ସୌମ୍ୟଙ୍କ ମୃତ୍ୟୁ: ବିନା ଡାକରାରେ ତଦନ୍ତରେ ସାମିଲ ହୋଇ ସନ୍ଦେହ ଘେରରେ ମହିଳା ପୋଲିସ ଅଧିକାରୀ

ନିକଟସ୍ଥ ଏକ ଥାନାର ଅଧିକାରୀ ଥିବା ମମତାରାଣୀ ପଣ୍ଡା ସୌମ୍ୟଙ୍କ ମୃତ୍ୟୁର ତଦନ୍ତରେ ନିଜେ ନିଜେ ସାମିଲ ହୋଇଥିଲେ । ସେ ସୌମ୍ୟଙ୍କ ପତ୍ନୀଙ୍କ ଭାଉଜ ହୋଇଥିବାରୁ ତାଙ୍କ ଭୂମିକାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି ।

ସୌମ୍ୟଙ୍କ ମୃତ୍ୟୁ: ବିନା ଡାକରାରେ ତଦନ୍ତରେ ସାମିଲ ହୋଇ ସନ୍ଦେହ ଘେରରେ ମହିଳା ପୋଲିସ ଅଧିକାରୀ
ତଦନ୍ତରେ ସାହାଯ୍ୟ କରୁଛନ୍ତି ମମତା ରାଣୀ ପଣ୍ଡା (ଡାହାଣ)।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ପାରଳାଖେମୁଣ୍ଡି ଏ.ସି.ଏଫ୍‌. ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁଣି ନୁଆ ଖୁଲାସା ହୋଇଛି । ସୌମ୍ୟଙ୍କ ମୃତ୍ୟୁ ପାଇଁ ପୂର୍ବରୁ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରା ଓ ରୋଷେଇଆ ମନ୍ମଥ କୁମ୍ଭଙ୍କୁ ଦାୟୀ କରାଯାଉଥିବା ବେଳେ ଏବେ ଏହି ତାଲିକାରେ ଚତୁର୍ଥ ବ୍ୟକ୍ତିଙ୍କ ନାଁ ଯୋଡ଼ି ହୋଇଯାଇଛି । ସେ ହେଉଛନ୍ତି ବିଦ୍ୟାଭାରତୀଙ୍କ ସମ୍ପର୍କୀୟା ଭାଉଜ ତଥା ଗୁରାଣ୍ଡି ଥାନା ଅଧିକାରୀ ମମତାରାଣୀ ପଣ୍ଡା ।

ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କ ଅଭିଯୋଗ ମୁତାବକ ଘଟଣାଟି ପାରଳାଖେମୁଣ୍ଡି ଥାନା ଅଞ୍ଚଳରେ ଘଟିଥିବା ବେଳେ ଗୁରାଣ୍ଡି ଥାନାଧିକାରୀ ତଥା ବିଦ୍ୟାଭାରତୀଙ୍କ ଭାଉଜ ମମତା ଘଟଣା ସ୍ଥଳରେ ପହଞ୍ଚି ପୂରା ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିଥିଲେ । ଏପରିକି ଆହତ ସୌମ୍ୟରଞ୍ଜନଙ୍କୁ ନିକଟସ୍ଥ ଏମ୍‌.କେ.ସି.ଜି. ହସ୍ପିଟାଲରେ ଭର୍ତ୍ତି କରାଇବା ପରିବର୍ତ୍ତେ ତାଙ୍କୁ କଟକ ପଠାଇବା ପାଇଁ ହୋଇଥିବା ଯୋଜନାରେ ମମତା ସାମିଲ ଥିଲେ । ମମତା ହିଁ ସୌମ୍ୟରଞ୍ଜନଙ୍କୁ ନେଇ ହସ୍ପିଟାଲ୍‌ ଯାଉଥିବା ଆମ୍ବୁଲାନ୍ସକୁ ପ୍ରାୟ ଅଧ ଘଣ୍ଟା କାଳ ଫରେଷ୍ଟ ଗେଟ୍ ଛକରେ ଅଟକାଇ ରଖିଥିଲେ ବୋଲି ତଥ୍ୟ ସାମନାକୁ ଆସିଛି।

ଏହା ବି ପଢ଼ନ୍ତୁ | ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରାଗଲା; ଅଶ୍ଳୀଳ ଫିଲ୍ମ ବନାଉଥିବା ଅଭିଯୋଗ ଥିଲା

ସୋମବାର ଦିନ ସୌମ୍ୟରଞ୍ଜନଙ୍କ ବାପା କଟକ ସ୍ଥିତ ପୋଲିସ ମୁଖ୍ୟାଳୟକୁ ଆସି ଡିଜିପି ଅଭୟଙ୍କୁ ଭେଟିବା ସହ ଦେଇଥିବା ଏକ ଦାବି ପତ୍ରରେ ଗୁରାଣ୍ଡି ଥାନା ଅଧିକାରୀ ମମତାରାଣୀ ପଣ୍ଡାଙ୍କୁ ମଧ୍ୟ ତଦନ୍ତ ପରିସରଭୃକ୍ତ କରିବାକୁ ଅନୁରୋଧ କରିଛନ୍ତି । ଏହା ସହ ସବୁ ଅଭିଯୁକ୍ତଙ୍କ ଲାଇ ଡିକ୍ଟେସନ୍ ଟେଷ୍ଟ କରିବା ଓ ସେମାନଙ୍କର ମୋବାଇଲ୍‌ ଫୋନ୍‌ ଓ କଲ୍ ଡିଟେଲ୍ ଯାଞ୍ଚ କରିବା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି ।

ଡିଜିପି ଅଭୟଙ୍କୁ ଦେଖା କରିବା ପରେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର


‘‘ମମତାରାଣୀ ମୋ’ ବୋହୁର ଭାଉଜ । ସେ ହିଁ ସେଦିନ ଉପସ୍ଥିତ ରହିଥିଲେ । ମୋ’ର ସନ୍ଦେହ ହେଉଛି ଯେ ପ୍ରମାଣ ନଷ୍ଟ କରିବାରେ ମମତାରାଣୀଙ୍କ ହାତ ରହିଛି । ଆମେ ଡିଜିପିଙ୍କୁ ଭେଟିଲୁ । ତାଙ୍କ ପାଖରେ କ୍ରାଇମ୍‌ ବାଞ୍ଚ୍‌ ଏସ୍‌.ପି. ମଧ୍ୟ ଥିଲେ । ମୋ’ କଥା ଶୁଣିବା ପରେ ଡିଜିପି କହିଲେ ଯେ କ୍ରାଇମ୍‌ ବ୍ରାଞ୍ଚ୍‌ ଏହି ଘଟଣାକୁ ମନିଟର୍ କରୁଛି । ତେଣୁ ମୁଁ ଆଶା କରୁଛି ମୋ’ ପୁଅର ହତ୍ୟାକାରୀମାନେ ଧରା ପଡ଼ିବେ,’’ ଡିଜିପିଙ୍କୁ ଭେଟିବା ପରେ କହିଛନ୍ତି ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ।

ଏହା ବି ପଢ଼ନ୍ତୁ | ୨ରୁ ୬ ବର୍ଷର ପିଲାଙ୍କ ପାଇଁ କରୋନା ଟିକା ପରୀକ୍ଷଣ ଚାଲିଛି; ଆସନ୍ତା ସପ୍ତାହରେ ଦ୍ୱିତୀୟ ଡୋଜ୍ ଦିଆଯିବ

ଘଟଣା ଦିନ ଗୁରାଣ୍ଡି ଥାନା ଅଧିକାରୀ ମମତାରାଣୀ ପଣ୍ଡା ପ୍ରଥମେ ସୌମ୍ୟରଞ୍ଜନ ଭର୍ତ୍ତି ହୋଇଥିବା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ସେଠାରେ ବିଦ୍ୟାଭାରତୀଙ୍କ ସହିତ ସେ କିଛି କଥା ହେଉଥିବା ମଧ୍ୟ ଦେଖା ଯାଇଥିଲା । ଏହା ପରେ ମମତାରାଣୀ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ସହ ସୌମ୍ୟରଞ୍ଜନଙ୍କ କ୍ବାର୍ଟରରେ ପହଞ୍ଚି ସେଠାରୁ ନିଜେ ପ୍ରମାଣ ମଧ୍ୟ ସଂଗ୍ରହ କରିଥିଲେ ।

ଏହା ବି ପଢ଼ନ୍ତୁ | କରୋନାର ‘ବ୍ରେକଥ୍ରୁ ଇନ୍‌ଫେକ୍ସନ୍’ ସମୟରେ ଲୋକଙ୍କଠାରେ ଏହି ସବୁ ଲକ୍ଷଣ ଦେଖାଯାଉଛି

ବଡ଼ କଥା ହେଲା ମମତାରାଣୀ ପଣ୍ଡାଙ୍କୁ ଏହି ମାମଲାରେ ସହଯୋଗ ପାଇଁ ପୋଲିସ ପକ୍ଷରୁ କୁହାଯାଇ ନ ଥିଲା । ସେ ନିଜ ଆଡୁ ଏହି ମମଲାରେ ହସ୍ତକ୍ଷେପ କରିଥିଲେ । ଏହାକୁ ସ୍ବୀକାର କର୍ଛନ୍ତି ପାରଳାଖେମୁଣ୍ଡି ଏସ୍‌.ଡି.ପି.ଓ. ରାମକୃଷ୍ଣ ପତି । ଏହି ଅଭିଯୋଗ ବିଷୟରେ ନ୍ୟୁଜ୧୮ ଓଡ଼ିଆ ଡ଼ିଜିଟାଲ୍‌ ପକ୍ଷରୁ ଗୁରାଡ଼ି ଥାନା ଅଧିକାରୀ ମମତାରାଣୀ ପଣ୍ଡାଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ ।

ଏହା ବି ପଢ଼ନ୍ତୁ | ଟାଲିବାନ୍ ଆକ୍ରମଣରେ ପ୍ରାଣ ହରେଇଲେ ପୁରସ୍କାର-ପ୍ରାପ୍ତ ଭାରତୀୟ ଫଟୋ-ସାମ୍ବାଦିକ ଦାନିଶ ସିଦ୍ଦିକି

‘‘ମମତା ତାଙ୍କ ନିଜ କାମରେ ସେଦିନ ହସ୍ପିଟାଲ ଆସିଥିଲେ । ଯେହେତୁ ସେ ଜଣେ ଓ.ଆଇ.ସି., ସେ ଆମକୁ ସାହାଯ୍ୟ କରିଥିଲେ,’’ କହିଛନ୍ତି ପାରଳାଖେମୁଣ୍ଡି ଏସ୍‌.ଡି.ପି.ଓ. ରାମକୃଷ୍ଣ ପତି । ତାଙ୍କ କଥାରୁ ସ୍ପଷ୍ଟ ହୋଇଛି ଯେ ମମତାରାଣୀ ବିଦ୍ୟାଭରତୀଙ୍କ ସମ୍ପର୍କୀୟ ହୋଇଥିବା କଥା ପୋଲିସକୁ ଜଣା ଥିଲେ ବି ତାଙ୍କୁ ତଦନ୍ତରେ ସାମିଲ କରାଯାଇଥିଲା । ହେଲେ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ବା ନଣଦଙ୍କୁ ଶାନ୍ତ୍ୱନା ଦେବା ପାଇଁ ମମତା ହସ୍ପିଟାଲ ଆସିଥିଲେ ଓ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ହସପିଟାଲକୁ ଆସିଥିଲେ ବି ସେ ପୋଲିସ ୟୁନିଫର୍ମରେ ଥିବାରୁ ତାଙ୍କୁ ନେଇ ସନ୍ଦେହ ଘନୀଭୂତ ହୋଇଛି ।

ଏହା ବି ପଢ଼ନ୍ତୁ | ୧୭ ବର୍ଷୀୟ ଯୁବକର ପାଟି ଭିତରେ ୮୨ଟି ଅଧିକ ଦାନ୍ତ! ଅପରେସନ୍ କରି ବାହାର କଲେ ଡାକ୍ତରମାନେ

କୁହାଯାଉଛି ଯେ ନଣଦଙ୍କ ପ୍ରତି ଆସନ୍ନ ବିପଦର (ଅର୍ଥାତ ପୋଲିସ ତଦନ୍ତର ଚାପ) ପୂର୍ବାଭାସ ପାଇଥିଲେ ମମତାରାଣୀ ଓ ଘରର ଚାବି ପୋଲିସ ନିଜ ପାଖରେ ନ ରଖି ବିଦ୍ୟାଭାରତୀଙ୍କୁ ଦେବା ଆଇଡିଆ ବି ତାଙ୍କର ଥିଲା । ସାଇଣ୍ଟିଫିକ ଟିମର ସହାୟତାର ଆବଶ୍ୟକତା ନାହିଁ ବୋଲି ନିଜ ଉଚ୍ଚ ଅଧିକାରୀଙ୍କୁ ବି ମମତାରାଣୀ ବୁଝାଇଥିଲେ ବୋଲି କୁହାଯାଉଛି ।



ଜଣେ ଯୁବ ବନ ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ପାରଳାଖେମୁଣ୍ଡି ପୋଲିସ ଆରମ୍ଭରୁ ଅନେକ ଭୁଲ୍‌ କରି ନିନ୍ଦିତ ହୋଇଛି । ଏବେ ଏହି ମାମଲାରେ ବିଦ୍ୟାଭାରତୀଙ୍କ ଭାଉଜ ତଥା ଗୁରାଡ଼ି ଥାନା ଅଧିକାରୀ ମମତାରାଣୀ ପଣ୍ଡାଙ୍କ ସହଯୋଗ ନେଇଥିବା ପାରଳାଖେମୁଣ୍ଡି ପୋଲିସ ପାଇଁ ଏବେ ଅଡୁଆ ବଢି଼ଥିବା ଅନୁମାନ କରାଯାଉଛି ।
Published by: Anand ST Das
First published: July 19, 2021, 11:50 PM IST