News 18 Odia Digital
ଭୁବନେଶ୍ୱର; ଇଣ୍ଟରନେଟ୍ ଯୁଗରେ ନିଜ ଭିତରେ ଥିବା ପ୍ରତିଭାର ପ୍ରଚାର ପ୍ରସାର କରିବା ସହିତ ଆତ୍ମନିର୍ଭର ହେବା ପାଇଁ ସହଜ ଓ ସରଳ ଉପାୟ ଆଣିଛି 'ଉବଲ୍' ସର୍ଭିସ୍ ଅନୁଷ୍ଟାନ । ଏହି ସାଇଟ୍ ମାଧ୍ୟମରେ ନିଜ ଭିତରେ ଥିବା ଦକ୍ଷତା ଓ ପ୍ରତିଭାକୁ ଆପଣ ଘରେ ରହି ସାରା ବିଶ୍ୱବାସୀଙ୍କ ନିକଟରେ ପହଞ୍ଚାଇପାରିବେ । ମାତ୍ର ଗୋଟିଏ କ୍ଲିକରେ ସାରା ବିଶ୍ୱରେ ବିକଶିତ ହେବ ନିଜ ପ୍ରତିଭା ।
ଓଡ଼ିଶା ସରକାରଙ୍କ ଷ୍ଟାର୍ଟଅପ୍ ବିଭାଗର ଅନୁମୋଦନ କ୍ରମେ ଯୁବ ଇଂଜିନିୟର ଆରମ୍ଭ କରିଛନ୍ତି ଏହି ନିଆରା ପଦକ୍ଷେପ । ଏଠାରେ ବ୍ୟକ୍ତି ନିଜର ସମସ୍ତ ବୃତ୍ତିଗତ ସୂଚନା ସହିତ ଏହାର ପ୍ରାମାଣିକ ଭିଡିଓକୁ ଅପଲୋଡ୍ କରି ବିଶ୍ୱ ବଜାରରେ ନିଜର ଦକ୍ଷତାକୁ ପ୍ରସାରିତ କରିପାରିବେ । ଉବଲ'ର ସିଇଓ ଆକାଶ ଜୟସ୍ବାଲ୍ନଙ୍କ ସୂଚନା ଅନୁସାରେ, ଏହି ସାଇଟରେ ନିଯୁକ୍ତି ପାଇବା ଉଦେଶ୍ୟରେ ନିଜର ସାର୍ଟିଫିକେଟ୍, ନିଜର କଳା ଓ ସୃଜନଶୀଳତାକୁ ଆପଣ ଅପଲୋଡ୍ କରି ବିଭିନ୍ନ ଅନୁଷ୍ଠାନର ଦୃଷ୍ଚି ଆକର୍ଷଣ କରିପାରିବେ ।
କମ୍ପାନୀର ଷ୍ଟାଟେଜିଷ୍ଟ୍ ରିସର୍ଚର ସିଦ୍ଧି ସିଂହ ସ୍ପଷ୍ଟ କରିଛନ୍ତି ଯେ, ନିରାପତ୍ତା ଦୃଷ୍ଚି କୋଣରୁ ଏହି ଓ୍ବେବ୍ ସାଇଟ୍ ଭାରତ ସରକାରଙ୍କ୍ ଆଇଏସଓ ସାର୍ଟିଫିକେଟ୍ ଅନୁମୋଦନ ହାସଲ କରିବା ସହିତ ବହୁ ଅନୁଭବି ଆଇଟି ଟେକ୍ନିକାଲ୍ ଟିମଙ୍କ ପରିଚାଳାନରେ କାର୍ଯ୍ୟରତ ।
ସାଇବର ଏକ୍ସପର୍ଟଙ୍କ ସୂଚନା ଆନୁସାରେ, ଏବେ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରତିଭାର ବିକାଶ ଦିଗରେ ସୁଯୋଗ ଦେବା ନାଁରେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ଅନେକ ଠକ । ସେସବୁ ଠକ ୱେବ ସାଇଟକୁ ମଧ୍ୟ ଚିହ୍ନଟ କରିବା ବ୍ୟବସ୍ଥା ଏଥିରେ ରହିବା ଦରକାର । ଏହାଦ୍ୱାରା ଲୋକମାନେ ଅଧିକ ଠକାମୀର ଶିକାର ହେବେ ନାହିଁ । ମୋଟ ଉପରେ ସମୟର ଆବଶ୍ୟକତା ଦୃଷ୍ଟିରୁ ଏଭଳି ଉଦ୍ୟମ ପ୍ରଶଂସନୀୟ ବୋଲି ଅନେକ ମତ ରଖିଛନ୍ତି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।