ନବୀକରଣ ଓ ସହାୟତା ଆବେଦନ ନିମନ୍ତେ ଏବେ ଆଉ ଶ୍ରମିକଙ୍କୁ ଯିବାକୁ ପଡ଼ିବନି ଶ୍ରମ କାର୍ଯ୍ୟାଳୟ

ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣ ପାଇଁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ଅଦ୍ୟାବଧି ୩୫ ଲକ୍ଷରୁ ଊର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କୁ ଏହି ବୋର୍ଡ଼ ଅଧିନରେ ପଞ୍ଜିକୃତ କରାଯାଇ ମୋଟ ୨୬୬୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।

ନବୀକରଣ ଓ ସହାୟତା ଆବେଦନ ନିମନ୍ତେ ଏବେ ଆଉ ଶ୍ରମିକଙ୍କୁ ଯିବାକୁ ପଡ଼ିବନି ଶ୍ରମ କାର୍ଯ୍ୟାଳୟ

ନବୀକରଣ ଓ ସହାୟତା ଆବେଦନ ନିମନ୍ତେ ଏବେ ଆଉ ଶ୍ରମିକଙ୍କୁ ଯିବାକୁ ପଡ଼ିବନି ଶ୍ରମ କାର୍ଯ୍ୟାଳୟ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଶ୍ରମ ଓ କମର୍ଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ମେ ୧ ତାରିଖରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ଜୟଦେବ ଭବନରେ ପାଳିତ ହୋଇଯାଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍‌ଘାଟନ କରିଥିଲେ।

ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣ ପାଇଁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ଅଦ୍ୟାବଧି ୩୫ ଲକ୍ଷରୁ ଊର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କୁ ଏହି ବୋର୍ଡ଼ ଅଧିନରେ ପଞ୍ଜିକୃତ କରାଯାଇ ମୋଟ ୨୬୬୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ପଞ୍ଜିକୃତ ନିର୍ମାଣ ଶ୍ରମିକ ତଥା ସେମାନଙ୍କ ପରିବାରଙ୍କୁ ଶିକ୍ଷାବୃତି, ବିବାହ, ପ୍ରସୂତି, ମୃତ୍ୟୁ, ଅତ୍ୟେଷ୍ଟିକ୍ରିୟା ସକାଶେ ଆର୍ଥିକ ସହାୟତା ପ୍ରଦାନ କରାଯାଉଅଛି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସହଭାଗିତାରେ ଏହି 'କଲ୍ୟାଣ ବୋର୍ଡ଼ ମାଧ୍ୟମରେ ‘ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା’, ‘ନିର୍ମାଣ ଶ୍ରମିକ ପେନସନ୍ ଯୋଜନା’, ସରକାରୀ ଆଇ.ଟି.ଆଇ ଓ ଡିପ୍ଲୋମା ଅନୁଷ୍ଠାନରେ ଶିକ୍ଷା ନିମନ୍ତେ‘ ନିର୍ମାଣ କୁସୁମ ଯୋଜନା’ କାର୍ଯ୍ୟକାରୀ କରାଯାଉଛି।

ହେଲେ କେନ୍ଦ୍ର ସରକାର ସବୁବେଳେ ଶ୍ରମିକମାନଙ୍କୁ ଅଣଦେଖା କରି ଆସୁଛନ୍ତି। ପୂର୍ବରୁ ଶ୍ରମିକମାନଙ୍କ ପାଇଁ ୧୫୦ଟି ଆଇନ ଥିଲା। ଯାହାକୁ ଏବେ ସଂକଞ୍ଚିତ କରି ୪ଟି ଆଇନ କରି ଦିଆଯାଇଛି। କେନ୍ଦ୍ର ସରକାର ଶ୍ରମିକ ସଙ୍ଗଠନମାନଙ୍କ ସହ ଆଲୋଚନା କରି ସବୁ ବ୍ୟବସ୍ଥା କରିବା ଉଚିତ୍। କରୋନା ସମୟରେ ଅନ୍ୟ ରାଜ୍ୟର ଲକ୍ଷେରୁ ଅଧିକ ଶ୍ରମିକ ରାଜ୍ୟରେ ଥିଲେ। ତାଙ୍କୁ ଓଡ଼ିଶା ନିଜ ସହାୟତାରେ ବିଭିନ୍ନ ରାଜ୍ୟକୁ ପଠାଇଥିଲା।

କେନ୍ଦ୍ର ସରକାର ସେ ସମୟରେ ହାତ ଟେକି ଦେଇଥିଲେ। କେନ୍ଦ୍ର ସରକାର କେବଳ ନାଁକୁ ସବ କା ସାଥ ସବକା ବିକାଶର ନାରା ଦେଉଛନ୍ତି। ପ୍ରବାସି ଶ୍ରମିକମାନଙ୍କର ସୁରକ୍ଷା ପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦିଆଯିବା ସହ ରାଜ୍ୟର ୪ ଗୋଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ଯଥା ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାର ୪୭୭ ଗୋଟି ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ କାର୍ଯ୍ୟକାରୀ ହେଉଅଛି।

ମନ୍ତ୍ରୀ ସୁଶାନ୍ତ ସିଂ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ନୂଆ ଅନ୍‌ଲାଇନ୍ ପୋର୍ଟାଲ (https:\\nirmanshramik.odisha.gov.in) କୁ ଲୋକାର୍ପଣ କରି କହିଥିଲେ ଯେ ଏହି ବ୍ୟବସ୍ଥା ଦ୍ଵାରା ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜିକରଣ, ନବୀକରଣ ଓ ସହାୟତା ଆବେଦନ ନିମନ୍ତେ ଏବେ ଆଉ ଶ୍ରମ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ। ଶ୍ରମିକ ଭାଇଭଉଣୀମାନେ ଘରେ ବସି ମଧ୍ୟ ଉପରୋକ୍ତ ସେବା ପାଇପାରିବେ।

ଏହି ଅବସରରେ ମନ୍ତ୍ରୀ ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ (www.labourdirectorate.odisha.gov.in) ଓ କାରଖାନା ଓ ବାଞ୍ଚିତ୍ର ନିର୍ଦ୍ଦେଶାଳୟ (www.dfb.odisha.gov.in)ର ଦୁଇ ଗୋଟି ୱେବ୍‌ସାଇଟକୁ ମଧ୍ୟ ଲୋକାର୍ପଣ କରିଥିଲେ। ଏହା ସହିତ ‘ଶ୍ରମ କଲ୍ୟାଣ’ ନାମକ ଏକ ବୁଲେଟିନ୍ ମଧ୍ୟ ଉନ୍ମୋଚିତ ହୋଇଥିଲା। ଶ୍ରମିକ ଭାଇଭଉଣୀମାନଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ ଅହରହ କାର୍ଯ୍ୟ କରୁଥିବା ପ୍ରମୁଖ ଶ୍ରମିକ ସଙ୍ଗଠନର ୪ଜଣ ଶ୍ରମିକ ନେତାଙ୍କୁ ଏହି କାର୍ଯ୍ୟକ୍ରମରେ ‘ବିଜୁ ଶ୍ରମିକ ବନ୍ଧୁ ସମ୍ମାନ ୨୦୨୨’ରେ ସମ୍ମାନିତ କରାଯାଇଥିଲା। ଯେତେବେଳେ ଭୋଟ ଆସେ ସେତେବେଳେ କୃଷକ ଓ ଶ୍ରମିକ ମାନଙ୍କ ନେଇ ରାଜନୀତି ହୁଏ। କିନ୍ତୁ ଏଯାଏ ଅଣ ସଙ୍ଗଠିତ ଶ୍ରମିକମାନଙ୍କ ଦାବି କୁ କେହି ବି ଗୁରୁତ୍ୱ ଦେଉନାହାଁନ୍ତି।
Published by:Lipina Das
First published: