ମହିଳା ଦିବସ: ଭୁବନେଶ୍ୱରରେ ୩ ଜଣ ଦିବ୍ୟାଙ୍ଗ ଯୁବତୀ ଆତ୍ମନିର୍ଭର ହୋଇ ଉଦାହରଣ ସାଜିଲେ
ସୁଭଦ୍ରାଙ୍କର ଜନ୍ମରୁ ବାମ ହାତ ନାହିଁ । ମାଳତୀ ପିଲାଟି ବେଳୁ ପୋଲିଓରେ ଆକ୍ରାନ୍ତ । ସଜିତା ବି ମାଟ୍ରିକ ପଢୁଥିବା ବେଳେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ । ହେଲେ ସେମାନେ ନିଜ ଶାରୀରିକ ଅକ୍ଷମତାକୁ ପଛରେ ପକାଇ ଆଗକୁ ବଢ଼ି ଚାଲିଛନ୍ତି ।

ମଧୂସୁଦନ ଦାସ ପାର୍କ ସାମ୍ନାରେ ରାସ୍ତା କଡ଼ରେ ନିଜ ଦୋକାନରେ ତିନି ଯୁବତୀ
- News18 Odia
- Last Updated: March 8, 2021, 6:16 PM IST
ଭୁବନେଶ୍ୱର: ପ୍ରତି ବର୍ଷ ପରି ମାର୍ଚ୍ଚ ୮ ତାରିଖକୁ ବିଶ୍ୱ ସାରା ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଥିବା ବେଳେ ନାରୀ ଯେ ଅବଳା, ଦୁର୍ବଳା ଓ ନିଷ୍ପେଶିତା ହୋଇ ଦିନ କାଟିବାକୁ ବାଧ୍ୟ ନୁହେଁ ତା’ର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ତିନି ଜଣ ଦିବ୍ୟାଙ୍ଗ ଯୁବତୀ । ଲକଡାଉନ୍ ସେମାନଙ୍କ ରୋଜଗାର ଛଡ଼ାଇନେବା ପରେ ଭୁବନେଶ୍ୱର ପୋଖରିପୁଟ ଅଞ୍ଚଳରେ ଏକ ପାର୍କ ସାମ୍ନାରେ ବ୍ୟବସାୟ କରି ସେମାନେ ଆତ୍ମନିର୍ଭର ହୋଇଛନ୍ତି ଓ ସମସ୍ତଙ୍କ ପ୍ରଶଂସା ପାଉଛନ୍ତି ।
ରାଜଧାନୀ ଭୁବନେଶ୍ବରର କାର୍ଗିଲ ବସ୍ତିରେ ବାସ କରୁଥିବା ଏହି ତିନି ଯୁବତୀ – ଜଗତସିଂହପୁରର ସୁଭଦ୍ରା ଦାଶ, ଢେଙ୍କାନାଳର ସଜିତା ସାହୁ ଓ ଗଜପତିର ମାଳତୀ ମଣ୍ଡଳ – ଶାରୀରିକ ଭିନ୍ନକ୍ଷମ । ହେଲେ ନିଜର ଶାରୀରିକ ଅକ୍ଷମତାକୁ ପଛରେ ପକାଇ ଆତ୍ମନିର୍ଭର ହୋଇ ରୋଜଗାର କରିବା ନିଶାରେ ଏକାଠି ହୋଇଛନ୍ତି ସେମାନେ । ମଧୂସୁଦନ ଦାସ ପାର୍କ ସାମ୍ନାରେ ରାସ୍ତା କଡ଼ରେ ସେମାନେ ଚା, ସର୍ବତ ଓ ଝାଲ୍ ମୁଢି ବିକି ଭଲ ରୋଜଗାର କରୁଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଏହି ମହିଳା ନିଜ କାଖରୁ କ୍ଷୀର ବାହାର କରି ସ୍ତନ୍ୟପାନ କରାଇପାରୁଛନ୍ତି! VIDEO ଶେୟାର୍ କଲେ

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଏହି ତିନି ଯୁବତୀ
ସୁଭଦ୍ରାଙ୍କର ଜନ୍ମରୁ ବାମ ହାତ ନାହିଁ । ମାଳତୀ ପିଲାଟି ବେଳୁ ପୋଲିଓରେ ଆକ୍ରାନ୍ତ । ସଜିତା ମାଟ୍ରିକ ପଢୁଥିବା ସମୟରେ ପୋଲିଓରେ ଆକ୍ରାନ୍ତ ହୋଇ ଦୂର୍ବିସହ ଜୀବନଯାପନ କରିଆସୁଥିଲେ । ଏହି ତିନି ଜଣ ଭୁବନେଶ୍ବର ପୋଖରିପୁଟ ଅଞ୍ଚଳରେ ଥିବା ଭିନ୍ନକ୍ଷମ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ତାଲିମ ନେବା ପରେ ଚାକିର ଅଭାବରୁ ପୂର୍ବରୁ ପେପର ପ୍ଲେଟ୍ ନିର୍ମାଣ କରୁଥିଲେ । ହେଲେ ଲକଡାଉନରେ ସେହି ସଂସ୍ଥା ବନ୍ଦ ହୋଇଯିବାରୁ ଗତ ଚାରି ମାସ ହେବ ସେମାନେ ଚା, ବିସ୍କୁଟ, ସ୍ନାକ୍ସ, ଲେମ୍ବୁ ମିଶ୍ରି ସର୍ବତ ଓ ମୁଢି ମିକ୍ସର ଆଦି ବିକ୍ରି କରି ଗୁଜୁରାଣ ମେଣ୍ଟାଉଛନ୍ତି ।
ଏହା ବି ପଢ଼ନ୍ତୁ | ତାମିଲ ନାଡୁରେ ନାରୀ ଶକ୍ତି? ଗୃହିଣୀମାନଙ୍କୁ ପ୍ରତି ମାସ ୧,୦୦୦ ଟଙ୍କା ମିଳିବ, କହିଲା DMK
‘‘ସରକାର ଅନେକ ଲୋକଙ୍କ ପାଇଁ ଅନେକ କିଛି କରିଛନ୍ତି। ଆମକୁ ଟିକିଏ ସାହାଯ୍ୟ ଦରକାର । ଆମେ ଦିବ୍ୟଙ୍ଗ ହୋଇ ନିଜେ ନିଜେ କଥା ବୁଝୁଛୁ । ସେତିକି ଯଥେଷ୍ଟ। ହେଲେ ସ୍ଥାୟୀ ଦୋକାନ ଖଣ୍ଡେ ମିଳିପାରିଲେ ବର୍ଷା ଓ ଝଡ଼ ତୋଫାନ ବେଳେ ଆମେ ଓପାସ ରୁହନ୍ତୁ ନାହିଁ,’’ କହିଛନ୍ତି ସଜିତା ସାହୁ ।
ଏହା ବି ପଢ଼ନ୍ତୁ | ହଷ୍ଟେଲରେ ରହୁଥିବା ନାବାଳିକାମାନଙ୍କୁ ଲଙ୍ଗଳା ହୋଇ ନାଚିବାକୁ ବାଧ୍ୟ କଲା ପୋଲିସ
ଆବଶ୍ୟକ ଅର୍ଥ ଅଭାବରୁ ଏହି ତିନି ଦିବ୍ୟାଙ୍ଗ ଯୁବତୀ ସ୍ଥାୟୀ ଦୋକାନ ଖଣ୍ଡେ ନେବାରେ ଅସମର୍ଥ ହୋଇଛନ୍ତି । ବର୍ତ୍ତମାନର ଦୋକାନରୁ ହେଉଥିବା ଆୟରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଥିବା ସେମାନେ କହିଛନ୍ତି । ଏକ ସ୍ଥାୟୀ ଦୋକାନ ଘର ଯୋଗାଇଦେବାକୁ ସେମାନେ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ।
ଶାରିରୀକ ଭିନ୍ନକ୍ଷମ ହୋଇ ମଧ୍ୟ ହାତ ପତେଇ ମାଗିବା ଅପେକ୍ଷା ଆତ୍ମନିର୍ଭରଶୀଳ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଏହି ତିନି ଯୁବତୀ । ସେମାନଙ୍କୁ ଜନସାଧାରଣଙ୍କ ଠାରୁ ପ୍ରଶଂସା ଓ ଉତ୍ସାହ ମିଳୁଥିବା ବେଳେ ସେମାନେ ସରକାରୀ ସହାୟତା ଅପେକ୍ଷାରେ ଅଛନ୍ତି ।