ସମ୍ବଲପୁର: ଯାଇଥିଲେ ଗାଁ ମୁଣ୍ଡରେ ଥିବା ଖେତକୁ; ଜଙ୍ଗଲୀ ହାତୀ ଆକ୍ରମଣରେ ପ୍ରାଣ ଗଲା
ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ କ୍ଷତି ପୂରଣ ଦେବା ଦାବିରେ ଲୋକଙ୍କ ଉତ୍ତେଜନା ଦେଖାଦେଇଥିଲା । ଏଠି ସାତ ଦିନ ଭିତରେ ଜଙ୍ଗଲୀ ହାତୀ ଆକ୍ରମଣରେ ଏହା ଦ୍ୱିତୀୟ ମୃତ୍ୟୁ ।
ଲୋକଙ୍କ ଉତ୍ତେଜନା ଯୋଗୁଁ ପୋଲିସ ଓ ବନ ବିଭାଗ ଅଧିକାରୀ ଆସି ପହଞ୍ଚିଛନ୍ତି ।
- News18 Odia
- Last Updated: May 29, 2020, 10:55 PM IST
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକ୍ଟିଦେଉଳ ରେଞ୍ଜର ହିତସରା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସେହି ଗାଁର ପ୍ରମିଳା ଦେହୁରୀ । ସେ ଆଜି ତାଙ୍କ ଗାଁ ମୁଣ୍ଡରେ ଥିବା ଖେତକୁ ଯାଇଥିବା ବେଳେ ଜଙ୍ଗଲୀ ହାତୀ ତାଙ୍କୁ ଆକ୍ରମଣ କରିଥିଲା ।
ହାତୀ ଆକ୍ରମଣ ଯୋଗୁଁ ଘଟଣା ସ୍ଥଳରେ ପ୍ରମିଳାଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବା ଦାବିରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଘଟଣା ସ୍ଥଳରେ ନାକ୍ଟିଦେଉଳ ଥାନା ଆଇ.ଆଇ.ସି. ଏବଂ ଫରେଷ୍ଟ ରେଞ୍ଜର ପହଞ୍ଚି କ୍ଷତି ପୂରଣ ଦେବାପାଇଁ ପ୍ରତିଶୃତି ଦେଇଥିଲେ । ତା’ପରେ ଉତ୍ତେଜନା ଥମିଥିଲା ।
ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଜଙ୍ଗଲୀ ହାତୀ ଆକ୍ରମଣରେ ଜୀବନ ହାନୀ ହେଉଛି । ସାତ ଦିନ ମଧ୍ୟରେ ଜଙ୍ଗଲୀ ହାତୀ ଆକ୍ରମଣରେ ଏହା ଦ୍ୱିତୀୟ ମୃତ୍ୟୁ ଘଟଣା । ଗତ ୨୩ ତାରିଖ ଦିନ ଭେଟିଆବେନି ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା । ନିକଟସ୍ଥ ଜଙ୍ଗଲରେ ରହୁଛନ୍ତି ବଣୁଆ ହାତୀ ପଲ । ବେଳେ ଗାଁ ଭିତରକୁ ପସି ଆସୁଛନ୍ତି । ହାତୀ ଆକ୍ରମଣ ଯୋଗୁ ମୃତ୍ୟୁ ବରଣ କରୁଛନ୍ତି ଗାଁ ଲୋକ । ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ହିତସରା ଗ୍ରାମବାସୀ ଦାବି କରିଛନ୍ତି ।

ଜଙ୍ଗଲୀ ହାତୀ ଦଳିଦେବା ପରେ ମରି ପଡ଼ିଛନ୍ତି ମହିଳା ।
ଜଙ୍ଗଲୀ ହାତୀ ଆକ୍ରମଣରେ ଜୀବନ ହାନୀ ଘଟୁଥିବାରୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ବନ ବିଭାଗ ପକ୍ଷରୁ ଜଙ୍ଗଲ ସୀମାବର୍ତ୍ତୀ ଅଞ୍ଚଳରେ ସୋଲାର ଫେନ୍ସିଂ ଲଗାଯିବା ସହ ଟ୍ରେଞ୍ଜ ଖୋଳାଯିବ । ଖୁବ୍ ଶୀଘ୍ର ଏହି କାର୍ଯ୍ୟ କରାଯିବ ବୋଲି ରେଢ଼ାଖୋଲ ଡି.ଏଫ.ଓ. ସଂଗ୍ରାମ କେଶରୀ ବେହେରା କହିଛନ୍ତି । ପୂର୍ବରୁ ନାକଟିଦେଉଳ ବ୍ଲକ ଜାମୁଜୁରୀ ଗ୍ରାମ ପଞ୍ଚାୟତର ବିନ୍ଦୁପୁର ଗାଁରେ ମଧ୍ୟ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଏହା ବି ପଢ଼ନ୍ତୁ:
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ






