ସୁନ୍ଦରଗଡ଼ରେ ଟିଭି ଦେଖୁଥିବା ବେଳେ ଟିଭି ଫାଟିଲା; ମହିଳା ମୃତ, ସ୍ୱୀମୀ ଓ ଶିଶୁ ଗୁରୁତର ଆହତ

‘‘ଆମେ ଆମ ପାଖ ଘରୁ ‘ବଞ୍ଚାଅ, ବଞ୍ଚାଅ’ ବୋଲି ଚ଼ିତ୍କାର ଶୁଣିଲୁ ଓ ଦଉଡ଼ି ଯାଇ ସେ ଘର ଭିତରେ ପହଞ୍ଚିଲୁ । ଟିଭିଟା ପୂରା ବ୍ଲାଷ୍ଟ ହୋଇଯାଇଥିଲା, ଆଉ ପାଖରେ ଥିବା ଫ୍ରିଜଟା ବି ତଳେ ଗଡ଼ି ପଡ଼ିଥିଲା,’’ କହିଛନ୍ତି ମୃତକଙ୍କର ଜଣେ ପଡ଼ୋଶୀ ।

ସୁନ୍ଦରଗଡ଼ରେ ଟିଭି ଦେଖୁଥିବା ବେଳେ ଟିଭି ଫାଟିଲା; ମହିଳା ମୃତ, ସ୍ୱୀମୀ ଓ ଶିଶୁ ଗୁରୁତର ଆହତ
ଘଟଣା ସ୍ଥଳରୁ ପୋଲିସ ନମୂନା ସଂଗ୍ରହ କରୁଛି ।
  • News18 Odia
  • Last Updated: February 22, 2020, 2:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ରାଉରକେଲା: ଘରେ ବସି ଟିଭି ଦେଖୁଥିବା ବେଳେ ଅଚ଼ାନକ ଟିଭିରେ ହେଲା ବିସ୍ଫୋରଣ । ଏତେ ଭୟଙ୍କର ଥିଲା ଏ ଦୁର୍ଘଟଣା ଯେ ଟିଭି ଦେଖୁଥିବା ମହିଳାଙ୍କର ଘଟଣା ସ୍ଥଳରେ ହିଁ ଜୀବନ ଚାଲିଗଲା । ତାଙ୍କ ସ୍ୱାମୀ ଓ ଛଅ ମାସର ଶିଶୁ ଗୁରୁତରଭାବେ ଆହତ ହୋଇ ଏବେ ଚ଼ିକିତ୍ସାଧୀନ ଅଛନ୍ତି ।

ଏହି ଅଘଟଣ ଘଟିଛି ସୁନ୍ଦରଗଡ଼ର ଧରୁଆଡ଼ିହି ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଗାଁରେ । ମୃତକ ମହିଳାଙ୍କ ନାଁ ବବି ନାଏକ । ସେ ଗତ କାଲି (ଶୁକ୍ରବାର) ରାତିରେ ଟିଭି ଦେଖୁଥିବା ସମୟରେ ହଠାତ ଟିଭି ଫାଟିଯାଇଥିଲା । ଫଳରେ ସେ ପାଖାପାଖି ସମ୍ପୂର୍ଣ୍ଣ ଜଳି ଯାଇଥିଲେ ଓ ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା । ବବିଙ୍କ ସ୍ବାମୀ ଡିଲେଶ୍ଵର ନାଏକ ଓ ତାଙ୍କର ଛଅ ମାସର ଶିଶୁ ଗୁରୁତର ଆହତ ହୋଇ ଇନ୍ଦିରା ଗାନ୍ଧି ହସ୍ପିଟାଲରେ (IGH) ଭର୍ତ୍ତି ହୋଇଛନ୍ତି । ସର୍ଟ ସର୍କିଟ ଯୋଗୁଁ ଟିଭିର ପିକ୍‌ଚର ଟ୍ୟୁବ ଫାଟି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି ।

‘‘ଆମେ ଆମ ପାଖ ଘରୁ ‘ବଞ୍ଚାଅ, ବଞ୍ଚାଅ’ ବୋଲି ଚ଼ିତ୍କାର ଶୁଣିଲୁ ଓ ଦଉଡ଼ି ଯାଇ ସେ ଘର ଭିତରେ ପହଞ୍ଚିଲୁ । ଟିଭିଟା ପୂରା ବ୍ଲାଷ୍ଟ ହୋଇଯାଇଥିଲା, ଆଉ ପାଖରେ ଥିବା ଫ୍ରିଜଟା ବି ତଳେ ଗଡ଼ି ପଡ଼ିଥିଲା । ସେଥିରୁ ନିଆଁ ଲାଗି ଘର ଭିତରକୁ ପଶିଯାଇଥିଲା । ସେମାନେ ଘରୁ ବାହାରକୁ ବାହାରି ପାରି ନ ଥିଲେ । ଆମେ ଉଦ୍ଧାର କଲୁ,’’ କହିଛନ୍ତି ମୃତକଙ୍କ ପଡ଼ୋଶୀ ମୂରଲୀଧର ଶାହ ।

ଗୁରୁତରଭାବେ ଆହତ ହୋଇଥିବା ପତି


ବବି ନାୟକଙ୍କ ପରିବାର ବହୁତ ଗରିବ ଥିବାରୁ ତାଙ୍କ ଗୁରୁତରଭାବେ ଆହତ ହୋଇଥିବା ପତି ଓ ଛଅ ମାସର ପୁଅର ଚ଼ିକିତ୍ସା ପାଇଁ ସରକାର ସବୁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ମୂରଲୀଧର ।

ଘଟଣା ସ୍ଥଳର ଦୃଶ୍ୟ


ଘଟଣା ସ୍ଥଳରେ ପୋଲିସର ଏକ ଟିମ୍‌ ପହଞ୍ଚି ସେଠାରୁ ନମୂନା ସଂଗ୍ରହ କରିଛି ଓ ପରୀକ୍ଷା ପାଇଁ ପଠାଇଛି । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚ଼ଳାଇଛି ପୋଲିସ ।
First published: February 22, 2020, 2:32 PM IST
corona virus btn
corona virus btn
Loading