ଭୁବନେଶ୍ୱରର ଜଣେ ପୋଲିସ ଅଫିସରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଯୁବତୀ

ଅଭିଯୋଗ ଅନୁଯାୟୀ ସୋସିଆଲ ମିଡିଆରୁ ଯୁବତୀଙ୍କ ସହ ଏସ୍.ଆଇ. ରାକେଶ ସାମଲଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟଙ୍କ ପରିବାର ସେମାନଙ୍କ ବାହାଘର ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ଏହା ଭିତରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ ।

ଭୁବନେଶ୍ୱରର ଜଣେ ପୋଲିସ ଅଫିସରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଯୁବତୀ
ଅତିରିକ୍ତ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିବା ପରେ ଆସୁଛନ୍ତି ପୀଡ଼ିତା (ଡାହାଣ) ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପୁଣି ଖାକିରେ କଳଙ୍କର ଛିଟା ପଡ଼ିଛି । ପୋଲିସ ବାବୁଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ । ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କୁ ଗର୍ଭବତୀ କରିଥିବାର ଅଭିଯୋଗ ହୋଇଛି । କ୍ୟାପିଟାଲ ଥାନାରେ କାର୍ଯ୍ୟରତ ଏସ୍‌.ଆଇ. ରାକେଶ ସାମଲଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ l

ନ୍ୟାୟ ପାଇଁ ଯୁବତୀ ଜଣକ ଅତିରିକ୍ତ ପୋଲିସ କମିଶନରଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ସୋସିଆଲ ମିଡିଆରୁ ଯୁବତୀଙ୍କ ସହ ଏସ୍‌.ଆଇ. ରାକେଶ ସାମଲଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟଙ୍କ ପରିବାର ସେମାନଙ୍କ ବାହାଘର ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ଏହା ଭିତରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ । ଏହା ଜାଣିବା ପରେ ଏସଆଇ ରାକେଶ ଜୋରଜବରଦସ୍ତ ତାଙ୍କର ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି ।

‘‘କ୍ୟାପିଟାଲ୍‌ ଥାନାର ପୋଲିସ୍‌ ଏସ୍‌.ଆଇ. ରାକେଶ ସାମଲଙ୍କ ନାଆଁରେ ମୁଁ ଅଭିଯୋଗ ଆଣିଛି । ସେ ମୋତେ ମ୍ୟାରେଜ୍‌ କରିବ ବୋଲି କହି ଗୋଟେ ଗାଡ଼ି କିଣିଦେବ ବୋଲି କହି ମୋ’ ଠାରୁ ପାଞ୍ଚ ଲକ୍ଷ ଟଙ୍କା ନେଇଛି । ବର୍ତ୍ତମାନ ମୁଁ ନ୍ୟାୟ ଚାହୁଁଛି । ସେ ଥାନାକୁ ଆସିକି ଏତେ ଲେଖା ପଢ଼ା ପରେ ବି ସେ ଯେତେବେଳେ ମୋତେ ଏତେ ଟର୍ଚ୍ଚର୍‌ କରିଥିଲା ମୁଁ ବାଧ୍ୟ ହେଇକି ସୁଇସାଇଡ୍‌ ଆଟେମ୍ପ୍ଟ ନେଇଥିଲି । ତା’ପରେ ତାଙ୍କ ଘରଲୋକ ଓ ମୋ’ ଘରଲୋକଙ୍କ ଉପସ୍ଥିତିରେ ଥାନାରେ ଗୋଟେ ମ୍ୟୁଚୁଆଲ୍‌ ହୋଇଥିଲା ଯେ ସେ ମୋତେ ୧୫ ଦିନ ଭିତରେ ମ୍ୟାରେଜ୍‌ କରିବ । କିନ୍ତୁ ବର୍ତ୍ତମାନ ସେ ଫେରାର୍‌ ଅଛି,’’ ନିଜ ନାମ ଗୁପ୍ତ ରଖିବାକୁ ଅନୁରୋଧ କରି କହିଛନ୍ତି ପୀଡ଼ିତା ।

କ୍ୟାପିଟାଲ ଥାନାରେ କାର୍ଯ୍ୟରତ ଏସ୍.ଆଇ. ରାକେଶ ସାମଲ


ଯୁବତୀ ଜଣକ ବିବାହ କରିବାକୁ ଜିଦ୍‌ ଧରିବାରୁ ରାକେଶ ଆଉ ଧରା ଛୁଆଁ ଦେଇ ନ ଥିଲେ ବୋଲି ସେ କହିଛନ୍ତି  l ଏ ନେଇ ପ୍ରଥମେ କ୍ୟାପିଟାଲ ଥାନାରେ ଉଭୟଙ୍କ ମଧ୍ୟରେ ସମାଧାନ ହୋଇଥିଲା l କିନ୍ତୁ ମାର୍ଚ୍ଚ ୧୫ ତାରିଖ ପର ଠାରୁ ରାକେଶଙ୍କର ଆଉ ପତ୍ତା ମିଳୁନାହିଁ ବୋଲି ଯୁବତୀ ଜଣକ କହିଛନ୍ତି  l

ଖାଲି ସେତିକି ନୁହେଁ । ରାକେଶ ସାମଲ କ୍ୟାପିଟାଲ ଥାନାରେ ରହି ଚୋରା ଗାଡ଼ି କାରବାରରେ ସଂପୃକ୍ତ ଥିବା ଅତିରିକ୍ତ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି ପୀଡ଼ିତା l

ମାମଲା ଏବେ ପହଞ୍ଚିଛି ଭୁବନେଶ୍ଵର ମହିଳା ଥାନାରେ l ତେବେ ଏ ନେଇ ପୋଲିସର କୌଣସି ପ୍ରତିକ୍ରିୟା ଏ ପର୍ଯ୍ୟନ୍ତ ମିଳିପାରି ନାହିଁ ।
First published: May 7, 2020, 9:28 PM IST
corona virus btn
corona virus btn
Loading