News18 Odia Digital
ଭୁବନେଶ୍ୱର: ସାଇବର୍ ଲୁଟର ଶିକାର ହୋଇଛନ୍ତି କୋଭିଡ଼ ଯୋଦ୍ଧା ମହିଳା କନଷ୍ଟେବଳ ଗୀତାଞ୍ଜଳି ନାୟକ l ସାଇବର ଠକେଇ ନେଇ ସେ ଭୁବନେଶ୍ଵର ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି l କିନ୍ତୁ ପୋଲିସ କେବଳ FIR ରୁଜୁ କରି ଚୁପ୍ ବସି ପଡ଼ିଛି l
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଟ୍ରେଜେରି ଶାଖାରେ ଥିବା ଗୀତାଞ୍ଜଳିଙ୍କ ଆକାଉଣ୍ଟରେ ଥିଲା ୨ ଲକ୍ଷ ୨୭ ହଜାର ଟଙ୍କା l ଘର ତିଆରି ପାଇଁ ମେ ୧୨ ତାରିଖରେ କିଛି ଟଙ୍କା ଉଠାଇବାକୁ ସେ ଏଟିଏମକୁ ଯାଇଥିଲେ l ଆକାଉଣ୍ଟରୁ ୩୫ ହଜାର ଟଙ୍କା ଗାଏବ ହୋଇଥିବା ଦେଖି ତାଙ୍କ ମୁଣ୍ଡ କାମ କରି ନ ଥିଲା l ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ଏଟିଏମରୁ ଟଙ୍କା କିଭଳି ଗାଏବ ହେଲା ତାହା ଜାଣିବା ସହ ଆଉ କିଛି ଟଙ୍କା ଉଠାଇବାକୁ ଚେଷ୍ଟା କରିଥିଲେ ଗୀତାଞ୍ଜଳି l କିନ୍ତୁ ଏଟିଏମରୁ ଟଙ୍କା ଉଠି ନ ଥିଲା। I
୧୫ ତାରିଖରେ ବ୍ୟାଙ୍କକୁ ଯାଇ ସେ ସୂଚନା ଦେବା ପରେ ତାଙ୍କ ଏଟିଏମଟି କାର୍ଡ଼କୁ ବ୍ୟାଙ୍କ କର୍ତ୍ତୃପକ୍ଷ ରିଆକ୍ଟିଭେଟ୍ କରିଦେଇଥିଲେ l ହେଲେ ଏଟିମ କାର୍ଡ଼ ରିଆକ୍ଟିଭେଟ୍ ହେବାର ୫ ଦିନ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ଧୀରେ ଧୀରେ ପେଟିଏମ ମାଧ୍ୟମରେ ବାକି ୧ ଲକ୍ଷ ୬୫ ହଜାର ଟଙ୍କା ଗାଏବ କରିଦିଆଗଲା ବୋଲି ସେ ଅଭିଯୋଗ କରିଛନ୍ତି l
‘‘ପାଞ୍ଚ ଦିନ ଭିତରେ ପେଟିଏମରୁ ୪ ହଜାର ଲେଖାଏଁ କରି ୧ ଲକ୍ଷ ୬୫ ହଜାର ଟଙ୍କା ୱ୍ୱିଡ୍ର କରିନେଲେ, କିନ୍ତୁ ମୋ’ ମୋବାଇଲକୁ ଗୋଟିଏ ହେଲେ ମେସେଜ ଆସିଲା ନାହିଁ l ମେସେଜ ଆସିଥିଲେ ମୁଁ ଆଲର୍ଟ ହୋଇଥାନ୍ତି l ତେଣୁ ଏଥିରୁ ମୋ’ର ସନ୍ଦେହ ହେଉଛି ଯେ ଏହି ଲୁଟ୍ ପଛରେ ବ୍ୟାଙ୍କ କର୍ମଚାରୀଙ୍କ ହାତ ରହିଛି,’’ କହିଛନ୍ତି ଗୀତାଞ୍ଜଳି ।

ଏମିତି ଗୀତାଞ୍ଜଳିଙ୍କ ଆକାଉଣ୍ଟରୁ ଗାୟବ ହୋଇଥିଲା ଟଙ୍କା
ଗୀତାଞ୍ଜଳିଙ୍କର ପେଟିଏମ, ଗୁଗୁଲ ପେ ଓ ଫୋନ ପେ ଆକାଉଣ୍ଟ ନାହିଁ l କିନ୍ତୁ ପେଟିଏମ ମାଧ୍ୟମରେ ଟଙ୍କା ଗାଏବ କରି ଦିଆଯାଇଛି l ସାଇବର ଠକେଇ ହୋଇଥିବା ଜାଣିବା ପରେ ସେ ମେ ୧୯ ତାରିଖରେ ହିଁ ଏୟାର ଫିଲ୍ଡ ଥାନାରେ ରିପୋର୍ଟ ଦେଲେ l ହେଲେ ୩ ଦିନ ପରେ ପୋଲିସ ରୁଜୁ କଲା ଏଫଆଇଆର୍ l କେବଳ ଏଫଆଇଆର ରୁଜୁ କରି କାମ ସାରିଦେଲା ପୋଲିସ l
ଗୀତାଞ୍ଜଳିଙ୍କ ସ୍ଵାମୀ ମନୋଜ ନାଥ କହିଛନ୍ତି, ‘‘ଆକାଉଣ୍ଟରୁ ଟଙ୍କା ଗାଏବ ହେବା ପରେ ବ୍ୟାଙ୍କରେ ଅଭିଯୋଗ କରିଛୁ l କିନ୍ତୁ ବ୍ୟାଙ୍କରୁ ମଧ୍ଯ ଆମକୁ ନିରାଶ ହେବାକୁ ପଡ଼ିଛି l ଅନୁସନ୍ଧାନ ଚାଲିଛି ବୋଲି କହି ବ୍ୟାଙ୍କ କର୍ମଚାରୀ ଆମକୁ ଭୁଆଁ ବୁଲାଉଛନ୍ତି ।’’
ଆଇଟି ବିଶେଷଜ୍ଞ ପ୍ରଶାନ୍ତ ସାହୁ ସହିଛନ୍ତି ଯେ ଏ ଭଳି ସାଇବର ଚିଟିଂକୁ ଗୁରୁତର ସହ ନେଇ ପୋଲିସ ତୁରନ୍ତ ଯାଞ୍ଚ କରିବା କଥା l ‘‘ତଦନ୍ତରେ ବିଳମ୍ବ ହେଲେ ଅଭିଯୁକ୍ତକୁ ଧରିବା ଓ ଅଭିଯୁକ୍ତ ଠାରୁ ଟଙ୍କା ଅସୁଲ କରିବାରେ କଷ୍ଟକର ହୋଇପଡ଼ିବ,’’ ସେ କହିଛନ୍ତି ।
ଜଣେ ପୋଲିସ କର୍ମଚାରୀ ହୋଇ ବି ଥାନାରୁ ନ୍ୟାୟ ନ ପାଇ ନିରାଶ ହୋଇଛନ୍ତି ଗୀତାଞ୍ଜଳି l ସେ ଏବେ କ୍ରାଇମ୍ ବ୍ରାଞ୍ଚର ସାଇବର ଥାନାରେ ଅଭିଯୋଗ କରିଛନ୍ତି l
ଏସବିଆଇ ଟ୍ରେଜେରି ଶାଖାର ଏଜିଏମ ସୌରଭ ରଥ କହିଛନ୍ତି, ‘‘ଗୀତାଞ୍ଜଳିଙ୍କ ଅଭିଯୋଗର ତଦନ୍ତ ଚାଲିଛି । ପେଟିଏମ ବେନିଫିସିଆରିକୁ ଚିଠି କରାଯାଇଛି ।’’
ସନ୍ଦେହ କରାଯାଉଛି ଯେ ଏକାଉଣ୍ଟରୁ ଟଙ୍କା ଗାଏବ ହେବା ପଛରେ ବ୍ୟାଙ୍କ କର୍ମଚାରୀଙ୍କ ହାତ ରହିଛି କି? ଭୁବନେଶ୍ୱରରେ ଆକାଉଣ୍ଟ ଥିବାବେଳେ ନୋଏଡାରୁ କେମିତି ଟଙ୍କା ଉଠାଗଲା? ଜଣେ ପୋଲିସ କର୍ମଚାରୀ ଲୁଟର ଶିକାର ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ତଦନ୍ତ ନ କରି କାହିଁକି ଚୁପ ବସିଛି ପୋଲିସ? ଯେଉଁଠି ଜଣେ ପୋଲିସ କର୍ମୀଙ୍କୁ ପୋଲିସ୍ ଠାରୁ ନ୍ୟାୟ ମିଳୁନି ସେଠି ସାଧାରଣ ଲୋକ କି ପ୍ରକାର ନ୍ୟାୟ ପାଉଥିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି l
ଏହା ବି ପଢ଼ନ୍ତୁ: ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେକାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତିଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।