ଭୁବନେଶ୍ୱର MLA ଅନନ୍ତ ଜେନାଙ୍କ ନାଁରେ ଜଣେ ମହିଳା ଆଣିଲେ ସଙ୍ଗୀନ ଆରୋପ; ମାମଲା ରୁଜୁ

ଗତ ୧୯ ତାରିଖରେ ଏପରି ଘଟଣା ଘଟିଥିବା ନେଇ ଲିଖିତ ଅଭିଯୋଗ ଆସିବା ପରେ ମହିଳାଙ୍କ ଏତଲାକୁ ଆଧାର କରି ବିଧାୟକଙ୍କ ନାଁରେ ଏକ ମାମଲା ରୁଜୁ କରିଛି ବାଘମାରୀ ଥାନା ପୋଲିସ ।

ଭୁବନେଶ୍ୱର MLA ଅନନ୍ତ ଜେନାଙ୍କ ନାଁରେ ଜଣେ ମହିଳା ଆଣିଲେ ସଙ୍ଗୀନ ଆରୋପ; ମାମଲା ରୁଜୁ
ବିଧାୟକ ଅନନ୍ତ ନାରାୟଣ ଜେନା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

#ଭୁବନେଶ୍ୱର: ଅଡୁଆରେ ପଡ଼ିଛନ୍ତି ମଧ୍ୟ-ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା (Anant Narayan Jena) । ଏହି ବିଜୁ ଜନତା ଦଳ (Biju Janata Dal, BJD) ବିଧାୟକଙ୍କ ନାମରେ ଜଣେ ମହିଳା ଆଣିଛନ୍ତି ତାଙ୍କ ସହ ଟଣାଓଟରା କରିଥିବା ଅଭିଯୋଗ ।

ଘରେ ଏହି ମହିଳାଙ୍କ ସ୍ବାମୀ ନ ଥିବା ବେଳେ ଘରେ ବଳପୂର୍ବକ ପଶିବା ସହ ମହିଳା ଜଣଙ୍କୁ ଗାଳିଗୁଲଜ କରି ବନ୍ଧୁକ ଲଗାଇ ମାରିଦେବାର ଧମକ ଅନନ୍ତ ଦେଇଥିବା ମହିଳା ଅଭିଯୋଗ କରିଛନ୍ତି । ଏମିତି ସଙ୍ଗୀନ ଆରୋପକୁ ନେଇ ବାଘମାରୀ ଥାନାରେ ଅଭିଯୋଗ ଆଣିଛନ୍ତି ମହିଳା ।

ଗତ ୧୯ ତାରିଖରେ ଏପରି ଘଟଣା ଘଟିଥିବା ନେଇ ଲିଖିତ ଅଭିଯୋଗ ଆସିବା ପରେ ମହିଳାଙ୍କ ଏତଲାକୁ ଆଧାର କରି ବିଧାୟକଙ୍କ ନାଁରେ ଏକ ମାମଲା ରୁଜୁ କରିଛି ବାଘମାରୀ ଥାନା ପୋଲିସ । ତେବେ ମହିଳାଙ୍କ ଘରକୁ ଜବରଦସ୍ତି ଭାବେ ପଶିବା ନେଇ ଆଇପିସିର ସେକ୍ସନ୍‌ ୪୪୮, ମହିଳାଙ୍କ ଚୁଟି ଧରି ଟାଣିବା ନେଇ ସେକ୍ସନ୍‌ ୩୫୪-ବି, ଗାଳିଗୁଲଜ କରିବାକୁ ନେଇ ସେକ୍ସନ୍‌ ୨୯୪, ମାରିଦେବାର ଧମକ ଦେବା ପାଇଁ ସେକ୍ସନ୍‌ ୫୦୬ ଓ ବନ୍ଧୁକ ଦେଖାଇବା ଆରୋପ ପାଇଁ ଆର୍ମସ ଆକ୍ଟ ସହ ସଙ୍ଘବଧ ହୋଇ ଆସିଥିବା ଆରୋପ ପାଇଁ ସେକ୍ସନ୍‌ ୩୪ରେ ମାମଲାଟି ରୁଜୁ କରିଛି ପୋଲିସ ।

ଏତାଲାଟି ୨୦ ତାରିଖରେ ରୁଜୁ ହୋଇଛି ।


‘‘ଘଟଣାର ଅଭିଯୋଗକୁ ନେଇ ତଦନ୍ତ ଚାଲିଛି । ବିଧାୟକଙ୍କ ସାରୁଅ ଅଞ୍ଚଳରେ ଏକ ଫାର୍ମ ହାଉସରେ ଏକ ପୋଖରି ଖୋଳାକୁ କେନ୍ଦ୍ର କରି ଏଭଳି ବିବାଦ ଉପୁଜିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି,’’ କହିଛନ୍ତି ଖୋର୍ଦ୍ଧା ଏସ୍‌.ପି. ଅଜୟପ୍ରତାପ ସ୍ବାଇଁ ।

ଗତ ମେ ୧୯ ତାରିଖରେ ଅନନ୍ତ ଓ ତାଙ୍କର କିଛି ସହଯୋଗୀ ଏକ କାର୍‌ ଯୋଗେ ଯାଇ ସାରୁଅ ଅଞ୍ଚଳରେ ଏଭଳି କାରନାମା କରିଥିବା ମହିଳା ଜଣଙ୍କ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏ ନେଇ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ପଚରାଯିବାରୁ ସେ ଏ ସମ୍ପର୍କରେ ଜାଣି ନ ଥିବା କହିଛନ୍ତି । ତେବେ ଏହି ଆରୋପ ଉପରେ ନିଜ ପ୍ରତିକ୍ରିୟା ରଖିବା ପାଇଁ ତାଙ୍କୁ ଅନୁରୋଧ କରାଯିବାରୁ ସେ ଦୂରରେ ଅଛନ୍ତି ଓ ଏବେ କିଛି କହିପାରିବେ ନାହିଁ ବୋଲି କହି କହି କଥା ଟାଳି ଦେଇଛନ୍ତି ।

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 22, 2020, 1:31 PM IST
corona virus btn
corona virus btn
Loading