News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଏଣିକି ମହିଳାମାନେ ବି ରାତିରେ କାମ କରିପାରିବେ । କାରଖାନା ହେଉ କି କମ୍ପାନୀ ବା କର୍ପୋରେଟ ସେକ୍ଟର, ସବୁଠି ରାତିରେ କାମ କରିବାକୁ ମିଳିଛି ଅନୁମତି। କମ୍ପାନୀଗୁଡ଼ିକରେ ପୁଞ୍ଜିନିବେଶ ବଢ଼ୁଥିବାରୁ କାମ ସାଙ୍ଗକୁ ଚାହିଦା ବି ବଢ଼ିବାରେ ଲାଗିଛି । ତେଣୁ ମହିଳାମାନଙ୍କ କାମ କରିବାରେ କୌଣସି ଅସୁବିଧା ନାହିଁ ।
ପୂର୍ବରୁ ଡାକ୍ତର, ନର୍ସ ଓ ପୋଲିସ ଭଳି କିଛି ଜରୁରୀକାଳୀନ ସେବାରେ କେବଳ ମହିଳାମାନଙ୍କୁ ରାତିରେ କାମ କରିବାର ଦେଖିବାକୁ ମିଳୁଥିଲା, ହେଲେ ଏବେ ସବୁ ଛୋଟ ବଡ଼ କମ୍ପାନୀ ଓ କାରଖାନାରେ ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ମହିଳାମାନେ କାମ କରିପାରିବେ ବୋଲି ସରକାର ଅନୁମତି ଦେଇଛନ୍ତି।
ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜଧାନୀର କର୍ମଜୀବୀ ମହିଳାମାନେ ସ୍ୱାଗତ କରିଛନ୍ତି । ଆଜିର ସମୟରେ ପୁଅ ଝିଅଙ୍କୁ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ସମାନ ବିବେଚିତ କରାଯାଉଥିବାରୁ ଉଭୟଙ୍କ ଉପରେ ସମାନ ଦାୟିତ୍ୱ ରହିଛି । ତେଣୁ ସେମାନେ ଏକା ପ୍ରକାର କାମ କରିପାରିବେ ବୋଲି ସମାଜସେବୀମାନେ କହିଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜଧାନୀର କର୍ମଜୀବୀ ମହିଳାମାନେ ସ୍ୱାଗତ କରିଛନ୍ତି ।
ତେବେ ମହିଳାଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ନିରାପତ୍ତା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସମସ୍ତେ ମତ ଦେଇଛନ୍ତି । ଏହି ସବୁ ପ୍ରକାର ସୁବିଧା ଓ ସାହାଯ୍ୟ ମିଳିଲେ ମହିଳାମାନେ ରାତିରେ କାମ କରିବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ସେମାନେ ।
‘‘ରାଜ୍ୟ ବାହାରେ ଅନେକ ମହିଳା ଆଜି ବି ରାତିରେ କାମ କରୁଛନ୍ତି । କମ୍ପାନିମାନେ କିନ୍ତୁ ରାତିରେ କାମ କରୁଥିବା ମହିଳାଙ୍କ ସମସ୍ତ ଦାୟିତ୍ୱ ନିଅନ୍ତି । ସ୍ୱାସ୍ଥ୍ୟ ସମସ୍ୟା ଠାରୁ ଆରମ୍ଭ କରି ସୁରକ୍ଷା ଓ କ୍ୟାବ ଯୋଗେ ସୁରକ୍ଷାର ସହ ନେବା ଆଣିବା କରିବା ଇତ୍ୟାଦି ସବୁ ବ୍ୟବସ୍ଥା ଥାଏ । ଏ ସବୁ ଆମ ରାଜ୍ୟରେ ମଧ୍ୟ ରହିବା ଦରକାର,’’ କହିଛନ୍ତି ସ୍ବେଚ୍ଛାସେବୀ ସୋନାଲି ପ୍ରିୟଦର୍ଶିନୀ ।
ଜଣେ କର୍ମଜୀବୀ ମହିଳା ଡଲି କହିଛନ୍ତି ଯେ ଆଜିର ସମାଜରେ ପୁଅ ଝିଅ ସମସ୍ତେ ସମାନ ହୋଇଥିବାରୁ ଉଭୟଙ୍କର ଦାୟିତ୍ୱ ସମାନ ରହିବା ଦରକାର । ‘‘କିନ୍ତୁ ଆଜି ବି ରାତିରେ ଝିଅଟିଏ ଏକା ବାହାରେ କାମ କରିବା ସୁରକ୍ଷିତ ନ ଥିବାରୁ ଏହା ଉପରେ ସରକାର ଅଧିକ ଯତ୍ନଶୀଳ ହେବା ଦରକାର,’’ କହିଛନ୍ତି ଡଲି।
କାରଖାନା ଆଇନର କିଛି ବ୍ୟବସ୍ଥାକୁ ସଂଶୋଧନ କରି ନୂଆ ଗାଇଡ଼ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ସନ୍ଧ୍ୟା ୭ତାରୁ ସକାଳ ୬ଟା, ଅର୍ଥାତ ରାତିରେ, ମହିଳାମାନେ ଛୋଟ ବଡ଼ ସଂସ୍ଥା, କମ୍ପାନୀ, କଳ କାରଖାନା ବା କର୍ପୋରେଟ ହାଉସରେ କାମ କରିପାରିବେ ବୋଲି ଦିଆଯାଇଛି ଅନୁମତି । ସମସ୍ତ ପ୍ରକାର ସୁବିଧା ସାଙ୍ଗକୁ କୌଣସି ଅସୁବିଧା ହେଲେ ସମ୍ପୃକ୍ତ ସଂସ୍ଥା ଏହାର ଉତ୍ତରଦାୟୀ ହେବ ବୋଲି ନିୟମ ରହିଛି । ତେବେ ଏଥିରେ ମହିଳାଙ୍କ ସହମତି ଆବଶ୍ୟକ । କୌଣସି ସଂସ୍ଥା କିମ୍ବା କମ୍ପାନୀ କାହାକୁ ରାତିରେ କାମ କରିବାକୁ ବାଧ୍ୟ କରିପାରିବେ ନାହିଁ ।
ଗୋଟିଏ ପଟେ ମହିଳାଙ୍କୁ ସଶକ୍ତ କରିବା ପାଇଁ ନୂଆ ନୂଆ ନିୟମ ରାଜ୍ୟ ସରକାର ଲାଗୁ କରୁଥିବା ବେଳେ ସୁରକ୍ଷା ଓ ନିରାପତ୍ତାକୁ ଦ୍ବିଗୁଣିତ କଲେ ମହିଳାମାନଙ୍କ ପାଇଁ ଦିନ ରାତି ସବୁ ସମାନ ହେବ ବୋଲି କହିଛନ୍ତି କର୍ମଜୀବୀ ମହିଳାମାନେ।
ଏହା ବି ପଢ଼ନ୍ତୁ:ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।