News18 Odia Digital
ନୂଆ ଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱାସ କରାଯାଉଥିଲା ଯେ ବାରମ୍ବାର ମହିଳାମାନଙ୍କର ଗର୍ଭପାତ (miscarriage) ହେବା ପଛରେ ସେହି ମହିଳାମାନଙ୍କର ହିଁ କିଛି ସମସ୍ୟା ରହିଛି । କିନ୍ତୁ ନିକଟରେ ଗବେଷଣାରୁ ଆସିଥିବା ତଥ୍ୟ ଅନୁସାରେ ଏଥିରେ ପୁରୁଷମାନଙ୍କର ବଡ଼ ଭୂମିକା ରହିଥିବା ଜଣାପଡ଼ିଛି । ମହିଳାମାନଙ୍କର ବାରମ୍ବାର ଗର୍ଭପାତ ହେବା ପଛରେ ପୁରୁଷମାନେ ଦାୟୀ ବୋଲି ଏଥିରେ କୁହାଯାଇଛି ।
ଲଣ୍ଡନର ଇମ୍ପେରିଆଲ୍ କଲେଜରେ କରାଯାଇଥିବା ଏହି ଗବେଷଣା ଅନୁଯାୟୀ ଶୁକ୍ରାଣୁର ସ୍ୱାସ୍ଥ୍ୟରୁ (health of semen) ହିଁ ଯେକୌଣସି ମହିଳାଙ୍କ ଗର୍ଭଧାରଣର (pregnancy) ସ୍ୱାସ୍ଥ୍ୟ ନିର୍ଣ୍ଣୟ ହୁଏ । ବୈଜ୍ଞାନିକମାନେ ଏବେ ଆଶା କରୁଛନ୍ତି ଯେ ଏହି ଗବେଷଣାର ଫଳ ଦମ୍ପତିମାନଙ୍କ ଜୀବନକୁ ସହଜ କରିବ । ‘କ୍ଲିନିକାଲ୍ କେମେଷ୍ଟ୍ରି’ ନାମକ ପତ୍ରିକାରେ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁସାରେ ଗବେଷଣାରେ ଏମିତି ୫୦ ଜଣ ମହିଳାଙ୍କ ପୁରୁଷ ସାଥୀଙ୍କୁ ସାମିଲ କରାଯାଇଥିଲା ଯେଉଁମାନେ ବାରମ୍ବାର ଗର୍ଭପାତ ସମସ୍ୟାର ସାମନା କରୁଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅଜବ ପରମ୍ପରା: ସ୍ୱାମୀ ମରିଗଲେ ତାଙ୍କ ଶବ ସହ ପତ୍ନୀ ଶୋଇବା ଜରୁରୀ; ଫସଲ ଋତୁ ପୂର୍ବରୁ ସେକ୍ସଗବେଷଣାରେ ସାମିଲ ଥିବା ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ଏମିତି ମହିଳା ଥିଲେ ଯେଉଁମାନଙ୍କର ଗର୍ଭଧାରଣର (pregnancy) ପ୍ରଥମ ୨୦ ସପ୍ତାହ ମଧ୍ୟରେ ଗର୍ଭପାତ ହୋଇଯାଉଥିଲା ଓ ଏମିତି କ୍ରମାଗତ ତିନି ଥର କିମ୍ବା ଅଧିକ ଥର ଘଟିଥିଲା । ଗର୍ଭପାତର (miscarriage) ଶିକାର ହୋଇଥିବା ମହିଳାମାନଙ୍କ ପୁରୁଷ ସାଥୀମାନଙ୍କୁ ପରୀକ୍ଷା କରି ଦେଖାଗଲା ଯେ ସେମାନଙ୍କର ଡି.ଏନ୍.ଏ. (DNA) ବହୁତ ଦୁର୍ବଳ ଅଛି । ସେମାନଙ୍କ ଡି.ଏନ୍.ଏ.କୁ ଅନ୍ୟ ପୁରୁଷମାନଙ୍କ ସହିତ ତୁଳନା କରାଯାଇଥିଲା ଯେଉଁମାନଙ୍କ ମହିଳା ସାଥୀ କେବେ ବି ଗର୍ଭପାତର ଶିକାର ହୋଇ ନ ଥିଲେ |

ଉର୍ବରତାରେ ଶୁକ୍ରାଣୁର ସ୍ୱାସ୍ଥ୍ୟ ବି ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ‘‘ମୋତେ କ୍ଷମା କରିଦିଅ’’: ଆତ୍ମହତ୍ୟା କରିବା ପୂର୍ବରୁ ଲେଖିଗଲେ ୨୫-ବର୍ଷୀୟା ଅଭିନେତ୍ରୀ ସୌଜନ୍ୟାଗବେଷଣାର ଫଳ ଆଶ୍ଚର୍ଯ୍ୟଜନକ ଥିଲା । ଦେଖାଯାଇଥିଲା ଯେ ଗର୍ଭପାତର ସାମନା କରୁଥିବା ମହିଳାମାନଙ୍କ ପୁରୁଷ ସାଥୀଙ୍କର କେବଳ ନଷ୍ଟ ହୋଇଥିବା ଡି.ଏନ୍.ଏ. ଥିଲା ତାହା ନୁହେଁ, ବରଂ ସେମାନଙ୍କର ଶୁକ୍ରାଣୁରେ (semen) ବି କ୍ରମାଗତ ଭାବରେ DNA କୁ ନଷ୍ଟ କରୁଥିବା ଅଣୁଗୁଡ଼ିକ ଥିଲେ । ପୁରୁଷମାନଙ୍କ ଶରୀରରେ ଥିବା ପ୍ରୋଷ୍ଟେଟ ଗ୍ରନ୍ଥିରେ ସଂକ୍ରମଣ କାରଣରୁ ବି ସେମାନଙ୍କ DNA ଦୁର୍ବଳ ହୋଇଯାଏ ।
