News18 Odia Digital
ନୂଆ ଦିଲ୍ଲୀ: Labour Code Rules (ଶ୍ରମ ସଂହିତା ନିୟମ): ମୋଦି ସରକାର (Modi government) ଅକ୍ଟୋବର ୧ ତାରିଖରୁ ସାରା ଦେଶରେ ନୂଆ ଶ୍ରମ ଆଇନର ନିୟମଗୁଡ଼ିକୁ ଲାଗୁ କରିବାକୁ ଚାହୁଁଥିଲେ, କିନ୍ତୁ ଉତ୍ତର ପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନର ପ୍ରସ୍ତୁତି ଯୋଗୁଁ ସେହି ନିୟମଗୁଡ଼ିକ କାର୍ଯ୍ୟକାରୀ ହୋଇପାରି ନାହିଁ । ତେଣୁ ମୋଦି ସରକାର ଏହାକୁ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତାହେଲେ ସରକାର ଆସନ୍ତା ବର୍ଷ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବେ । ଏହାର ଅର୍ଥ ହେଉଛି, ଯେତେବେଳେ ଆସନ୍ତା ବର୍ଷ ଅଧିକାଂଶ କାର୍ଯ୍ୟାଳୟରେ କର୍ମଚାରୀମାନେ ଘରୁ କାମ କରିବା ପରିବର୍ତ୍ତେ ଅଫିସରେ ରହି କାମ କରିବା ଆରମ୍ଭ କରିବେ, ସେମାନଙ୍କୁ ୧୨ ଘଣ୍ଟା କାମ କରିବାକୁ ପଡି଼ପାରେ । ବର୍ତ୍ତମାନ ଅଧିକାଂଶ ଆଇ.ଟି. କମ୍ପାନୀର କର୍ମଚାରୀମାନେ କୋଭିଡ-୧୯ କାରଣରୁ ଘରୁ କାମ କରୁଛନ୍ତି ।
ଶ୍ରମ ଆଇନର କାର୍ଯ୍ୟକାରୀ ହେଲେ କର୍ମଚାରୀମାନଙ୍କ ହାତକୁ ଆସିବାକୁ ଥିବା ଦରମା ବି କମ୍ ହୋଇଯିବ ଓ କମ୍ପାନୀଗୁଡିକୁ ଅଧିକ PF ଦାୟିତ୍ୱ ଭାର ବହନ କରିବାକୁ ପଡି଼ବ । ନୂଆ ଶ୍ରମ ଆଇନ ଅନୁସାରେ ତିଆରି ହୋଇଥିବା ଡ୍ରାଫ୍ଟ ନିୟମ ଅନୁଯାୟୀ କର୍ମଚାରୀମାନଙ୍କ ମୌଳିକ ଦରମା (basic salary) ସେମାନଙ୍କ ମୋ’ଟ ବେତନର (gross salary) ୫୦% କିମ୍ବା ତହିଁରୁ ଅଧିକ ହୋଇଥିବା ଉଚିତ୍ । ଏହି ନିୟମ ଦେଶର ଅଧିକାଂଶ କର୍ମଚାରୀଙ୍କ ବେତନ ସଂରଚନାକୁ ବଦଳାଇଦେବ ।
ଏହା ବି ପଢ଼ନ୍ତୁ | CDS Bipin Rawat Death: ‘‘ବିପିନ ରାୱତ ବଞ୍ଚିଥିଲେ, ପାଣି ମାଗିଥିଲେ,’’ କହିଲେ ଜଣେ ପ୍ରତ୍ୟକ୍ଷଦର୍ଶୀ
ମୌଳିକ ବେତନ ବୃଦ୍ଧି ହେଲେ PF ଓ ଗ୍ରାଚ୍ୟୁଇଟି ପାଇଁ କଟାଯାଉଥିବା ଟଙ୍କାର ପରିମାଣ ବି ବୃଦ୍ଧି ପାଇବ, କାରଣ ଏଥିରେ କଟାଯାଉଥିବା ଟଙ୍କା ମୌଳିକ ବେତନ ଅନୁପାତରେ ହିଁ କଟାଯାଏ । ଯଦି ଏମିତି ଘଟେ, ତାହେଲେ ଆପଣଙ୍କ ଘରକୁ ଆସୁଥିବା ଦରମା ହ୍ରାସ ପାଇବ, ହେଲେ ଆପଣ ଅବସର ନେବା ସମୟରେ ଆପଣଙ୍କ PF ଓ ଗ୍ରାଚ୍ୟୁଇଟି ଟଙ୍କା ବୃଦ୍ଧି ପାଇବ ।
ଏହା ବି ପଢ଼ନ୍ତୁ | Gen Bipin Rawat helicopter crash: ଏହି ହେଲିକପ୍ଟର୍ ଥିଲା ଅତ୍ୟାଧୁନିକ, ଆସିଥିଲା ରୁଷରୁ
ନୂଆ ଡ୍ରାଫ୍ଟ ଆଇନ୍ କର୍ମଚାରୀମାନଙ୍କ ଦୈନିକ ସର୍ବାଧିକ କାର୍ଯ୍ୟ ସମୟକୁ ୧୨ ଘଣ୍ଟାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି । ତଥାପି ହେଲେ ଦେଶର ଶ୍ରମିକ ସଙ୍ଗଠନମାନେ ୧୨-ଘଣ୍ଟିଆ କାର୍ଯ୍ୟ ଦିବସକୁ ବିରୋଧ କରୁଛନ୍ତି । ଲେବର୍ କୋଡ୍ ପାଇଁ ତିଆରି ହୋଇଥିବା ଡ୍ରାଫ୍ଟ ନିୟମଗୁଡିକରେ ୧୫ରୁ ୩୦ ମିନିଟର ଅଧିକ କାମକୁ ୩୦ ମିନିଟ୍ ଭାବେ ଗଣନା କରି ଓଭରଟାଇମରେ ଅନ୍ତର୍ଭୂକ୍ତ କରିବାର ବ୍ୟବସ୍ଥା ଅଛି । ବର୍ତ୍ତମାନର ପ୍ରଚଳିତ ନିୟମ ଅନୁଯାୟୀ ୩୦ ମିନିଟରୁ କମ୍ ସମୟ ପାଇଁ ହୋଇଥିବା ଅଧିକ (ଅତିରିକ୍ତ, extra) କାମକୁ ଓଭରଟାଇମ୍ ଭାବେ ଗଣାଯାଏ ନାହିଁ ।
ଏହା ବି ପଢ଼ନ୍ତୁ | ଭଦ୍ରକରେ ପିଶାଚ ବାପାର ନାରକୀୟ କାଣ୍ଡ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଶିଶୁ କନ୍ୟାର ଯୌନାଙ୍ଗକୁ କାଟିଲା
ନୂଆ ଲେବର୍ କୋଡ଼ (Labour Code) ଅନୁସାରେ ତିଆରି ହୋଇଥିବା ଡ୍ରାଫ୍ଟ ନିୟମ ଅନୁସାରେ କୌଣସି କର୍ମଚାରୀଙ୍କୁ ଲଗାତର ପାଞ୍ଚ ଘଣ୍ଟାରୁ ଅଧିକ ସମୟ ପାଇଁ କାର୍ଯ୍ୟ କରିବାକୁ ବାରଣ କରାଯାଇଥି । କର୍ମଚାରୀମାନଙ୍କୁ ପ୍ରତି ପାଞ୍ଚ ଘଣ୍ଟା ପରେ ଅଧ ଘଣ୍ଟାଏ ବିଶ୍ରାମ କରିବାକୁ ମିଳିବ ବୋଲି ଏଥିରେ କୁହାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମୋବାଇଲ୍ ଫୋନ୍ ହେଲା କାଳ; ଗେମ୍ ଖେଳିବାକୁ ନ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର
ଚାରୋଟି ନୂଆ ଶ୍ରମ ଆଇନ୍ (Labour Code) ସଂସଦ ଦ୍ୱାରା ଗୃହୀତ ହୋଇସାରିଛି । କିନ୍ତୁ କେନ୍ଦ୍ର ସରକାରଙ୍କ ବ୍ୟତୀତ ରାଜ୍ୟ ସରକାରମାନେ ମଧ୍ୟ ଏହି କୋଡ୍ ଓ ନିୟମାବଳୀକୁ ଅଧିସୂଚିତ କରିବା (notified) ଆବଶ୍ୟକ । ତା’ ପରେ ହିଁ ଏହି ନିୟମଗୁଡ଼ିକ ରାଜ୍ୟଗୁଡ଼ିକରେ ପ୍ରଯୁଜ୍ୟ ହେବ । ଏହି ନିୟମଗୁଡିକ ଏପ୍ରିଲ୍ ୧, ୨୦୨୧ରୁ ଲାଗୁ ହେବାକୁ ଥିଲା, କିନ୍ତୁ ରାଜ୍ୟଗୁଡିକର ପ୍ରସ୍ତୁତି ସରି ନ ଥିବା କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା ।