ସ୍ବାମୀଙ୍କ ଯୌନାଙ୍ଗ କାଟି ହତ୍ୟା କଲା ସ୍ତ୍ରୀ; ଦୁଇ ଝିଅ ହତ୍ୟାରେ ସାହାଯ୍ୟ କଲେ; ପରକୀୟା ପ୍ରୀତି ସନ୍ଦେହ

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତା ଭାରତୀ ପ୍ରଧାନ ଓ ତାଙ୍କ ଦୁଇ ଝିଅଙ୍କର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା ଓ ସେ ଯୁବକ ତାଙ୍କ ଘରକୁ ଯିବା ଆସିବା କରୁଥିଲେ । ଏହାକୁ ନେଇ ପତି ସୁନନ୍ଦଙ୍କ ସହ ଭାରତୀଙ୍କ ବିବାଦ ଲାଗି ରହିଥିଲା ।

ସ୍ବାମୀଙ୍କ ଯୌନାଙ୍ଗ କାଟି ହତ୍ୟା କଲା ସ୍ତ୍ରୀ; ଦୁଇ ଝିଅ ହତ୍ୟାରେ ସାହାଯ୍ୟ କଲେ; ପରକୀୟା ପ୍ରୀତି ସନ୍ଦେହ
ଏହି ହତ୍ୟାରେ କାଠ ଫାଳିଆ ଓ ସାବୁଳ ବ୍ୟବହୃତ ହୋଇଥିଲା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଅନୁଗୁଳ: ଜଣେ ମହିଳା ତାଙ୍କ ଦୁଇ ଝିଅଙ୍କ ସହ ମିଶି ନିଜ ସ୍ବାମୀଙ୍କୁ ହତ୍ୟା କରିଛନ୍ତି । ଘରେ କବାଟ ଦେଇ ସାବୁଳ ଓ କାଠ ଫାଳିଆରେ ତାଙ୍କ ସ୍ବାମୀଙ୍କୁ ଆକ୍ରମଣ କରି ହତ୍ୟା କରିବା ପରେ ଦୁଇ ଝିଅଙ୍କ ସହ ଥାନାରେ ଆତ୍ମସମର୍ପଣ କରିଛନ୍ତି ମହିଳା ।

ଏହି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ସିଲିଂ ଗାଁରେ । ଅଭିଯୁକ୍ତା ମହିଳା ଭାରତୀ ପ୍ରଧାନଙ୍କ ପରକୀୟା ପ୍ରୀତିକୁ ନେଇ ବିବାଦ ଉପୁଜିବା ପରେ ଯୁକ୍ତିତର୍କରୁ ଏହି ଆକ୍ରମଣ ଓ ହତ୍ୟା ହୋଇଥିଲା ବୋଲି ସୂଚନା ମିଳିଛି । ହେଲେ ଥାନାରେ ଆତ୍ମସମର୍ପଣ କରି ଭାରତୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀ ସୁନନ୍ଦ ପ୍ରଧାନ ନିଜ ଦୁଇ ଝିଅଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଓ ଏହା ଦେଖୁ ଦେଖୁ ମାଡ଼ପିଟରେ ପରିବର୍ତ୍ତିତ ହୋଇଥିଲା ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାଠ ଫାଳିଆ ଓ ସାବୁଳ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଅନୁଗୁଳ ପୋଲିସର ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଘରେ ପଡ଼ିଥିବା ମୃତକଙ୍କ ରକ୍ତ ସହ ଅନ୍ୟାନ୍ୟ ନମୂନା ଘର ଭିତରୁ ସଂଗ୍ରହ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଜଲ୍ୟ ଖେଳାଇ ଦେଇଛି ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଭାରତୀ ପ୍ରଧାନ ଓ ତାଙ୍କ ଦୁଇ ଝିଅଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଦୀର୍ଘ ଦିନ ଧରି ଉକ୍ତ ଯୁବକ ତାଙ୍କ ଘରକୁ ଯିବା ଆସିବା କରୁଥିଲେ । ଏହାକୁ ନେଇ ପତି ସୁନନ୍ଦଙ୍କ ସହ ଭାରତୀଙ୍କ ବିବାଦ ଲାଗି ରହିଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଉକ୍ତ ଯୁବକ ଜଣଙ୍କ ତାଙ୍କ ଘରକୁ ଆସିବାକୁ ନେଇ ସୁନନ୍ଦ ବିରୋଧ କରୁଥିଲେ । ଏହାକୁ ନେଇ ପ୍ରତି ଦିନ ଝଗଡ଼ା ଲାଗି ରହିଥିଲା । ବୁଧବାର ସକାଳେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ମା’ ଓ ଦୁଇ ଝିଅ ସୁନନ୍ଦଙ୍କୁ ଘର ଭିତରେ ବନ୍ଦ କରି ଆକ୍ରମଣ କରିଥିଲେ । ହତ୍ୟା କରିବା ପରେ ତିନି ଅଭିଯୁକ୍ତ ସୁନନ୍ଦଙ୍କ ଗୁପ୍ତାଙ୍ଗ କାଟି ଅନ୍ୟତ୍ର ପକାଇ ଦେଇଥିଲେ । ଖବର ପୋଲିସ ପାଖରେ ପହଞ୍ଚିବା ପୂର୍ବରୁ ମା’ ଓ ଦୁଇ ଝିଅ ଥାନାରେ ଆତ୍ମସମର୍ପଣ କରିଥିଲେ ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଜଲ୍ୟ ଖେଳାଇ ଦେଇଛି ।


ଭାରତୀ ପ୍ରଧାନ ଆତ୍ମସମର୍ପଣ କରିବା ପରେ ଅଭିଯୋଗ କରିଛନ୍ତି ଯେ ସୁନନ୍ଦ ତାଙ୍କର ଦୁଇ ଝିଅଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିବାରୁ ସେମାନେ ତାଙ୍କୁ ବିରୋଧ କରିଥିଲେ । ଏହାକୁ ନେଇ ଝଗଡା ହେବାରୁ ନିଜକୁ ବଞ୍ଚାଇବାକୁ ଯାଇ ସେମାନେ ଏଭଳି କରିଥିଲେ ବୋଲି ସେ କହିଛନ୍ତି । ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଜେରା କରିବା ସହ ସ୍ଥାନୀୟ ଲୋକଙ୍କ ସହ ପଚରାଉଚରା କରୁଛି ।

ଏହା ବି ପଢ଼ନ୍ତୁ: ରିଲାଏନ୍ସ ଲଞ୍ଚ୍ କଲା Jio Glass; ଏହା ଆପଣଙ୍କୁ ଦେବ ସର୍ବୋତ୍ତମ ମିକ୍ସଡ଼ ରିଆଲିଟି ସେବା

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଡିପ୍ରେସନର ଚିକିତ୍ସା ପାଇଁ ହିନ୍ଦୁଜା ହସପିଟାଲରେ ୭ ଦିନ ଭର୍ତ୍ତି ହୋଇଥିଲେ

ତାଙ୍କ ଘରକୁ ଆସୁଥିବା ଯୁବକକୁ ଧରିବାକୁ ପୋଲିସ ବିଭନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି । ଉକ୍ତ ଯୁବକ ଜଣଙ୍କ ପତ୍ତା ମିଳିବା ପରେ ତାଙ୍କ ଠାରୁ ହତ୍ୟା କାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।
Published by: Anand Shankar Thankur Das
First published: July 16, 2020, 2:54 PM IST
corona virus btn
corona virus btn
Loading