ମୋ ପିଏସଓ ଗୋପାଳ ଦାସ ହେବନି ତ? ସୌମ୍ୟରଞ୍ଜନ ପଟ୍ଟନାୟକ

ମୋ ପିଏସଓ ଗୋପାଳ ଦାସ ହେବନି ତ ? କାରଣ ଯେଉଁ ଭଳି ଭାବରେ ହତ୍ୟା ଘଟଣା ଘଟିଛି ତାହା କେବଳ ମତେ ନୁହେଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି - ସୌମ୍ୟରଞ୍ଜନ ପଟ୍ଟନାୟକ ।

ମୋ ପିଏସଓ ଗୋପାଳ ଦାସ ହେବନି ତ? ସୌମ୍ୟରଞ୍ଜନ ପଟ୍ଟନାୟକ

ମୋ ପିଏସଓ ଗୋପାଳ ଦାସ ହେବନି ତ? ସୌମ୍ୟରଞ୍ଜନ ପଟ୍ଟନାୟକ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ (Naba das) ହତ୍ୟା କରାଯିବାର ଘଟଣା ୭ଦିନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ରିପୋର୍ଟ (Clear Report) ସାମ୍ନାକୁ ଆସିପାରୁନାହିଁ । ଗୋପାଳ ଦାସ ହତ୍ୟା ଘଟଣା ସମ୍ପର୍କରେ ସ୍ୱୀକାର କରିଥିଲେ ମଧ୍ୟ କେଉଁ କାରଣ ପାଇଁ ହତ୍ୟ କଲା ତାହା ଏବେ ବି ଅନେକ ପ୍ରଶ୍ନ ଘେରରେ ରହିଛି । ଏହା ଭିତରେ ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ (Soumya ranjan patnaik) ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ସୌମ୍ୟରଞ୍ଜନ କହିଛନ୍ତି ଯେ, ମୋ ମନରେ ମଧ୍ୟ ଭୟ ରହିଛି । ମୋ ପିଏସଓ ଗୋପାଳ ଦାସ ହେବନି ତ ? କାରଣ ଯେଉଁ ଭଳି ଭାବରେ ହତ୍ୟା ଘଟଣା ଘଟିଛି ତାହା କେବଳ ମତେ ନୁହେଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ମୁଁ ଏହାକୁ ସହଜରେ ଗ୍ରହଣ କରିପାରୁ ନାହିଁ । ଜଣେ ପ୍ରଭାବଶାଳୀ ନେତାଙ୍କୁ ଜଣେ ଏଏସଆଇ ଗୁଳିମାରିଦେବ ଏହା ବିଶ୍ୱାସ କରିବା ସହଜ ହେଉନାହିଁ ।

ଏଥିସହ ସୌମ୍ୟରଞ୍ଜନ ଏକଥା ମଧ୍ୟ କହିଛନ୍ତି ଯେ, ପୋଲିସ ଉପରେ ବିଶ୍ୱାସ ଓ ଭରଷା କରିବାକୁ ପଡିବ । ଯଦି ପୋଲିସ ବାବୁମାନେ ସତ୍ୟର ଅନୁସନ୍ଧାନ କରିବେ ତେବେ ଆମ ଭିତରେ ଚର୍ଚ୍ଚାର ଆବଶ୍ୟକତା ରହିବନି । ପ୍ରଭୁ ଜଗନ୍ନାଥଙ୍କ ନାମ ନେଇ ସୌମ୍ୟରଞ୍ଜନ କହିଛନ୍ତି ଭଗବାନ ସତକୁ ସାମ୍ନାକୁ ଆଣନ୍ତୁ । ଏସବୁ ବିଷୟରେ ଅଧିକ ଗମ୍ଭୀରତାର ସହ ତଦନ୍ତ ହେବା ଆବଶ୍ୟକ । କ୍ରାଇମବ୍ରାଞ୍ଚ ଉପରେ ଭରସା କରିବାକୁ ପଡିବ । କନେଷ୍ଟବଳଙ୍କଠୁ ଡିଜିଙ୍କ ପର୍ଯ୍ୟନ୍ତ ସମସ୍ତେ ଭରଷାଯୋଗ୍ୟ । ସବୁ ପୋଲିସ ଖରାପ ନୁହଁନ୍ତି ।

ଅଭିଯୁକ୍ତ ତଥା ପୂର୍ବତନ ପୋଲିସ ଏଏସଆଇ ଗୋପାଳ ଦାସଙ୍କ ପରିବାରକୁ କ୍ରାଇମବ୍ରାଞ୍ଚ ଲଗାତାର ଭାବରେ ପଚରାଉଚରା କରୁଛି । ବିଭିନ୍ନ ତଥ୍ୟ ମଧ୍ୟ ସଂଗ୍ରହ କରାଯାଇଛି ଗୋପାଳଙ୍କ ପରିବାର ସଦସ୍ୟଙ୍କଠାରୁ । ଗୋପାଳଙ୍କ ଭାଇ, ପୁତୁରା, ଓ ପତ୍ନୀଙ୍କୁ କ୍ରାଇମବ୍ରାଞ୍ଚ ଲଗାତାର ଭାବରେ ପଚରାଉଚରା କରୁଛି । ଏଥିସହ ଘରର ସଦସ୍ୟ ଯେଉଁ ବସରେ ଗୋପାଳଙ୍କୁ ମେଡିସିନ ପଠାଉଥିଲେ ସେ ବସର କର୍ମଚାରୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି ବୋଲି ସୂଚନା ରହିଛି ।

ହତ୍ୟା ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ତାହା ଷଡଯନ୍ତ୍ର, ପୂର୍ବ ଶତୃତା , ବ୍ୟବସାୟିକ ନା ରାଜନୈତିକ ଶତୃତା ତାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସିପାରିନାହିଁ । ଏବେ ବି କ୍ରାଇମବ୍ରାଞ୍ଚ ଘଟଣାର ଛାନଭିନ କରୁଛି । ଗୋପାଳଙ୍କ ପଡୋଶୀଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିବାବେଳେ ଗୋପାଳ ଜଣେ ଶାନ୍ତ ପିଲା ବୋଲି ପ୍ରତିକ୍ରିୟା ଆସିଛି । ତେବେ ଯଦି ଗୋପାଳ ଶାନ୍ତ ପିଲା ତେବେ କାହିଁକି ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁଳିକଲା ସେ ପ୍ରଶ୍ନ ଏବେ କ୍ରାଇବବ୍ରାଞ୍ଚ ପାଇଁ ଅଡୁଆ ସୁତାର ଖିଅ ହୋଇଛି ।

ଘଟଣାକୁ ନେଇ ରାଜନୈତିକ ଯୁଦ୍ଧ ମଧ୍ୟ ଲାଗି ରହିଛି । ରାଜ୍ୟର ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପିର ନେତା ଓ ମୁଖପାତ୍ରମାନେ ଘଟଣାର ଏସଆଇଟି କିମ୍ୱା ସିବିଆଇ ତଦନ୍ତ ଦାବି କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷୁଥିବା ଦେଖିବାକୁ ମିଳିଛି । ଶାସକ ଦଳର ନେତା ଓ ମୁଖ୍ୟପାତ୍ର ମଧ୍ୟ ବିରୋଧୀଙ୍କ ପ୍ରଶ୍ନର ସମସ୍ତ ଉତ୍ତର ରଖୁଛନ୍ତି । ଘଟଣାର ତଦନ୍ତର କୌଣସି ସ୍ପଷ୍ଟତା ଆସିନଥିବାବେଳେ ଆସନ୍ତା ବିଧାନସଭା ଅଧିବେସନରେ ଏନେଇ ଅଧିକ ବିରୋଧି ସ୍ୱର ଉଠାଇବେ ବୋଲି ଚର୍ଚ୍ଚା ହେଉଛି ।

ଏହି ଖବର ପଢ଼ନ୍ତୁ - http://'ଡେଲିଭରୀ ବୟ' ଟ୍ରେଲର ରିଲିଜ୍; ମାର୍ଚ୍ଚରେ ପରଦାକୁ ଆସିବ ସିନେମା !
Published by:Soubhagya Mishra
First published: