ନିଜେ ସୁରକ୍ଷିତ ନାହିଁ ପୋଲିସ! କାନ୍ଦି କାନ୍ଦି ରାସ୍ତାରେ ଚାଲିଲେ ମହିଳା ଏସ୍‌ଆଇ

ଜଣେ ମହିଳା ଏସ୍ଆଇଙ୍କୁ ଥାନା ଅଧିକାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଯାହା ପରେ ଏସ୍ଆଇ ଜଣଙ୍କ ରାସ୍ତାରେ କାନ୍ଦି କାନ୍ଦି ଯାଉଥିବା ଦେଖାଯାଇଛି।

ଭୁବନ ଥାନା

ଭୁବନ ଥାନା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନ: ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନ ଥାନାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ଏସ୍‌ଆଇଙ୍କୁ ଥାନା ଅଧିକାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଯାହା ପରେ ଏସ୍‌ଆଇ ଜଣଙ୍କ ରାସ୍ତାରେ କାନ୍ଦି କାନ୍ଦି ଯାଉଥିବା ଦେଖାଯାଇଛି।

ଅଭିଯୋଗକାରିଣୀ ମହିଳା ଏସ୍‌ଆଇ ସୁକାନ୍ତି କେରକେଟାଙ୍କ କହିବାନୁସାରେ, ଏକ କେସର ତଦନ୍ତ କରିବବାକୁ ଯିବା ପାଇଁ ଗାଡ଼ି ମାଗିବାରୁ ତାଙ୍କ ସହ ଦୁର୍ବ୍ୟବହାର ହୋଇଛି। ଥାନା ଅଧିକାରୀ ସୌଭାଗ୍ୟ ସ୍ୱାଇଁ ଗାଡି ନଦେଇ ଓଲଟି ସମସ୍ତଙ୍କ ସାମ୍ନାରେ ତାଙ୍କୁ ଗାଳି ଗୁଲଜ କରୁଛନ୍ତି। ଯାହା ମହିଳା SIଙ୍କୁ ଆଘାତ ଦେଇଛି।

ପରେ ଖବର ପାଇ ଏଏସ୍‌ଆଇ ଜୟଶ୍ରୀ ଗଡ଼ନାୟକ ଗାଡ଼ି ଧରି ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ଏକ ଅଟୋ ରିକ୍ସା ଠିକ କରିଦେଇଥିବାରୁ ଏସ୍‌ଆଇ ସୁକାନ୍ତି ସରକାରୀ ଗାଡ଼ିରେ ନଯାଇ ଅଟୋ ରିକ୍ସାରେ ଯାଇଥିଲେ।

ସୂଚନାଯୋଗ୍ୟ, ଜଣେ ଛାତ୍ରୀଙ୍କୁ ଟାଙ୍ଗେରିଆ ଗ୍ରାମର ଜଣେ ଯୁବକ ଅସଦାଚରଣ କରିବା ଅଭିଯୋଗ ହେବାପରେ ଭୁବନ ଥାନାରେ ମାମଲା ରୁଜୁ ହୋଇଥିଲା। ତଦନ୍ତକାରୀ ଅଧିକାରୀ ଭାବେ ‌ସେ ପୀଡ଼ିତା ଛାତ୍ରୀଙ୍କୁ ଥାନାକୁ ଡକାଇଥିଲେ। ହେଲେ ପରେ ଏଭଳି ଘଟଣା ଘଟିବାରୁ ସୁକାନ୍ତି କାନ୍ଦି କାନ୍ଦି ପୀଡ଼ିତା ଛାତ୍ରୀଙ୍କୁ ଧରି ସେଠାରୁ ଚାଲି ଯାଇଥିଲେ। ଏହି ଘଟଣା ସମ୍ପର୍କରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କୁ ଜଣାଇଥିବା ସେ କହିଛନ୍ତି। କିନ୍ତୁ ଏସବୁ ଘଟଣାକୁ ଅସ୍ୱୀକାର କରିଛନ୍ତି ସଂପୃକ୍ତ ଥାନାଧିକାରୀ ସୌଭାଗ୍ୟ ସ୍ୱାଇଁ।
Published by:Soumya Das
First published: