Women's day 2023: ଆଦିବାସୀ ମହିଳା ଉର୍ମିଳାଙ୍କ ନିଃସ୍ବାର୍ଥପର ସେବା

୬ ବର୍ଷ ହେଲାଣି ବିନା ସ୍ବାର୍ଥରେ ଏଭଳି କାମ କରି ଆସୁଛନ୍ତି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କାଶୀନାଥପୁର ଗାଁର ଉର୍ମିଳା ବେହେରା । ସ୍ନାତକ ପଢ଼ିଥିବା ଉର୍ମିଳା ଜଣେ ଆଦିବାସୀ ମହିଳା ।

Women's day 2023: ଆଦିବାସୀ ମହିଳା ଉର୍ମିଳାଙ୍କ ନିଃସ୍ବାର୍ଥପର ସେବା

Women's day 2023: ଆଦିବାସୀ ମହିଳା ଉର୍ମିଳାଙ୍କ ନିଃସ୍ବାର୍ଥପର ସେବା

  • News18 Odia
  • Last Updated :
  • Anugul, India
  • Share this:
News 18 Odia Digital

ଅନୁଗୁଳ: ସମାଜସେବାରେ (social work) ସେ ବ୍ରତୀ । ଜଙ୍ଗଲ ଅଧ୍ୟୁଷିତ ପ୍ରାୟ ୩୦ ଖଣ୍ଡ ଗାଁ ଲୋକଙ୍କୁ ସେ ଦେଖାଇଛନ୍ତି ଆଲୋକ । କାହା ପାଖରେ ସରକାରୀ ଯୋଜନା (govt schemes) ପହଞ୍ଚିନି, ତାର ତାଲିକା ପ୍ରସ୍ତୁତ କରି ସେ ସାହାଯ୍ୟ କରନ୍ତି । ଗାଁ ଗାଁ ବୁଲି ଜଙ୍ଗଲ ଅଧିକାର ଆଇନ ନେଇ କରାନ୍ତି ସଚେତନ । ଦୀର୍ଘ ୬ ବର୍ଷ ହେଲାଣି ବିନା ସ୍ବାର୍ଥରେ ଏଭଳି କାମ କରୁଥିବା ସେ ମହିଳା ହେଉଛନ୍ତି ଅନୁଗୁଳ (anugul) ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡର ଉର୍ମିଳା ବେହେରା ।

ସକାଳ ହେଲେ ସେ ପହଞ୍ଚିଯାଆନ୍ତି ଜଙ୍ଗଲ ଅଞ୍ଚଳରେ ଥିବା ଗାଁ ଗଣ୍ଡାରେ । ଲୋକଙ୍କୁ ସଚେତନ କରାନ୍ତି ଜଙ୍ଗଲ ଅଧିକାର ଆଇନ ସଂପର୍କରେ । ଗାଁ ଗାଁରେ କରନ୍ତି ସଭା ସମିତି । ଜଙ୍ଗଲ ସୁରକ୍ଷା କେମିତି କରିବେ ? ସରକାରଙ୍କ ଜଙ୍ଗଲ ସୁରକ୍ଷା ଆଇନ କେମିତି କାର୍ଯ୍ୟକାରୀ କରାଇବେ ? ସବୁ କିଛି କହି ଦିଅନ୍ତି । କେବଳ ସେତିକି ନୁହେଁ, ଲୋକଙ୍କ ସମସ୍ୟାର କେମିତି ସମାଧାନ ହେବ, ତାର ବାଟ କାଢ଼ନ୍ତି । ୬ ବର୍ଷ ହେଲାଣି ବିନା ସ୍ବାର୍ଥରେ ଏଭଳି କାମ କରି ଆସୁଛନ୍ତି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କାଶୀନାଥପୁର ଗାଁର ଉର୍ମିଳା ବେହେରା । ସ୍ନାତକ ପଢ଼ିଥିବା ଉର୍ମିଳା ଜଣେ ଆଦିବାସୀ ମହିଳା । ତେଣୁ ଜଙ୍ଗଲ ଅଞ୍ଚଳରେ ରହୁଥିବା ଆଦିବାସୀଙ୍କ ପାଇଁ ତାଙ୍କର ଢେର ଚିନ୍ତା ।

ନିଜ ଗାଁ ମଇମୁରା ପଞ୍ଚାୟତ ଏବଂ ନିକଟସ୍ଥ ଠାକୁରଗଡ଼ ପଂଚାୟତର ୩୦ରୁ ଅଧିକ ଗାଁ ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରେ ରହିଛି । ଯେଉଁଠି ଶତକଡା ୯୦ ଭାଗ ଆଦିବାସୀ । ସରକାରଙ୍କ ଅନେକ ଯୋଜନାରୁ ଏମାନେ ବଞ୍ଚିତ । ତେଣୁ ଏସବୁ ଗାଁର ଲୋକଙ୍କ ପାଖରେ ସୁଖଦୁଃଖରେ ଛିଡ଼ା ହେଉଛନ୍ତି ଉର୍ମିଳା । ଆଉ ଜଙ୍ଗଲ ଅଧିବାସୀମାନଙ୍କୁ କେମିତି ସେମାନଙ୍କ ଅଧିକାର ମିଳିପାରିବ, ସେ ନେଇ ବନ ବିଭାଗଠାରୁ ପ୍ରାଶାସନିକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ବ୍ୟବସ୍ଥା କରନ୍ତି । ଉର୍ମିଳାଙ୍କ ଉପରେ ୩୦ ଖଣ୍ଡ ଗାଁର ଲୋକେ ସତେ ଯେମିତି ନିର୍ଭରଶୀଳ ହୋଇଗଲେଣି ।

ନିଃସ୍ବାର୍ଥପର ଭାବେ ଲୋକଙ୍କ ସେବା କରି ଆସୁଛନ୍ତି ଉର୍ମିଳା । ତାଙ୍କୁ ପ୍ରୋତ୍ସାହନ ମିଳିଲେ, ସେ ଆହୁରି ଆଗକୁ ଯାଇ ଅଧିକରୁ ଅଧିକ ଲୋକଙ୍କ ସେବା କରିବାକୁ ଆଶା ରଖିଛନ୍ତି।

ରିପୋର୍ଟ- ଭିକାରି ମହାନ୍ତି
Published by:Soubhagya Mishra
First published: