ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଚାନ୍ଦିପୁର ITR ତଥ୍ୟ ଲିକ୍ ମାମଲା: UKରେ ଥାଇ ଜଣେ ମହିଳା ଅଭିଯୁକ୍ତମାନଙ୍କଠାରୁ ତଥ୍ୟ ନେଉଥିଲେ

ଚାନ୍ଦିପୁର ITR ତଥ୍ୟ ଲିକ୍ ମାମଲା: UKରେ ଥାଇ ଜଣେ ମହିଳା ଅଭିଯୁକ୍ତମାନଙ୍କଠାରୁ ତଥ୍ୟ ନେଉଥିଲେ

ମହିଳା ଜଣକ ପ୍ରଥମେ ଫେସବୁକ୍ ଓ ପରେ ହ୍ବାଟ୍ସଆପ୍ ଜରିଆରେ ଅଭିଯୁକ୍ତମାନଙ୍କ ସହିତ ଚାଟିଂ କରିଥିଲେ । ଅଭିଯୁକ୍ତମାନେ ତାଙ୍କୁ DRDO ବିଷୟରେ ବିଭିନ୍ନ ପ୍ରକାରର ତଥ୍ୟ ଦେଇଥିଲେ ବୋଲି କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତରୁ ଜଣାପଡ଼ିଛି ।

ଚାନ୍ଦିପୁର ITR ତଥ୍ୟ ଲିକ୍ ମାମଲା: UKରେ ଥାଇ ଜଣେ ମହିଳା ଅଭିଯୁକ୍ତମାନଙ୍କଠାରୁ ତଥ୍ୟ ନେଉଥିଲେ
କ୍ରାଇମ୍ ବ୍ରାଞ୍ଚ୍ ଏବେ କରୁଥିବା ଜେରାରୁ ଅନେକ ଚାଞ୍ଚଲ୍ୟକର ସୂଚନା ମିଳିଛି ।
  • News18 Odia
  • Last Updated: September 21, 2021, 10:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଡି.ଆର.ଡି.ଓ. ତଥ୍ୟ ଲିକ୍‌ ଘଟଣାରେ ସାମନାକୁ ଆସିଛି ସାଙ୍ଘାତିକ ସୂଚନା । ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ପାଖକୁ ଦୁବାଇରୁ ଆସିଥିଲା ଟଙ୍କା । ଦୁଇଟି ପର୍ଯ୍ୟାୟରେ ମୋ’ଟ ୩୮,୦୦୦ ଟଙ୍କା ଗିରଫ ହୋଇଥିବା ପାଞ୍ଚ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ ହୋଇଥିଲା । ଅଭିଯୁକ୍ତମାନଙ୍କ ସହ କ୍ରାଇମ୍‌ ବ୍ରାଞ୍ଚ୍‌ କରୁଥିବା ଜେରାରୁ ଏମିତି ଚାଞ୍ଚଲ୍ୟକର ସୂଚନା ମିଳିଛି ।

‘‘ଅଭିଯୁକ୍ତମାନଙ୍କ ମେବାଇଲ୍‌ ଫୋନ୍‌ ସିଜ୍‌ କରାଯାଇଛି । ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଡିଟେଲ୍‌ ଓ ସୋସିଆଲ୍‌ ମିଡି଼ଆ ଆକାଉଣ୍ଟର ବି ତର୍ଜମା କରାଯାଉଛି । ଜଣେ ମହିଳା ଅପରେଟିଭ୍‌ ଦେଶର ବିଭିନ୍ନ ଅଞ୍ଚଳର ବୋଲି ନିଜ ପରିଚୟ ଦେଇ ସୋସିଆଲ୍‌ ମିଡି଼ଆ ଜରିଆରେ ଅଭିଯୁକ୍ତମାନଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ଏଥି ପାଇଁ ସେ ୟୁ.କେ.ର ଏକ ଫୋନ୍‌ ନମ୍ବର୍‌ ବ୍ୟବହାର କରିଥିଲେ । ସେହି ମହିଳାଙ୍କୁ ନେଇ ଆମେ ଅଧିକ ତଦନ୍ତ କରୁଛୁ । ଭାରତୀୟ ବାୟୁ ସେନାର ଏକ ଟିମ୍ ମଧ୍ୟ ଅଭିଯୁକ୍ତମାନଙ୍କୁ ଜେରା କରୁଛି,’’ କହିଛନ୍ତି କ୍ରାଇମ୍‌ ବ୍ରାଞ୍ଚ୍‌ ଏ.ଡି.ଜି. ସଞ୍ଜୀବ ପଣ୍ଡା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବିଉଟି & ବ୍ରେନ୍: ଏହି ଯୁବତୀ ମଡେଲିଂ କରୁଥିଲେ; UPSC ପରୀକ୍ଷା ଦେଇ ସଫଳ ହେଲେ, IAS ହେଲେ

କେଉଁ ଅଭିଯୁକ୍ତର ଆକାଉଣ୍ଟରେ ୩୮,୦୦୦ ଟଙ୍କା ଜମା ହୋଇଥିଲା ତାହା କ୍ରାଇମ୍‌ ବ୍ରାଞ୍ଚ୍‌ ସ୍ପଷ୍ଟ କରି ନ ଥିଲେ ବି ସେହି ବ୍ୟକ୍ତି ଜଣକ ଏହି ମାମଲାର ମୁଖ୍ୟ ଖଳନାୟକ କୁହାଯାଉଥିବା ବସନ୍ତ ବେହେରା ବୋଲି ଜଣା ପଡ଼ିଛି । ତେବେ ୩୮,୦୦୦ ଟଙ୍କାର ଏହି କାରବାର କେବଳ ଜଣଙ୍କ କ୍ଷେତ୍ରରେ ଓ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କରେ ଥିବା ଆକାଉଣ୍ଟ ଜରିଆରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ଦେଶର ଗୋପନୀୟ ତଥ୍ୟକୁ ଏମାନେ କେତେ ଟଙ୍କାରେ ବିଦେଶୀ ଶକ୍ତିଙ୍କୁ ବିକ୍ରି କରିଛନ୍ତି ଏବଂ କେଉଁ କେଉଁ ମାଧ୍ୟମରେ ଓ କି କି ପ୍ରକାରର ଫାଇଦା ହାସଲ କରିଛନ୍ତି, ତା’ର ସରଜମିନ୍ ତଦନ୍ତ ଚଳାଇଛି କ୍ରାଇମ୍‌ ବ୍ରାଞ୍ଚ୍‌ ।

କ୍ରାଇମ୍ ବ୍ରାଞ୍ଚ୍ ଏ.ଡି.ଜି. ସଞ୍ଜୀବ ପଣ୍ଡା


ଏହା ବି ପଢ଼ନ୍ତୁ | Punjab Congress crisis: ଅମରିନ୍ଦର ସିଂ କହିଥିଲେସିଦ୍ଧୁ ପାକିସ୍ତାନର ବନ୍ଧୁ, ପଞ୍ଜାବକୁ ନଷ୍ଟ କରିଦେବେ

ଏହି ଅଭିଯୁକ୍ତମାନଙ୍କୁ ତିନି ଦିନର ଜେରା ପରେ ଆହୁରି ଅନେକ ତଥ୍ୟ କ୍ରାଇମ୍‌ ବ୍ରାଞ୍ଚ୍‌ ହାତରେ ଲାଗିଛି । ସେହି ରହସ୍ୟମୟୀ ମହିଳାଙ୍କ ବାବଦରେ ମଧ୍ୟ ସୂଚନା ପାଇଛି ତଦନ୍ତକାରୀ ସଂସ୍ଥା ଯିଏ ହନିଟ୍ରାପ୍ ମାଧ୍ୟମରେ ଅଭିଯୁକ୍ତମାନଙ୍କୁ ନିଜ ଜାଲରେ ଫସାଇଥିଲେ । ଏହି ମହିଳା ଜଣକ ୟୁ.କେ.ରେ ଥାଇ ନିଜ ଇଶାରାରେ ଅଭିଯୁକ୍ତମାନଙ୍କୁ ଚଳାଉଥିଲେ । ବଡ଼ କଥା ହେଉଛି ଯେ ସେହି ଜଣକ ମହିଳା ଭିନ୍ନ ଭିନ୍ନ ନାମରେ ଏହି ପାଞ୍ଚ ଜଣ ଅଭିଯୁକ୍ତଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନେହା ଧୁପିଆ ଗର୍ଭବତୀ ହେଲେ, ପୁଲ୍ ପାର୍ଟିରେ କଳା ମୋନୋକିନି ପିନ୍ଧି ଶିଶୁ ଫୁଲା ଦେଖାଇଲେ

ମହିଳା ଜଣକ ପ୍ରଥମେ ଫେସବୁକ୍‌ ଓ ପରେ ହ୍ବାଟ୍ସଆପ୍‌ ଜରିଆରେ ଅଭିଯୁକ୍ତମାନଙ୍କ ସହିତ ଚାଟିଂ କରିଥିଲେ । ଏହି ସମୟରେ ଅଭିଯୁକ୍ତମାନେ ତାଙ୍କୁ ବିଭିନ୍ନ ପ୍ରକାରର ତଥ୍ୟ ଦେଇଥିଲେ ବୋଲି କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତରୁ ଜଣାପଡ଼ିଛି । ତେବେ କି କି ପ୍ରକାରର ତଥ୍ୟ ସେମାନେ ଦେଇଥିଲେ ଓ କେତେ ଦିନ ଧରି ଏହି କାର୍ଯ୍ୟ ଚାଲିଥିଲା ଓ ଏଥିରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାହା ସ୍ପଷ୍ଟ କରିନାହିଁ କ୍ରାଇମ୍‌ ବ୍ରାଞ୍ଚ୍‌ ।

ଏହା ବି ପଢ଼ନ୍ତୁ | ବାଟରେ କନ୍ୟା କହିଲାପାଣି ପିଇବି, ଆଣ’; ବର ଆଣିଲା ବେଳକୁ ଟଙ୍କା ସୁନା ନେଇ ସେ ଫେରାର୍

ମଙ୍ଗରବାର ଦିନ ଏହି ଅଭିଯୁକ୍ତମାନଙ୍କ ସାତ-ଦିନିଆ ରିମାଣ୍ଡର ଚତୁର୍ଥ ଦିନ ଥିବା ବେଳେ ବିଭିନ୍ନ ବ୍ୟାଙ୍କର ଅଧିକାରୀଙ୍କୁ କ୍ରାଇମ୍‌ ବ୍ରାଞ୍ଚ୍‌ ନିଜ କାର୍ଯ୍ୟାଳୟକୁ ଡକାଇଥିଲା । ସାତ-ଦିନିଆ ରିମାଣ୍ଡ ଅବଧି ପୂରିବାକୁ ଆଉ ତିନି ଦିନ ବାକି ଅଛି । କ୍ରାଇମ୍‌‌ବ୍ରାଞ୍ଚ୍‌ ଅଭିଯୁକ୍ତମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟ ପାଇଁ ରିମାଣ୍ଡରେ ନେବାର ଯଥେଷ୍ଟ ସମ୍ଭାବନା ଥିବା ଜଣା ପଡ଼ିଛି ।
Published by: Anand S.T. Das
First published: September 21, 2021, 10:37 PM IST