ସ୍ବାମୀକୁ ପାଇବା ପାଇଁ ନୂଆ ଟ୍ରେଣ୍ଡ୍ ; ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ସ୍ବାମୀଙ୍କୁ ପାଇବା ପାଇଁ ନୂଆ ଟ୍ରେଣ୍ଡ୍ ; ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ସ୍ବାମୀଙ୍କୁ ପାଇବା ପାଇଁ ନୂଆ ଟ୍ରେଣ୍ଡ୍ ; ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ବ୍ରହ୍ମପୁର : ବ୍ରହ୍ମପୁରର ( Berhampur ) ଦୀପିକା ଧାରଣ ଓ ତପସ୍ୱିନୀ ଘଟଣା ଏବେ ବି ସମାଧାନ ହୋଇପାରି ନାହିଁ । ଏପଟେ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଆଉ ନିଜ ହକ ପାଇଁ ପୁଣି ଜଣେ ଯୁବତୀ ନିଜ ପ୍ରେମିକର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମର ଜିଲ୍ଲାର ହିଞ୍ଜିଳି ଥାନା କୋଳିଦାଶପୁର ଗ୍ରାମରେ ।

କୋଳିଦାଶପୁର ଗ୍ରାମର ନବ ପ୍ରଧାନ ଓ କବିସୂର୍ଯ୍ୟନଗରର ସନ୍ଧ୍ୟାରାଣୀ ପ୍ରଧାନଙ୍କ ମଧ୍ଯରେ ପ୍ରଥମେ ପ୍ରେମ ପରେ ଫେରାର ପରେ ପରେ କୋର୍ଟ ବିବାହ ହୋଇଥିଲା । ଶେଷରେ ଧୋକା ଦେଇ ପ୍ରେମିକ ନବ ପ୍ରଧାନ ଫେରାର ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରେମିକା । ପ୍ରେମିକର ଫେରିବା ବାଟକୁ ଚାହିଁ ବସି ବିଫଳ ପରେ ପ୍ରେମିକା ଏବେ ପ୍ରେମିକର ଘର ସମ୍ମୁଖରେ ଧାରଣା ଦେବା ଆରମ୍ଭ କରିଦେଇଛନ୍ତି ।

ପ୍ରେମିକା ସନ୍ଧ୍ୟାରାଣି ପ୍ରଧାନ ଅଭିଯୋଗ କରି କହିଛନ୍ତି ଯେ, ‘ମୁଁ ଯେତେବେଳେ କଲେଜରେ ପଢୁଥିଲି ତାଙ୍କ ସହ ସମ୍ପର୍କ ଆରମ୍ଭ ହୋଇଥିଲେ । ସେଇଠୁ ତାଙ୍କ ସହ ମୋର କଥା ବାର୍ତ୍ତା ଓ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲେ । ପରେ ସେ ବିବାହ ନକରି ରହିପାରିବେନି ବୋଲି କହିଥିଲେ । ପରେ ବିବାହ କରି ଓ କୋର୍ଟ ମ୍ୟାରେଜ୍‌ ମଧ୍ୟ କରିଥିଲେ । ଏବେ ସେ ଫେରାର ଅଛନ୍ତି । ମୋ ଶାଶୂ ଓ ଶ୍ବଶୁର ଷଡ଼ଯନ୍ତ୍ର କରି ମୋ ସ୍ବାମୀଙ୍କୁ ମୋ ଠାରୁ ଦୂରେଇ ଦେଇଛନ୍ତି । ମୁଁ ମୋ ଅଧିକାର ପାଇଁ ଲଢୁଛି, ମୁଁ ଲୋକ ଳଜ୍ୟକୁ ଡରିନି । ଯେଉଁଦିନ ପର୍ଯ୍ୟନ୍ତ ମୋ ସ୍ବାମୀ ମୋ ପାଖକୁ ଫେରି ନାହଁନ୍ତି ସେହିଦିନ ପର୍ଯ୍ୟନ୍ତ ଧାରଣା ଦେବି । ମତେ ନ୍ୟାୟ ମିଳିବା ଦରକାର ।’

ସେପଟେ ଏହି ଘଟଣା ଏବେ ପୁଣି ସାରା ଅଞ୍ଚ ଳରେ ଆଲୋଚନାର ବିଷୟ ହୋଇଥିବା ବେଳେ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ବରିଷ୍ଠ ନାଗରିକ ମାନେ । ବିଶେଷକରି ଗଞ୍ଜାମ ଜିଲ୍ଲାରେ ଏହି ଭଳି ଘଟଣା କ୍ରମାଗତ ଭାବେ ଘଟୁଥିବା ବେଳେ ଏହାର ଏକ ସ୍ତାୟୀ ସମାଧାନ କରାଯିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ନବ ପ୍ରଧାନଙ୍କର ପରିବାର ସଦସ୍ଯ ନା ପୋଲିସ ପ୍ରଶାସନ କିଏ ବି କିଛି ମତାମତ ଦେବା ପାଇଁ ମନା କରିଛନ୍ତି ।

( ରିପୋର୍ଟ - ଅଜିତ୍‌ ଦାସ )

ପଢନ୍ତୁ ଏହି ଖବର : Amazonରେ ଆସୁଛି ବଡ଼ ଅଫର୍‌; ସ୍ମାର୍ଟଫୋନ୍ ଓ ଅନ୍ୟାନ୍ୟ ଜିନିଷରେ ମିଳିବ ୭୫% ପର୍ଯ୍ୟନ୍ତ ରିହାତି !
Published by:Sujit Swain
First published: