କୁସୁମିତ କଲା କୁସୁମ; ଫୁଲ ଚାଷ କରି ସ୍ବାବଲମ୍ବୀ ହେଲେ ମହିଳା

OLM ଏବଂ ORMAS ସହାୟତାରେ ଫୁଲ ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ମହିଳା। ପଡ଼ିଆ ପଡ଼ିଥିବା ଜମିକୁ ଲିଜରେ ନେଇ ଗେଣ୍ଡୁ, ସୂର୍ଯ୍ୟ ମୁଖୀ ଏବଂ ରଜନୀଗନ୍ଧା ଫୁଲ ଚାଷ କରି ପାଇଛନ୍ତି ସଫଳତା

ଫୁଲ ଚାଷ କରି ସ୍ବାବଲମ୍ବୀ ହେଲେ ମହିଳା

ଫୁଲ ଚାଷ କରି ସ୍ବାବଲମ୍ବୀ ହେଲେ ମହିଳା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ସୁନ୍ଦରଗଡ଼: ରୋଜଗାର ଦେଇଛି ଫୁଲ ଚାଷ। ଗେଣ୍ଡୁଫୁଲ ଚାଷରୁ ମାସକୁ ଆୟ ୫ରୁ ୧୦ ହଜାର ଟଙ୍କା। ପରିବାର ଖର୍ଚ୍ଚ ପାଇଁ ମଧ୍ୟ ଆଉ ସେମାନଙ୍କୁ ସ୍ବାମୀଙ୍କ ହାତ ଟେକାକୁ ଅପେକ୍ଷା କରିବାକୁ ପଡ଼ୁନି।

OLM ଏବଂ ORMAS ସହାୟତାରେ ଫୁଲ ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ମହିଳା। ପଡ଼ିଆ ପଡ଼ିଥିବା ଜମିକୁ ଲିଜରେ ନେଇ ଗେଣ୍ଡୁ, ସୂର୍ଯ୍ୟ ମୁଖୀ ଏବଂ ରଜନୀଗନ୍ଧା ଫୁଲ ଚାଷ କରି ପାଇଛନ୍ତି ସଫଳତା।

ଆସନ୍ତୁ ଜାଣିବା ନୟାଗଡ଼ ଓ ସୁନ୍ଦରଗଡ଼ରୁ ଏସଏଚଜି ଗ୍ରୁପ୍‌ର ମହିଳାଙ୍କ ସଫଳତା କାହାଣୀ...

ଧାଡ଼ି ଧାଡ଼ି କରି ଫୁଟିଛି ଫୁଲ, ହସୁଛି ସୁନେଲି କ୍ଷେତ। ଏ ଦୃଶ୍ୟ ହେଉଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୋଲଗାଁର। ଦିନେ ଯେଉଁ ଜମିରେ କିଛି ହେଉ ନଥିଲା, ଆଜି ସେଠାକେ ସୂର୍ଯ୍ୟମୁଖୀ ଓ କୁସୁମ ଫୁଲ ଫୁଟିଛି। ଗାଁର ସୌନ୍ଦର୍ଯ୍ୟ ବଢ଼ାଇବା ସହିତ ରୋଜଗାର ମଧ୍ୟ ଦେଇଛି। ଏହା କେବଳ ସମ୍ଭବ ହୋଇଛି SHG ମହିଳାମାନଙ୍କ ପାଇଁ।

ଗତବର୍ଷ OLM ଏବଂ ORMAS ସହାୟତାରେ ଗୋଲଗାଁର ୧୬ ଜଣ ମହିଳା ବର୍ଷକୁ ଆଠ ହଜାର ଟଙ୍କାରେ ଗୋଟିଏ ଏକର ଜମିକୁ ୩ ବର୍ଷ ପାଇଁ ଲିଜରେ ଆଣିଥିଲେ। ସେଥିରେ ଗେଣ୍ଡୁ, ସୂର୍ଯ୍ୟମୁଖୀ ଏବଂ ରଜନୀଗନ୍ଧା ଫୁଲ ଚାଷ କରିଥିଲେ।

ଗୋଟିଏ ଗେଣ୍ଡୁ ଗଛ ପାଇଁ ୩୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସେଥିରୁ ମିଳୁଛି ୧୮୦ ଟଙ୍କା। ଫୁଲ ଚାଷରୁ ମାସକୁ ୫ ହଜାରରୁ ୧୦ ହଜାର କରିପାରୁଛନ୍ତି ଏହି ମହିଳାମାନେ।

ଖାଲି ନୟାଗଡ଼ ନୁହେଁ, ସୁନ୍ଦରଗଡ଼ ଜିଲ୍ଲାର ୬ଟି ବ୍ଲକରେ ପାଇଲଟ୍‌ ପ୍ରକଳ୍ପ ଭାବେ ଗେଣ୍ଡୁ ଫୁଲ ଚାଷ କରାଯାଉଛି। ସବଡେଗା, କୁତ୍ରା, ରାଜଗାଙ୍ଗପୁର, ବାଲିଶଙ୍କରା, ନୂଆଗାଁ ଏବଂ କୁଆରମୁଣ୍ଡା ବ୍ଲକରେ ମୋଟ ୬ ଏକର ଜମିରେ ଗେଣ୍ଡୁଫୁଲ ଚାଷ ହୋଇଛି।

୧୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୮୦ ଜଣ ସଦସ୍ୟ ଅକ୍ଲାନ୍ତ ପରିଶ୍ରମ କରି ସଫଳତା ପାଇଛନ୍ତି। ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ପ୍ରତି କ୍ଲଷ୍ଟରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଉଛି।

ଆଗରୁ ଖାଲି ପଡ଼ିଥିବା ଜମିରେ କୋଳଥ ଏବଂ ଟମାଟୋ ଚାଷ କରୁଥିଲେ। ମାତ୍ର ବିକ୍ରିବଟା ସୁବିଧାନ ନଥିବାରୁ ମହିଳାମାନେ କ୍ଷତି ସହୁଥିଲେ। ଏବେ ସେ ସମସ୍ୟା ନାହିଁ। ବେପାରୀ ଆସି ବିଲ ମୁଣ୍ଡରୁ ଫୁଲ ନେଇଯାଉଛନ୍ତି।

ଘର କାର୍ଯ୍ୟ କରିବା ସହିତ ବଳକା ସମୟକୁ ଉପଯୋଗ କରି ପାଇଛନ୍ତି ସଫଳତା। ଫୁଲଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ଏହି ମହିଳା। ବେଶ ଦୁଇ ପଇସା ରୋଜଗାର କରୁଛନ୍ତି। ଘର ଚଳାଇବାରେ ସ୍ବାମୀଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଆଗକୁ ବଢୁଛନ୍ତି।

ନୟାଗଡ଼ରୁ ନବ କିଶୋର ମିଶ୍ରଙ୍କ ସହିତ ସୁନ୍ଦରଗଡ଼ରୁ ସୁଜିତ ସା, ନ୍ୟୁଜ୍ ୧୮ ଓଡ଼ିଆ
Published by:Lipina Das
First published: