ଟିଣ୍ଡର୍ ଲଭ୍-ସେକ୍ସ-ଧୋକା ମାମଲାରେ ସମ୍ପୃକ୍ତ ଅଧ୍ୟାପିକାଙ୍କୁ ରାହତ୍‌; ବାକି ଚ଼ାରି ଜଣ ଜେଲ୍‌ ଗଲେ

ତଦନ୍ତରୁ ଜଣାପଡ଼ିଛି ଯେ ବ୍ୟାଙ୍କ ଅଧିକାରୀ ସୁନୀଲଙ୍କ ଘରକୁ ଅଧ୍ୟାପିକା ଯାଇ ତାଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରିଥିଲେ । ସେହି ମୁହୂର୍ତ୍ତଗୁଡ଼ିକର ଭିଡ଼ିଓ ସୁଟିଂ କରିଥିଲେ ସୁନୀଲ, ମାତ୍ର ତାହା ଅଧ୍ୟାପିକା ଜାଣି ପାରି ନ ଥିଲେ । ପରେ ସୁନୀଲ ତାଙ୍କୁ ଫୋନ କରି ସେକ୍ସ ଭିଡ଼ିଓ ଭାଇରାଲ କରିଦେବାର ଧମକ ଦେଇଥିଲେ ।

ଟିଣ୍ଡର୍ ଲଭ୍-ସେକ୍ସ-ଧୋକା ମାମଲାରେ ସମ୍ପୃକ୍ତ ଅଧ୍ୟାପିକାଙ୍କୁ ରାହତ୍‌; ବାକି ଚ଼ାରି ଜଣ ଜେଲ୍‌ ଗଲେ
ପୋଲିସ ଗାଡ଼ିରେ ଥାନାରୁ ଆସୁଛନ୍ତି ମହିଳା ଅଧ୍ୟାପିକା (ମୁହଁରେ ହାତ ଦେଇଛନ୍ତି) ।
  • News18 Odia
  • Last Updated: January 16, 2020, 2:17 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଟିଣ୍ଡର ଆପ୍‌ରେ ଲଭ୍‌, ସେକ୍ସ ଓ ଧୋକା ଘଟଣାରେ ଆସିଛି ନୁଆ ଟ୍ୱିଷ୍ଟ । ଅଧ୍ୟାପିକା ଏବଂ ବ୍ୟାଙ୍କ ଅଧିକାରୀଙ୍କ ସେକ୍ସ ଭିଡ଼ିଓକୁ ମୋବାଇଲ୍‌ରୁ ମୋବାଇଲ୍‌ ସର୍‌କ୍ୟୁଲେଟ୍‌ କରିଥିବା ଅଭିଯୋଗରେ ପୋଲିସ ଅଧ୍ୟାପିକାଙ୍କ ତିନି ଜଣ ନିକଟ ଲୋକ ବାପି ନାୟକ, ଜ୍ୟୋତି ପ୍ରକାଶ ସ୍ଵାଇଁ ଏବଂ ଆଲୋକ କୁମାର ଦତ୍ତଙ୍କୁ ଝାରପଡା ଜେଲ ପଠେଇଛି ।

ପୂର୍ବରୁ ଏ ମାମଲାରେ ଅଧ୍ୟାପିକାଙ୍କ ସହ ନିଜ ବସାରେ ରାତି ବିତେଇବାର ପାଞ୍ଚ ଦିନ ପରେ ତାଙ୍କ ଚ଼କ୍ରାନ୍ତରେ ତିନି ଜଣ ଯୁବକଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ ବୋଲି ଅଭିଯୋଗ କରିଥିବା ଘରୋଇ ବ୍ୟାଙ୍କ୍‌ର ଡେପୁଟି ମ୍ୟାନେଜର ସୁନୀଲ ମିଶ୍ର (୩୨)ଙ୍କୁ ଜେଲ୍‌ ପଠାଯାଇଛି । ହେଲେ ଅଧ୍ୟାପିକାଙ୍କୁ ଛାଡ଼ି ଦେଇଛି ପୋଲିସ ।ଏହା ଅନେକଙ୍କ ମନରେ ଆଣିଛି ଆଶ୍ଚର୍ଯ୍ୟମିଶା ପ୍ରଶ୍ନବାଚ଼ୀ ।

ସୁନୀଲ ଅଭିଯୋଗ କରିଥିଲେ ଯେ ଜାନୁୟାରୀ ୨ ତାରିଖରେ ପ୍ରଥମେ ଟିଣ୍ଡର ଆପ୍ ଜରିଆରେ ତାଙ୍କର ଅଧ୍ୟାପିକାଙ୍କ ସହ ସମ୍ପର୍କ ଆରମ୍ଭ ହୋଇଥିଲା ଓ ୩ ତାରିଖରେ ଉଭୟ ମିଶିଥିଲେ ।

‘‘ମୋ’ ଭଡା ଘରେ ଆମେ ଉଭୟ ରାତି କଟାଇଥିଲୁ । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ହୋଇଥିଲା । ଉଭୟ ନିଜର ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ନିଜ ମୋବାଇଲ ଫୋନରେ ସୁଟିଂ ବି କରିଥିଲୁ,’’ ଗିରଫ ହେବା ପରେ କହିଥିଲେ ସୁନୀଲ ।

ବ୍ୟାଙ୍କ୍‌ ଡେପୁଟି ମ୍ୟାନେଜର ସୁନୀଲ ପ୍ରସାଦ ମିଶ୍ର


ତାଙ୍କ କହିବା ଅନୁସାରେ ହଠାତ୍ ୮ ତାରିଖ ଦିନ ଦେହ ଭଲ ନାହିଁ ଓ ହସ୍ପିଟାଲ୍‌କୁ ଯିବାକୁ ହେବ ବୋଲି କହି ସୁନୀଲଙ୍କୁ ଚନ୍ଦ୍ରଶେଖରପୁର ଅଞ୍ଚଳକୁ ଡାକିଥିଲେ ଅଧ୍ୟାପିକା । ସେଠାରେ ସୁନୀଲ ପହଞ୍ଚିବା ପରେ ପୂର୍ବରୁ ସେଠି ଜଗିଥିବା ବାପି ନାୟକ (୨୯), ଜ୍ୟୋତି ପ୍ରକାଶ ସ୍ବାଇଁ (୨୮) ଆଲୋକ କୁମାର ଦତ୍ତ (୩୧) ତାଙ୍କୁ ମିଳିତ ଆକ୍ରମଣ କରିବା ସହ ତାଙ୍କୁ ଅପହରଣ କରି ନେଇ ଶୈଳଶ୍ରୀ ବିହାରରେ ଥିବା ଏକ ଘରେ ରଖିଥିଲେ ।

‘‘ମୋ’ ପାଖରେ ଥିବା ଟଙ୍କା ଏବଂ ସୁନା ନେଇଯିବା ପରେ ମୋ’ କ୍ରେଡିଟ୍ କାର୍ଡ ସ୍ୱାଇପ କରି ସପିଂ କରିଥିଲେ ସେମାନେ। ଟଙ୍କା ସରିଯିବା ପରେ ମୋତେ ଛାଡି ଦେଇଥିଲେ,’’ ଅଭିଯୋଗ କରିଥିଲେ ସୁନୀଲ । ହେଲେ ଅଧ୍ୟାପିକା ଏ ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ ।

ବାପି ନାୟକ, ଜ୍ୟୋତି ପ୍ରକାଶ ସ୍ଵାଇଁ ଏବଂ ଆଲୋକ କୁମାର ଦତ୍ତଙ୍କ ବିରୋଧରେ ପୋଲିସ ୩୭୯ (ଅପହରଣ), ୫୦୬ (ଧମକ), ୩୭୯ (ଚ଼ୋରି), ୪୨୦ (ଠକେଇ),  ୧୨୦ (ଖ) (ଷଡ଼ଯନ୍ତ୍ର) ଏବଂ ଆଇଟି ଆକ୍ଟ ସେକ୍ସନ୍‌ ୬୬ ରେ ମାମଲା ରୁଜୁ କରିଛି ।ବ୍ୟାଙ୍କ ଅଧିକାରୀ ସୁନିଲ ମିଶ୍ରଙ୍କ ବିରୋଧରେ ମଧ୍ୟ ସମାନ ଦଫା ଲଗାଇଛି ପୋଲିସ ।

ଅଧ୍ୟାପିକାଙ୍କ ବିରୋଧରେ ପୂର୍ବରୁ ଲାଗିଥିବା IPC ଦଫା ୪୨୦, ୩୭୯, ୫୦୬, ୧୨୦ (ଖ) କୁ କାଟି ଦେଇଛି ପୋଲିସ ।କେବଳ ଅପହରଣ (ଦଫା 365) ଲାଗିଛି ତାଙ୍କ ବିରୋଧରେ । ଏହି ଦଫାରେ ସାତ ବର୍ଷରୁ କମ୍‌ ଦଣ୍ଡ ବିଧାନ ଥିବାରୁ ତାଙ୍କୁ କେବଳ CRPC ଧାରା ୪୧ (କ) ରେ ନୋଟିସ ଜାରି କରାଯାଇଛି ବୋଲି କମିଶନରେଟ ପୋଲିସର ଦଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ତଦନ୍ତରୁ ଜଣାପଡ଼ିଛି ଯେ ୩ ତାରିଖରେ ବ୍ୟାଙ୍କ ଅଧିକାରୀ ସୁନିଲ ମିଶ୍ରଙ୍କ ଘରକୁ ଅଧ୍ୟାପିକା ଯାଇ ତାଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରିଥିଲେ । ସେହି ମୁହୂର୍ତ୍ତଗୁଡ଼ିକର ଭିଡ଼ିଓ ସୁଟିଂ କରିଥିଲେ ସୁନୀଲ, ମାତ୍ର ତାହା ସେତେବେଳେ ଜାଣି ପାରି ନ ଥିଲେ ଅଧ୍ୟାପିକା ।

‘‘ପରେ ସୁନିଲ ଅଧ୍ୟାପିକାଙ୍କୁ ଫୋନ କରି ସେକ୍ସ ଭିଡ଼ିଓ ଭାଇରାଲ କରିଦେବାର ଧମକ ଦେଇଥିଲେ ।ଏଥିରେ ଚ଼ିନ୍ତାଗସ୍ତ ହୋଇ ସୁନୀଲଙ୍କ ପାଖରୁ କିଭଳି ସେହି ଭିଡ଼ିଓ କ୍ଲିପ୍‌ଟିକୁ ଆଣିବେ ସେ ନେଇ ଅଧ୍ୟାପିକା ୮ ତାରିଖରେ ବାପି, ଜ୍ୟୋତି ଏବଂ ଆଲୋକଙ୍କ ସହାୟତା ନେଇଥିଲେ,’’ କହିଛନ୍ତି ତଦନ୍ତକାରୀ ଟିମ୍‌ର ଜଣେ ସଦସ୍ୟ ।

ଏହି ତିନି ଯୁବକ ସୁନୀଲଙ୍କୁ ଫୋନ୍‌ କରି ଚ଼ନ୍ଦ୍ରଶେଖରପୁର ଅଞ୍ଚଳକୁ ଡାକି ଥିଲେ ।ସୁନୀଲ ସେଠାରେ ପହଁଚ଼ିବା ପରେ ତାଙ୍କୁ ଅପହରଣ କରିନେଇଥିଲେ ଅଧ୍ୟାପିକା ଆଣ୍ଡ କୋ ।ସୁନୀଲଙ୍କ ମୋବାଇଲ ଫୋନ୍‌ରୁ ସେକ୍ସ ଭିଡ଼ିଓଟିକୁ ଡିଲିଟ କରିବା ସହି ବାପି, ଜ୍ୟୋତି ଏବଂ ଆଲୋକ ସେହି ଭିଡ଼ିଓକୁ ନିଜ ନିଜ ମୋବାଇଲକୁ ସର୍କୁଲେଟ କରିଥିଲେ ।
First published: January 16, 2020, 2:17 AM IST