ଏହା ବି ପଢ଼ନ୍ତୁ | WhatsAppରେ ପେମେଣ୍ଟ୍ କରିବା ଆହୁରି ସହଜ ହେଲା; ଚ୍ୟାଟ୍ କମ୍ପୋଜରରେ ₹ ଚିହ୍ନ ଲାଗିଲାଏହି ଗବେଷଣାରେ ସାମିଲ ଥିବା ମୁଖ୍ୟ ଗବେଷକ ଡକ୍ଟର୍ ଚେନା ଜୟସେନାଙ୍କ ଅନୁଯାୟୀ ଏହି ଗବେଷଣାର ଫଳରୁ ସେହି ମହିଳାମାନଙ୍କୁ ଆଶ୍ୱସ୍ତି ମିଳିବ ଯେଉଁମାନେ ବାରମ୍ବାର ଗର୍ଭପାତ ହେବା ପରେ ନିଜକୁ ଦାୟୀ କରି ଡିପ୍ରେସନରେ ପୀଡିତ ହୁଅନ୍ତି । ତା’ ସହ ଏହି ଗବେଷଣାର ଫଳାଫଳ ଉପରେ ଆଧାର କରି ପୁରୁଷମାନଙ୍କ ନପୁଙ୍ସକତାର (impotence) ଚିକିତ୍ସାରେ ବି ଏକ ନୂଆ ଅଧ୍ୟାୟ ଆସିବ । ଏହି ଗବେଷଣା ଉର୍ବରତା (fertility) ବିଷୟରେ ଥିବା ଜ୍ଞାନ ଜଗତରେ ଏକ ଚମତ୍କାରଠାରୁ କମ୍ ନୁହେଁ ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | କର୍ଣ୍ଣାଟକର ଏହି Sex ପାଗଳକୁ ମୃତ୍ୟୁ ଦଣ୍ଡ ମିଳିବ; ରେପ୍ କରି ୨୦ ଜଣ ମହିଳାଙ୍କୁ ହତ୍ୟା କରିଥିଲା‘‘ଚିକିତ୍ସା ଜଗତକୁ ଏହା ବୁଝିବାରେ ବହୁତ ସମୟ ଲାଗିଗଲା ଯେ ଉର୍ବରତାରେ ଶୁକ୍ରାଣୁର ସ୍ୱାସ୍ଥ୍ୟ ବି ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ଓ ଗର୍ଭପାତର ଅର୍ଥ କେବଳ ମହିଳାଙ୍କ ଗର୍ଭାଶୟ ଦୁର୍ବଳ ଥିବା ନୁହେଁ,’’ କହିଛନ୍ତି ଡଃ ଜୟସେନା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Fitness Queen: ମଲାଇକା ଅରୋଡ଼ା ନିଜ ପ୍ରିୟ ଯୋଗ ଆସନଗୁଡ଼ିକର ଫଟୋ ଶେୟାର୍ କଲେ; ଦେଖନ୍ତୁଏହି ଗବେଷଣାର ରିପୋର୍ଟ ଭାରତରେ ଅତି ପ୍ରାସଙ୍ଗିକ କାରଣ ଭାରତରେ ପ୍ରତି ଛଅଟି ଗର୍ଭଧାରଣ ମଧ୍ୟରୁ ଗୋଟିଏ ପ୍ରଥମ ତିନି ମାସରେ ଗର୍ଭପାତରେ ପରିଣତ ହୋଇଥାଏ । ‘ଜର୍ଣ୍ଣାଲ ଅଫ୍ ଓବସେଷଟ୍ରିକ୍ସ ଆଣ୍ଡ୍ ଗାୟନୋକୋଲୋଜି ଅଫ୍ ଇଣ୍ଡିଆ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତୀୟ ମହିଳାଙ୍କ ମଧ୍ୟରେ ଗର୍ଭପାତର ଭୟ ଅଧିକ ରହିଥାଏ । ଭାରତର ପାଞ୍ଚଟି ମେଟ୍ରୋ ସହରରେ ରହୁଥିବା ମହିଳାମାନଙ୍କ ଉପରେ ହୋଇଥିବା ଏକ ଗବେଣାରୁ ଜଣାପଡିଛି ଯେ ପ୍ରାୟ ୩୨ ପ୍ରତିଶତ ମହିଳା ଗର୍ଭପାତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ରାନୁ ମଣ୍ଡଲ୍ ଗାଇଲେ ‘ମାନିକେ ମାଗେ ହିଥେ’ ଗୀତ; ଖୁବ୍ ଭାଇରାଲ୍ ହେଉଛି VIDEO; ଦେଖନ୍ତୁଗର୍ଭପାତ ପାଇଁ କୌଣସି ନା କୌଣସି ପ୍ରକାରେ ମହିଳାଙ୍କ ସ୍ୱାସ୍ଥ୍ୟକୁ ହିଁ ଦାୟୀ କରାଯାଉଥିଲା । ଏଭଳି ପରିସ୍ଥିତିରେ ଏହି ଗବେଷଣାର ଫଳ ଚିକିତ୍ସା ଜଗତକୁ ଏକ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।