News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଣେ ମହିଳାଙ୍କ ମୁଣ୍ଡ ନ ଥିବା ଶରୀର ରାସ୍ତା କଡ଼ରେ ଫିଙ୍ଗିଦିଆଯାଇଥିବା ଦେଖିବାକୁ ମିଳିଛି । ଶବକୁ ଦେଖି ଏହି ହତ୍ୟା ବୁଧବାର ବିଳମ୍ବିତ ରାତିରେ ଘଟିଥିବା ପୋଲିସ ସନ୍ଦେହ କରୁଛି ।
ଗୁରୁବାର ସକାଳେ ଚନ୍ଦକା ଥାନା ଅନ୍ଧାରୁଆ ଅନ୍ତର୍ଗତ ଦାସପୁରରେ ଲୋକେ ରାସ୍ତା କଡ଼ରେ ଏହି ମହିଳାଙ୍କ ମୁଣ୍ଡ ନ ଥିବା ଶବ ପଡ଼ିଥିବା ଦେଖି ଭୟଭୀତ ହୋଇଥିଲେ ଓ ପୋଲିସକୁ ଖବର ଦେଇଥିଲେ । ଶବ ପଡ଼ିଥିବା ସ୍ଥାନଟି ଓଡିଶା ବାୟୋଟେକ ପାର୍କ ନିକଟରେ । ଶବଟି ପକ୍କା ରାସ୍ତାରୁ ତଳକୁ ଗଡ଼ିଥିବା ମାଟି ରାସ୍ତା କଡ଼ରେ ଥିବା ବୁଦା ପାଖରେ ପଡ଼ିଥିଲା । ସୂଚନା ପାଇ ପୋଲିସ ଓ ଫରେନସିକ୍ ସାଇନ୍ସ ଟିମ୍ ସେଠାରେ ପହଞ୍ଚିଥିଲେ । ସେମାନେ ସେହି ସ୍ଥାନରୁ ଆବଶ୍ୟକ ପ୍ରମାଣ ସଂଗ୍ରହ କରିଥିଲେ ଓ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।
ଏହା ବି ପଢ଼ନ୍ତୁ | Budget 2021: ଶସ୍ତା ହେବ ସୁନା; ମହଙ୍ଗା ହେବ ପେଟ୍ରୋଲ୍ ଓ ଡିଜେଲ୍; ମଦ ବି ମହଙ୍ଗା ହେବମୃତା ମହିଳାଙ୍କ ବୟସ ୩୦ ବର୍ଷ ପାଖାପାଖି ହେବ ବୋଲି ଶବ ଦେଖି ଜଣାପଡ଼ୁଥିବା କହିଛନ୍ତି ଜଣେ ପୋଲିସ ଅଧିକାରୀ । ଶବର ଅଣ୍ଟାରୁ ପାଦ ପର୍ଯ୍ୟନ୍ତ କେବଳ ପ୍ୟାଣ୍ଟି ବ୍ୟତୀତ ଅନ୍ୟ କୌଣସି ଲୁଗା ନ ଥିଲା । ଶବ ତଳମୁହାଁ ପଡ଼ିଥିଲା । ଶବର ମୁଣ୍ଡକୁ ଖୋଜିବାକୁ ପୋଲିସ କର୍ମୀମାନେ ଆଖପାଖ ଅଞ୍ଚଳରେ ଘଣ୍ଟାକରୁ ଅଧିକ ସମୟ ତଲାସି କରିଥିଲେ, ହେଲେ ତାହା ମିଳି ନ ଥିଲା । ଶବର ମୁଣ୍ଡକୁ ହତ୍ୟାକାରୀମାନେ ଅନ୍ୟତ୍ର ନେଇ ଫିଙ୍ଗିଥିବା ପୋଲିସ ସନ୍ଦେହ କରୁଛି ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ‘କିଛି ସତର୍କତା ଜରୁରୀ,’ କହିଲେ ବିଶେଷଜ୍ଞମୃତ ଦେହ ନିକଟରୁ ଏକ ଛୁରୀ, ଚାରିଟି ଗ୍ଲୋବସ୍ ଓ ଏକ ମଦ ବୋତଲ ପୋଲିସକୁ ମିଳିଛି । ସନ୍ଦେହ କରାଯାଉଛି ଯେ ମହିଳାଙ୍କ ମୁଣ୍ଡକୁ ସେହି ଛୁରୀରେ କାଟି ଅଲଗା କରାଯାଇଥିଲା । ଏହି ସ୍ଥାନ ଓଡିଶା ବାୟୋଟେକ ପାର୍କ ନିକଟରେ ହୋଇଥିବାରୁ ପାର୍କର କର୍ମଚାରୀଙ୍କ ସହ ଚନ୍ଦକା ପୋଲିସ ପଚରାଉଚରା କରିଛି । ନିକଟସ୍ଥ ଗାଁର ଲୋକଙ୍କୁ ବି ଡାକି ପଚରାଉଚରା କରୁଛି ପୋଲିସ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଭୋକିଲା ବାଘ ପର୍ଯ୍ୟଟକମାନଙ୍କ କାର୍କୁ ପଛରୁ ଟାଣିଲା; ଲୋକେ ଭୟରେ ଥରିଲେ; ଦେଖନ୍ତୁ VIDEO‘‘ଫରେନସିକ୍ ସାଇନ୍ସ ଟିମ୍, ଡଗ ସ୍କ୍ବାର୍ଡ଼ ଓ ସ୍ପେଶାଲ ସ୍କ୍ବାର୍ଡ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ଜଣାପଡ଼ୁଛି । ମହିଳାଙ୍କ ପରିଚୟ ଜାଣିବା ପାଇଁ ବିଭିନ୍ନ ଥାନା ସହ ଯୋଗାଯୋଗ କରାଯାଇଛି । ତଦନ୍ତ ପରେ ଅଧିକ ତଥ୍ୟ ମିଳିପାରିବ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।
ଏହା ବି ପଢ଼ନ୍ତୁ | ରାଜସ୍ୱ ବଢ଼ିଲା, ହେଲେ Tech Mahindra ୫,୦୦୦ BPO ଷ୍ଟାଫଙ୍କୁ ବାହାର କରିଦେବ; ଜାଣନ୍ତୁ କାରଣମହିଳାଙ୍କ ପରିଚୟ ଲୁଚାଇବା ପାଇଁ ହତ୍ୟାକାରୀ ତାଙ୍କ ମୁଣ୍ଡକୁ ଗାୟବ କରିଥିବା ସନ୍ଦେହ କରାଯାଉଛି । ହତ୍ୟା ପୂର୍ବରୁ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିଲା କି ନା ଓ ତାଙ୍କୁ ନିର୍ଯ୍ୟାତନା ଦିଆଯାଇଥିଲା କି ଆଦି ତଥ୍ୟ ପୋଷ୍ଟ ମର୍ଟମ୍ ରିପୋର୍ଟରୁ ଜଣାପଡ଼ିବ ।
ତଦନ୍ତରେ ସାମିଲ୍ ଥିବା ଜଣେ ଅଧିକାରୀଙ୍କ କହିବା ଅନୁସାରେ ମୃତା ମହିଳାଙ୍କ ପରିଚୟ ଓ ହତ୍ୟାକାରୀର ପରିଚୟ ଜାଣିବା ପୋଲିସ ପାଇଁ ବେଶୀ କଷ୍ଟକର ହେବ ନାହିଁ ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।