ଲୁହା ଜାଲିରେ ଫସିଗଲା ମହିଳାଙ୍କ ଗୋଡ; ସ୍ଥାନୀୟ ଲୋକ କଲେ ଉଦ୍ଧାର

ଗଞ୍ଜାମ ଭଞ୍ଜନଗର ବସଷ୍ଟାଣ୍ଡର ଲୁହା ଜାଲିରେ ଫସିଯାଇଥିଲା ଜଣେ ମହିଳାଙ୍କ ଗୋଡ। ସ୍ଥାନୀୟ ଲୋକ କଲେ ସାହାଯ୍ୟ।

ଲୁହା ଜାଲିରେ ଫସିଗଲା ମହିଳାଙ୍କ ଗୋଡ

ଲୁହା ଜାଲିରେ ଫସିଗଲା ମହିଳାଙ୍କ ଗୋଡ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ମୁଖ୍ୟ ବସଷ୍ଟାଣ୍ଡରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି। ବର୍ଷା ଜଳ ନିଷ୍କାସନ ପାଇଁ ନିର୍ମାଣ ହୋଇଥିବା ଲୁହା ଜାଲିରେ ଜଣେ ମହିଳାଙ୍କ ଗୋଡ ଫସିଯାଇଥିବାର ଦେଖିବାକୁ ମିଳିଥିଲା।

ସ୍ଥାନୀୟ ଲୋକଙ୍କ ସହାୟତାରେ ୱେଲଡର ଆସି ଜାଲିକୁ କାଟିବା ପରେ ମହିଳାଙ୍କ ଗୋଡ ବାହାରିପାରିଥିଲା। ତେବେ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।

ଗତକାଲି ଭଞ୍ଜନଗର ବସ୍‌ଷ୍ଟାଣ୍ଡ ଭିତରେ ଥିବା ଡ୍ରେନ କଭର ଭିତରେ ଜଣେ ମହିଳାଙ୍କ ଗୋଡ଼ ପଶି ଯାଇଥିଲା। ମହିଳା ଜଣକ ଦେଢ଼ ଘଣ୍ଟା ଧରି ସେଠାରେ ଫସି ରହିଥିଲେ। ବହୁ ଚେଷ୍ଟା କରିବା ସତ୍ତ୍ୱେ କଭର ଭିତରୁ ଗୋଡ଼କୁ ବାହାର କରି ପାରିନଥିଲେ। ଶେଷରେ କଟର ମେସିନ ସାହାଯ୍ୟରେ ଲୁହାରଡକୁ କଟାଯିବା ପରେ ମହିଳା ଗୋଡ଼ ବାହିରିଥିଲା ।

ବସଷ୍ଟାଣ୍ଡ ଭିତରଦେଇ ଯାଇଥିବା ଡ୍ରେନକୁ କଭର କରିବା ପାଇଁ ଲୁହାପ୍ଳେଟ୍ ପକାଯାଇଥିଲା। ଭାରିଯାନ ଯାତାୟତ ହୋଇ ଅନେକ ପ୍ଳେଟ୍ ବର୍ତ୍ତମାନ ଦବିଯିବା ସହ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି। ଏନଏସି ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏ ନେଇ ଏନଏସି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।
Published by:Lipina Das
First published: