• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ହତ୍ୟା ନା ଆତ୍ମହତ୍ୟା? ମହିଳା ପଞ୍ଚାୟତ ଅଧିକାରୀଙ୍କ ମୃତ ଦେହ ମିଳିଲା ସରପଞ୍ଚଙ୍କ ବ୍ୟକ୍ତିଗତ ଗେଷ୍ଟହାଉସ୍‌ରେ

ହତ୍ୟା ନା ଆତ୍ମହତ୍ୟା? ମହିଳା ପଞ୍ଚାୟତ ଅଧିକାରୀଙ୍କ ମୃତ ଦେହ ମିଳିଲା ସରପଞ୍ଚଙ୍କ ବ୍ୟକ୍ତିଗତ ଗେଷ୍ଟହାଉସ୍‌ରେ

ସରପଞ୍ଚଙ୍କ ସ୍ବାମୀ ଏହି ମୃତୃକୁ ଆତ୍ମହତ୍ୟା ବୋଲି ଦର୍ଶାଉଥିବା ବେଳେ ମୃତ ମହିଳାଙ୍କ ସ୍ବାମୀ ଏହାକୁ ହତ୍ୟା ସନ୍ଦେହ କରୁଛନ୍ତି

ସରପଞ୍ଚଙ୍କ ସ୍ବାମୀ ଏହି ମୃତୃକୁ ଆତ୍ମହତ୍ୟା ବୋଲି ଦର୍ଶାଉଥିବା ବେଳେ ମୃତ ମହିଳାଙ୍କ ସ୍ବାମୀ ଏହାକୁ ହତ୍ୟା ସନ୍ଦେହ କରୁଛନ୍ତି

ସରପଞ୍ଚଙ୍କ ସ୍ବାମୀ ଏହି ମୃତୃକୁ ଆତ୍ମହତ୍ୟା ବୋଲି ଦର୍ଶାଉଥିବା ବେଳେ ମୃତ ମହିଳାଙ୍କ ସ୍ବାମୀ ଏହାକୁ ହତ୍ୟା ସନ୍ଦେହ କରୁଛନ୍ତି

  • Share this:
ଯାଜପୁର: ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କର ସରପଞ୍ଚଙ୍କ ବ୍ୟକ୍ତିଗତ ଅଫିସ ଗେଷ୍ଟହାଉସ୍‌ରେ ଆତ୍ମହତ୍ୟା କରିବା ଘଟଣା ରହସ୍ୟମୟ ହୋଇପଡ଼ିଛି । ଯାଜପୁର ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ତଥା ଭିଏଲଡବ୍ଲ୍ୟୁ (VLW) ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ଏବେ ଜାରି ରହିଛି ସସ୍ପେନ୍ସ୍‌ ।

ସରପଞ୍ଚଙ୍କ ସ୍ବାମୀ ଏବଂ ତାଙ୍କର କିଛି ବନ୍ଧୁଙ୍କ ଉପସ୍ଥିତରେ ଏପରି ଘଟଣା ଘଟିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ସରପଞ୍ଚଙ୍କ ସ୍ବାମୀ ଏହାକୁ ଆତ୍ମହତ୍ୟା ବୋଲି ଦର୍ଶାଉଥିବା ବେଳେ ଭିଏଲଡବ୍ଲ୍ୟୁଙ୍କ ସ୍ବାମୀ ଏହାକୁ ହତ୍ୟା ବୋଲି ସନ୍ଦେହ କରୁଛନ୍ତି । ସେପଟେ ଭିଏଲଡବ୍ଲ୍ୟୁ ଆସୋସିଏସନ୍ ମଧ୍ୟ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛି । ହେଡକ୍ବାର୍ଟର୍ ମେଡିକାଲରେ ଶବ ବ୍ୟବଚ୍ଛେଦ କରାଇବା ସହ ସାଇଣ୍ଟିଫିକ୍ ଟିମ ସହାୟତାରେ ଘଟଣାର ଅନୁସନ୍ଧାନ ଜାରି ରଖିଛି ପୋଲିସ୍ ।

ଅକ୍‌ଟୋବର ୧୬ ଅପରାହ୍ନରେ ହରିଦାସପୁର ସରପଞ୍ଚଙ୍କ ଅଫିସ୍ କମ୍ ଗେଷ୍ଟହାଉସ୍‌ରେ ଘଟିଲା ଏଭଳି ଅଭାବନୀୟ ଘଟଣା । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ଦ୍ବାରା ପଞ୍ଚାୟତରେ ଭତ୍ତା ବଣ୍ଟା ଯାଉଥିଲା । ଏହି କାର୍ଯ୍ୟରେ ଉପସ୍ଥିତ ଥିଲେ ସରପଞ୍ଚଙ୍କ ସ୍ବାମୀ ରୂପେସ୍ ଭଦ୍ର ଓ ତାଙ୍କର କେତେକ ସହକର୍ମୀ । ରୂପେସ୍ ଜଣେ ଜଣାଶୁଣା ରେଳବାଇ ଠିକାଦାର ।

ଭତ୍ତା ବଣ୍ଟନ ଶେଷ ହେବାପରେ ସ୍ମିତାରାଣୀଙ୍କୁ ସେମାନେ ଲଞ୍ଚ୍ କରିବାକୁ ଗେଷ୍ଟହାଉସକୁ ନିମନ୍ତ୍ରଣ କରିଥିଲେ । ସେଠାରେ ସ୍ମିତାରାଣୀ ଦ୍ବିତୀୟ ମହଲାରେ ଥିବା ବାଥରୁମ୍‌କୁ ଯିବାକୁ କହି  କୋଠରୀରୁ ନ ବାହାରିବାରୁ ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କର କିଛି ବନ୍ଧୁ ଏ ନେଇ ସନ୍ଦେହ କରିଥିଲେ । ଶେଷରେ କବାଟ ତାଡି଼ ସେମାନେ ସ୍ମିତାରାଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ ।

 

ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ସ୍ମିତାରାଣିଙ୍କ ସ୍ବାମୀ ସୁଶିଲ କୁମାର ବିଶ୍ବାଳ । ସୁଶିଲ ଅଭିଯୋଗ କରିଛନ୍ତି ଯେ ସ୍ମିତା କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ । ତାଙ୍କୁ ବିଭିନ୍ନ ଅନିୟିତତ କାମ ପାଇଁ ମାନସିକ ଚାପ ଦିଆଯାଉଥିଲା । ଯଦି ଆତ୍ମହତ୍ୟା କରିଛନ୍ତି ତା ହେଲେ ଏହା ହିଁ କାରଣ ବୋଲି ତାଙ୍କ ସ୍ବାମୀ କହିଛନ୍ତି । ସ୍ମିତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି ବୋଲି କହି ଏଇ ମୃତୃ ଆତ୍ମହତ୍ୟା ନୁହେଁ ବୋଲି ସେ କହିଛନ୍ତି।

ସରପଞ୍ଚଙ୍କ ଅଫିସ୍ ଗେଷ୍ଟହାଉସ୍‌ରୁ ଝୁଲନ୍ତା ଅବସ୍ଥାରେ ସ୍ମିତାରାଣୀଙ୍କ ମୃତଦେହ ଉଦ୍ଧାର ହେବା ଏବଂ ଏହାକୁ ଆତ୍ମହତ୍ୟା ବୋଲି କୁହାଯିବାକୁ ନେଇ ବିଶ୍ବାସ କରିପାରୁନାହାନ୍ତି ସ୍ମିତାରାଣୀଙ୍କ ସ୍ବାମୀ । ସେପଟେ ବ୍ଲକ୍ ଭିଏଲଡବ୍ଲ୍ୟ ଆସୋସିଏସନର କର୍ମକର୍ତ୍ତା ଓ ସଦସ୍ୟ ମଧ୍ୟ ଏହି ରହସ୍ୟମୟ ମୃତ୍ୟୁ ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛି ଭିଏଲଡବଲ୍ୟୁ ଆସୋସିଏସନ୍ ।

ସ୍ମିତାରାଣୀଙ୍କ ବାପା ସେଠାରେ ଅନ୍ୟ କେତେକ ଲୋକ ଥିବା ସମୟରେ ସ୍ମିତାରାଣି କିଭଳି ଆତ୍ମହତ୍ୟା କଲେ ଏବଂ ଅନ୍ୟମାନେ କିଭଳି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ସ୍ମିତାରାଣିଙ୍କ ଶବକୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଛି । ସେପଟେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ୍ ମଧ୍ୟ ଘଟଣାର ଅନୁସନ୍ଧାନ ଜାରି ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ତଦନ୍ତ ପ୍ରକ୍ରିୟାକୁ ଆଧାର କରି ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି ଯାଜପୁର ରୋଡ ଏସଡିପିଓ କେଦାରନାଥ ସାହୁ ।
First published: