ମହିଳା ସହଯୋଗ କେନ୍ଦ୍ର 'ମାଧ୍ୟମ'କୁ ପୂରିଲା ୮ବର୍ଷ

“ମାଧ୍ୟମ"ରେ ଗତ ସେପ୍ଟେମ୍ବର ମାସ ୨୦୧୪ରୁ ଅଗଷ୍ଟ ମାସ ୨୦୨୨ ମଧ୍ୟରେ ବାର୍ଷିକ ୨୩୨୮ଗୋଟି ମାମଲା ଆସିଅଛି। ସେଥିମଧ୍ୟରୁ ୧୬୬୧ଟି ମାମଲା କାଉନ୍ସେଲିଂ ନିମନ୍ତେ ପଞ୍ଜୀକରଣ କରାଯାଇଥିଲା।

ମାଧ୍ୟମକୁ ପୂରିଲା ୮ ବର୍ଷ (ପ୍ରତୀକାତ୍ମକ ଛବି)

ମାଧ୍ୟମକୁ ପୂରିଲା ୮ ବର୍ଷ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ କମିଶନରେଟ ପୋଲିସର ମହିଳା ସହଯୋଗ କେନ୍ଦ୍ର “ମାଧ୍ୟମ” ସେଣ୍ଟରରକୁ ପୂରିଛି ଆଠ ବର୍ଷ । ଏହି ପୂର୍ତ୍ତି ଅବସରରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଅଧ୍ୟକ୍ଷତାରେ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ମାଧ୍ୟମ ନିଉଜ ଲେଟର ଲୋକାର୍ପିତ ହୋଇଯାଇଛି।

କମିଶନରେଟ ପୋଲିସ ସୂଚନା ଅନୁସାରେ, ଭୁବନେଶ୍ବରସ୍ଥିତ ଡିସିପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ସହଯୋଗ କେନ୍ଦ୍ର “ମାଧ୍ୟମ"ରେ ଗତ ସେପ୍ଟେମ୍ବର ମାସ ୨୦୧୪ରୁ ଅଗଷ୍ଟ ମାସ ୨୦୨୨ ମଧ୍ୟରେ ବାର୍ଷିକ ୨୩୨୮ଗୋଟି ମାମଲା ଆସିଅଛି। ସେଥିମଧ୍ୟରୁ ୧୬୬୧ଟି ମାମଲା କାଉନ୍ସେଲିଂ ନିମନ୍ତେ ପଞ୍ଜୀକରଣ କରାଯାଇଥିଲା। ତନ୍ମଧ୍ୟରୁ ସମୁଦାୟ ୯୪୫ଟି ମାମଲାର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇ ଥିବା ବେଳେ ୧୧୨ ଜଣ ପୀଡିତାଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଇଥିଲା । ଏହି କ୍ରମରେ ୧୩୫ଜଣ ଅସହାୟ ଯୁବତୀ ବା ମହିଳାଙ୍କୁ ଆଇନଗତ ସହାୟତା ପ୍ରଦାନ କରାଯାଇଥିବା ବେଳେ ୧୪ଟି ମାମଲାରେ ପାରିବାରିକ ସହାୟତା ଯୋଗାଇଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ , ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ,  ଡ଼ିସିପି ହେଡକ୍ୱାଟର ଇତିକାନ୍ତ ମହାପାତ୍ରଙ୍କ ସମେତ ଇନଷ୍ଟିଚ୍ୟୁଟ ଫର ସୋସିଆଲ ଡେଭେଲପମେଣ୍ଟର ନିର୍ଦେଶିକା ଶୁଭଶ୍ରୀ ଦାଶ ଓ ବରିଷ୍ଠ ପୁଲିସ ଅଧିକାରୀ ଓ ମାଧ୍ୟମର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
Published by:Soumya Das
First published: