୁ ଭଙ୍ଗକରି ଚୟନ କରିବ ତା ହେଲେ ଭୁବନେଶ୍ବର ପ୍ରଧାନ କଂସ ଦୌଡ଼ରେ ସାମିଲ ହେବେ ନାହିଁ ବୋଲି ରୋକଠୋକ କହିଛନ୍ତି ।



କିଭଳି ଭାବେ କଳାକାର କରାଯିବ ଏବଂ କିଏ ଏଥର ହେବେ ଧନୁଯାତ୍ରା ମହୋତ୍ସବର ମହାନାୟକ ହେବ ତାକୁ ଜଣିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଉଭୟ ଦର୍ଶକ ଓ କଳାକାରମାନେ ।
First published: