ବାଲେଶ୍ୱର: ଝିଅର ବେଆଇନ୍ କାମରେ ଅତିଷ୍ଠ ହୋଇ ତାକୁ ହତ୍ୟା କରିବାକୁ ସୁପାରୀ ଦେଇଥିଲା ମା‘

ଜାନୁଆରୀ ୧୩ ସକାଳେ ଏକ ପୋଲ ତଳେ ପାଣିରେ ଜଣେ ମହିଳାଙ୍କ ମୃତ ଦେହ ପୋଲିସ ଜବତ କରିଥିଲା । ମହିଳାଙ୍କ ଭାଇ ତାଙ୍କ ଭଉଣୀଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଛି ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ବାଲେଶ୍ୱର: ଝିଅର ବେଆଇନ୍ କାମରେ ଅତିଷ୍ଠ ହୋଇ ତାକୁ ହତ୍ୟା କରିବାକୁ ସୁପାରୀ ଦେଇଥିଲା ମା‘
ଗିରଫ ହୋଇଥିବା ମା’ ସୁକାନ୍ତି ଗିରି
  • News18 Odia
  • Last Updated: January 18, 2021, 11:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ନିଜ ଜନ୍ମକଲା ମା’ ତା’ର ଝିଅକୁ ମାରିବା ପାଇଁ ଦୁଇ ମାସ ପୂର୍ବରୁ ରଚିଥିଲା ଯୋଜନା । ଏଥି ପାଇଁ ଡିଲ ହୋଇଥିଲା ୫୦ ହଜାର ଟଙ୍କା । ସେଥି ପାଇଁ ଅଗ୍ରିମ ଭାବେ ଦିଆଯାଇଥିଲା ୮ ହଜାର ଟଙ୍କା । ସଦର ପୋଲିସ ଏହି ସୁପରିକଳ୍ପିତ ହତ୍ୟାକାଣ୍ଡର ପର୍ଦାଫାସ କରି ମା’ ସହିତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ।

ଏହି ହତ୍ୟାକାଣ୍ଡ ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରି ୫୦ ହଜାର ଟଙ୍କାର ଡିଲ କରିଥିବା ମୃତା ମହିଳାଙ୍କ ମା’ ୫୮ ବର୍ଷୀୟା ସୁକାନ୍ତି ଗିରି ଏବଂ ଟଙ୍କା ନେଇ ହତ୍ୟାକାଣ୍ଡ କରିଥିବା ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣ ବ୍ୟକ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ରହିଛନ୍ତି । ସେମାନଙ୍କୁ ଖୁବ ଶୀଘ୍ର ଧରିବା ପାଇଁ ଚେଷ୍ଟା କରୁଛି ପୋଲିସ ।

ଜାନୁଆରୀ ୧୩ ତାରିଖ ସକାଳେ ବାଲେଶ୍ୱର ଜିଲ୍ଲା ସଦର ଥାନା ଅର୍ନ୍ତଗତ ନଗ୍ରମ ସ୍ଥିତ ଏକ ପୋଲ ତଳେ ପାଣିରେ ଜଣେ ମହିଳାଙ୍କ ମୃତ ଦେହ ସଦର ପୋଲିସ ଜବତ କରିଥିଲା । ସେହି ମହିଳା ଜଣକ ରାଇସୁଆଁ ଅଞ୍ଚଳର ୩୮ ବର୍ଷୀୟା ଶିବାନୀ ନାୟକ ବୋଲି ଜଣା ପଡ଼ିଥିଲା । ଏ ନେଇ ମୃତକଙ୍କ ଭାଇ ଆଶିଷ କୁମାର ଗିରି ତାଙ୍କ ଭଉଣୀଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଛି ବୋଲି ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏହା ବି ପଢ଼ନ୍ତୁ | ଟାଇଗର୍ ଶ୍ରଫଙ୍କ ଭଉଣୀ କୃଷ୍ଣା ଶ୍ରଫ ନିଜ ପ୍ରେମିକ ସହ ସମ୍ପର୍କ ଭାଙ୍ଗିଲେ; ଏବେ ନିଜ ମୁହଁ ଖୋଲିଲେ

ପୋଲିସ ୧୪/୨୧ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସର ସୂଚନା ଅନୁସାରେ ମୃତା ଶିବାନୀ ଆଜକୁ ୧୨ ବର୍ଷ ପୂର୍ବରୁ ତା’ ସ୍ୱାମୀକୁ ଛାଡ଼ି ତା’ ବାପଘର ରାଇସୁଆଁରେ ରହୁଥିଲା ଓ ହଳଦୀପଦା ରେଳ ଷ୍ଟେସନରେ ଏକ ପାନ ଦୋକାନ କରିଥିଲା । ଏହା ସହ ସେ ମଦ କାରବାରରେ ସମ୍ପୃକ୍ତ ରହୁଥିବା ସହ ଅନ୍ୟାନ୍ୟ ଖରାପ କାମରେ ବି ଲିପ୍ତ ରହୁଥବା ସୂଚନା ମିଳିଛି । ତା’ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏକ ଖରାପ ପରିବେଶ ସୃଷ୍ଟି ହେଉଥିଲା ଓ ସେଇଥି ପାଇଁ ମୃତ ମହିଳାଙ୍କ ମା ସୁକାନ୍ତି ତାଙ୍କୁ ଏହି କାମରୁ ନିବୃତ ରହିବା ପାଇଁ ବାରମ୍ବାର କହୁଥିଲେ । ହେଲେ ସେଥିରୁ ସେ ନିବୃତ ନ ହେବାରୁ ଦୁଇ ମାସ ପୂର୍ବରୁ ତାକୁ ସବୁ ଦିନ ପାଇଁ ଦୁନିଆରୁ ହଟେଇ ଦେବାକୁ ସୁକାନ୍ତି ଯୋଜନା କରିଥିଲା ବୋଲି ପୋଲିସ କହିଛି ।

ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ଜେନା


‘‘ସୁକାନ୍ତି ନିଜ ଝିଅ ଶିବାନୀକୁ ଜୀବନରୁ ମାରିଦେବା ପାଇଁ ରାଇସୁଆଁ ଗ୍ରାମର ପ୍ରମୋଦ ଜେନାଙ୍କୁ ପ୍ରସ୍ତାବ ଦେଇଥିଲା । ଏଥି ପାଇଁ ୫୦ ହଜାର ଟଙ୍କା ଡିଲ ମଧ୍ୟ ହୋଇଥିଲା । ଏପରିକି ଏଥି ପାଇଁ ୮ ହଜାର ଟଙ୍କା ମଧ୍ୟ ସୁକାନ୍ତି ପର୍ମୋଦ ଜେନାକୁ ଅଗ୍ରୀମ ଦେଇଥିଲା । ପ୍ରମୋଦ ନିଜେ ୪ ହଜାର ଟଙ୍କା ନେଇ ତା’ର ଜଣେ ସାଙ୍ଗକୁ ଏହି କାମ କରିବା ପାଇଁ ବାକି ୪ ହଜାର ଟଙ୍କା ଦେଇଥିଲା । ୧୨ ତାରିଖ ରାତିରେ ପୂର୍ବ ଯୋଜନା ଅନୁସାରେ ଶିବାନୀ ନାୟକର ହତ୍ୟା କରାଯାଇଥିଲା,’’ କହିଛନ୍ତି ସଦର ଏସ୍‌.ଡି.ପି.ଓ. ପ୍ରଭାସ ପାଲ ।

ଏହା ବି ପଢ଼ନ୍ତୁ | ମୁମ୍ବାଇର ମଡେଲ୍ କହିଲେ ଝାଡ଼ଖଣ୍ଡ CM ହେମନ୍ତ ସୋରେନ ତାଙ୍କୁ ବଳତ୍କାର କରିଥିଲେ

ଜାନୁଆରୀ ୧୨ ତାରିଖ ରାତି ୯ଟାରେରେ ପ୍ରମୋଦ ଓ ତା’ର ଦୁଇ ଜଣ ସାଥୀ ଏକ ମାରୁତୀ ସୁଜୁକି ଗାଡ଼ିରେ ଶିବାନୀକୁ ନେଇଥିଲେ ଓ ସମସ୍ତେ ମିଶି ମଦ ପିଇଥିଲେ ବୋଲି ପୋଲିସ ଅନୁସନ୍ଧାନରୁ ଜଣାପଡ଼ିଛି । ‘‘ଶିବାନୀକୁ ସେମାନେ ପ୍ରଚୁର ମଦ ପିଆଇଥିବାରୁ ସେ ଅଚେତ ହୋଇପଡ଼ିଥିଲା । ରାତି ସାରା ତାକୁ ଏଣେ ତେଣେ ବୁଲାଇବା ପରେ ବିଳମ୍ବିତ ରାତିରେ ନଗ୍ରମ ଅଞ୍ଚଳର ବେଲନଳା ପୋଲରେ ପ୍ରମୋଦ ଓ ତା’ର ଦୁଇ ଜଣ ସହଯୋଗୀ ଶିବାନୀକୁ ଗାଡ଼ିରୁ ଓହ୍ଲାଇ ପୋଲ ଉପରେ ରଖି ଇଟାରେ ତା’ ମୁଣ୍ଡକୁ ଛେଚି ଓ ଏକ ବେଲ୍ଟରେ ତା’ ଗଳାକୁ ଚାପି ତାକୁ ଜୀବନରୁ ମାରିଦେଇଥିଲେ । ସେହି ଇଟାକୁ ସେମାନେ ପାଣିକୁ ଫିଙ୍ଗି ଦେଇଥିଲେ । ଶିବାନୀର ମୃତ ଦେହକୁ ସେମାନେ ନାଳରେ ଫିଙ୍ଗି ସେଠାରୁ ଫେରାର ହୋଇଯାଇଥିଲେ,’’ କହିଛନ୍ତି ପାଲ୍‌ ।

ଏହା ବି ପଢ଼ନ୍ତୁ | ରାଖୀ ସାନ୍ତ ଜାଲିଆତିର ଶିକାର ହେଲେ; ପାଖରେ ଟଙ୍କାଟିଏ ବି ନାହିଁ ନିଜ ଦୁଃଖ କହିଲେ

ପୋଲିସ ଏହି ହତ୍ୟାରେ ବ୍ୟବହୃତ ହୋଇଥିବା ଗାଡ଼ି ସହ ଇଟା ଓ ବେଲ୍ଟ ଜବତ କରିଛି । ଜାନୁଆରୀ ୧୩ ତାରିଖରେ ଶିବାନୀର ମୃତ ଦେହ ଉଦ୍ଧାର ହେବା ପରେ ପ୍ରମୋଦ ତାକୁ ଚିହ୍ନାଇଥିଲା ବୋଲି ପୋଲିସ କହିଛି । ତାକୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଘଟଣାର ସତ୍ୟତା ପଦାକୁ ଆସିଥିଲା ।



ମୃତା ଶିବାନୀଙ୍କ ମା’ ସୁକାନ୍ତି ତାଙ୍କ ବିରୁଦ୍ଧରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ‘‘ମୁଁ ମୋ’ ଝିଅକୁ ମାରିବା ପାଇଁ କାହାକୁ କୌଣସି ଟଙ୍କା ଦେଇନାହିଁ । ମୁଁ ଜଣେ ଗରିବ ଲୋକ । ଏତେ ଟଙ୍କା କୋଉଠୁ ଆଣି ଦେବି? ନିଜ ଝିଅକୁ ମାରିବା ପାଇଁ ମୁଁ କୌଣସି ଯୋଜନା ବି କରିନାହିଁ ।’’
Published by: Anand Shankar Thankur Das
First published: January 18, 2021, 11:27 PM IST