ଅଭୟ କୁମାର ମହାପାତ୍ର | News18 Odia Digital
କେନ୍ଦୁଝର: କେବଳ ରୋଷେଇବାସ ନୁହେଁ, ଏବେ ଚାଷ କାମରେ ବି ମନ ଲଗାଇଛନ୍ତି ମହିଳାମାନେ । କାଠ କରଞ୍ଜିଆ ଗାଁର ଏହି ମହିଳାମାନଙ୍କୁ ଆଉ ଆଗ ପରି ଫୁର୍ସତ୍ ମିଳୁନାହିଁ । ସରକାରୀ ସହାୟତାରେ ପାଞ୍ଚ ଏକର ଜମିରେ ଜୈବିକ ପଦ୍ଧତିରେ ବିଭିନ୍ନ ପନିପରିବା ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରି ପାରିଛନ୍ତି ସେମାନେ । କେନ୍ଦୁଝର ଜିଲ୍ଲାର ଗୋଟିଏ ଛୋଟ ଗାଁର ଏହି ମହିଳା ଚାଷୀମାନେ ଅନ୍ୟ ମହିଳାମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଏକ ବଳିଷ୍ଠ ଉଦାହରଣ ।
ସଦର ବ୍ଲକର କାଠ କରଞ୍ଜିଆ ଗାଁ ନିକଟରେ ବହି ଯାଇଥିବା ଅରଡ଼େଇ ନଦୀର ଉଭୟ ପାର୍ଶ୍ବରେ ଫଳିଛି ବିଭିନ୍ନ ପ୍ରକାର ଛନଛନିଆ ପନିପରିବା । ପାଞ୍ଚ ଏକର ଜମିରେ ବନ୍ଧାକୋବି, ଫୁଲକୋବି ଓ ମଟର ଛୁଇଁ ଆଦି ପନିପରିବା ଫଳାଇଛନ୍ତି ଗାଁର ମହିଳାମାନେ । ମା’ ମନ୍ଦାର ମାଳିନୀ ଉତ୍ପାଦିକା ଗୋଷ୍ଠୀ ନାମରେ ଏକ ସ୍ୱୟଂ ସହାୟତା ସମୂହ ଗଠନ କରି ପୂର୍ବରୁ ସେମାନେ ଲଗାଇଥିବା ମିଠା ମକାରୁ ଏକ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଥିବା ବେଳେ ଏବେ ଦୁଇ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିବା ଲକ୍ଷ୍ୟ ରଖିଛନ୍ତି ।
ଦେଖନ୍ତୁ ଫଟୋ | ନୂଆ ବର୍ଷ ଉପଲକ୍ଷେ ବଲିଉଡ୍ ଅଭିନେତ୍ରୀମାନେ କେମିତି ଛୁଟି ବିତାଉଥିଲେ ଦେଖନ୍ତୁ - Viral Photos‘‘ଆମ ଗ୍ରୁପରେ ଆମେ ୧୦୮ ଜଣ ମେମ୍ବର ଅଛୁ । ଆଇ.ଡି.ଓ. ଓ ଆଇ.ଟି.ଡି.ଏ. ଦ୍ବାରା ଆମ ଗ୍ରୁପକୁ ମିଠା ମକା, ବନ୍ଧାକୋବି ଓ ଫୁଲକୋବି ମଞ୍ଜି ଯୋଗାଇ ଦିଆଯାଇଛି । ଏବେ ଆମ ବନ୍ଧାକୋବି ଗୋଟିଏ ଦୁଇରୁ ଅଢ଼େଇ କେଜି ଓଜନ ହୋଇଛି । ଆମେ ପୂର୍ବରୁ ମିଠା ମକା ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରିଛୁ । ଏ ଥର ଦୁଇ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିବାର ଆଶା ରଖିଛୁ,’’ କହିଛନ୍ତି ମା’ ମନ୍ଦାର ମାଳିନୀ ଉତ୍ପାଦିକା ଗୋଷ୍ଠୀର ସଭାନେତ୍ରୀ ନର୍ମଦା ମହାନ୍ତ ।

ମା’ ମନ୍ଦାର ମାଳିନୀ ଉତ୍ପାଦିକା ଗୋଷ୍ଠୀରେ ୧୦୮ ଜଣ ସଦସ୍ୟା ଅଛନ୍ତି ।
ଏହି ଗ୍ରୁପର ସଦସ୍ୟା ମୀନା କୁମାରୀ ମହାନ୍ତ କହିଛନ୍ତି, ‘‘ପୂର୍ବରୁ ଘରେ ବସିଥିଲୁ । ସରକାର ପ୍ରଥମେ ମିଠା ମକା ମଞ୍ଜି ଯୋଗାଇ ଦେଲେ । ସେଥିରୁ ଲାଭ ପାଇଥିଲୁ । ଏବେ ଫୁଲକୋବି ଓ ବନ୍ଧାକୋବିରୁ ନିଶ୍ଚୟ ଦୁଇ ଲକ୍ଷ ଟଙ୍କାରୁ ଅଧିକ ଆୟ କରିବୁ ବୋଲି ଆମେ ଆଶା ରଖିଛୁ ।’’
ଏହା ବି ପଢ଼ନ୍ତୁ | ଯୁବତୀର ମୁଣ୍ଡକଟା ଉଲଗ୍ନ ଶବ ମିଳିଲା; ଗୁପ୍ତାଙ୍ଗରେ ଗଭୀର କ୍ଷତ; ପୋଲିସ ତଦନ୍ତ ଜାରି; ପୋଲିସ ପୁରସ୍କାର ଘୋଷଣା କଲାକାଠ କରଞ୍ଜିଆ ଗାଁର ୧୦୮ ଜଣ ମହିଳାଙ୍କୁ ନେଇ ୨୦୧୮ ମସିହାରେ ମା’ ମନ୍ଦାର ମାଳିନୀ ଉତ୍ପାଦିକା ଗୋଷ୍ଠୀ ଗଠନ କରାଯାଇଥିଲା । ତା’ ପୂର୍ବରୁ ସେମାନେ ଅସଙ୍ଗଠିତ ଭାବେ ଚାଷ କରୁଥିବାରୁ ଲାଭ ମିଳୁ ନଥିଲା । ବନାଯୋଡ଼ିସ୍ଥିତ ଆଇ.ଡି.ଏ. ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ମହିଳାମାନଙ୍କୁ ସଂଗଠିତ କରି ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା ।
ଏହା ବି ପଢ଼ନ୍ତୁ | ପତି ଘରକୁ ଡେରିରେ ଫେରିଲେ ବୋଲି ପତ୍ନୀ ରାଗରେ ତାଙ୍କ ମୁହଁରେ ଗରମ ତେଲ ଢାଳିଦେଲେଏହା ପରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ତଥା ଜୀବିକା ମିସନ୍ ସହାୟତାରେ ପନିପରିବା ମଞ୍ଜି ଓ ଜୈବିକ ସାର ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଇଥିଲା । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମଧ୍ୟ ସହାୟତାର ହାତ ବଢାଇଥିଲା । ତା’ ପରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରି ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଥିଲା । ଫଳରେ ଚାଷରୁ ଲକ୍ଷାଧିକ ଟଙ୍କାର ଲାଭ ପାଇଛନ୍ତି ଏହି ମହିଳାମାନେ ।
‘‘ପୂର୍ବରୁ କାଠ କରଞ୍ଜିଆ ଗାଁର ମହିଳାମାନେ ଅସଙ୍ଗଠିତ ଭାବେ ଚାଷ କରୁଥିଲେ । ସେମାନଙ୍କୁ ସଙ୍ଗଠିତ କରି ୧୦୮ ଜଣ ମହିଳାଙ୍କୁ ନେଇ ଏକ ଉତ୍ପାଦିକା ଗୋଷ୍ଠୀ ଜରିଆରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ସହାୟତାରେ ମିଠା ମକା, ବନ୍ଧାକୋବି, ଫୁଲକୋବି ଓ ମଟର ଛୁଇଁ ଆଦିର ମଞ୍ଜି ଯୋଗାଇ ଦିଆଯିବା ସହ ସବୁ ପ୍ରକାର ବୈଷୟିକ ସହାୟତା ଓ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା । ସେମାନଙ୍କ ଉଦ୍ୟମ ଓ ନିଷ୍ଠା ପ୍ରଶଂସନୀୟ,’’ କହିଛନ୍ତି ଆଇ.ଡି.ଏ.ର ବିଷୟବସ୍ତୁ ବିଶେଷଜ୍ଞ ପ୍ରମୋଦ ବଗର୍ତ୍ତୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।